ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଜାତୀୟ ସଙ୍ଗୀତ ଗାନପରେ ସମସ୍ତଙ୍କୁ ମତଦାତାଙ୍କ ସଂକଳ୍ପ ପାଠ କରାଇଥିଲେ I ଜାତୀୟ ମତଦାତା ଦିବସ ଅବସରରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ , ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଓ ଉତ୍ତମ କୁମାର ପ୍ରଧାନ , ଶିକ୍ଷକ ଜମ୍ଭାଲିପାଲି ଉତ୍ତମ ପ୍ରଦର୍ଶନ କରି ରାଜ୍ୟ ସ୍ତରରେ ରାଜ୍ୟପାଳଙ୍କ ଦ୍ଵାରା ସମ୍ମାନିତ ହୋଇ ଥିବାରୁ ସଭାରେ ଉଚ୍ଚ ପ୍ରଶଂସା କରାଯାଇଥିଲା I ଏହି ଅବସରରେ ମତଦାତା ମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରଚାର ପତ୍ର ଉନ୍ମୋଚନ ଏବଂ ନୂତନ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଭୋଟର ସଚେତନତା ଓ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରେ ଉଲ୍ଲେଖନୀୟ ଅବଦାନ ପାଇଁ ନିର୍ବାଚନମଣ୍ଡଳୀ ସୋନପୁର ରୁ ବିଡିଓ ସୋନପୁର, ସୌମ୍ଯ ରଂଜନ ସ୍ଵାଇଁ, ବିଡିଓ ତରଭା, ବିନୟ ପଟେଲ୍, ବିଡିଓ ଡୁଙ୍ଗୁରିପାଲି ତ୍ରିପୁର ମହାନନ୍ଦ ଓ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ରୁ ବିଡିଓ ମୋତିଲାଲ୍ ଶୂଲିଆ , ଉଲୁଣ୍ଡା ବିଡିଓ ହେମସାଗର ଭୋଇ, ଓ ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ଓ ଶିକ୍ଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା l ନିର୍ବାଚନ ଅଧିକାରୀ ଯଶସ୍ଵିନୀ ପୃଥାଳ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୟଦ୍ରଥ ଜଗଦଲା , ପଦ୍ମଲୋଚନ ଧରୁଆ ଏବଂ ଅନ୍ୟାନ୍ୟ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ l ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I
ରାଜ୍ୟ
ସୁବର୍ଣ୍ଣପୁର ରେ ଜାତୀୟ ମତଦାତା ଦିବସ ପାଳିତ l
- Hits: 416