ବିଦ୍ୟୁତ କର୍ମଚାରୀଙ୍କ ବନ୍ଧୁମିଳନ
ବାଙ୍ଗିରିପୋଷି/ଦିପୁ ମହାପାତ୍ର-ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ ୟୁନିଅନ ତରଫରୁ କଳାବାଡିଆ ଷ୍ଟ୍ରକଚର୍ ପଡିଆରେ ଉପଖଣ୍ଡ ସ୍ତରୀୟ ବୌଠକ ତଥା ବନ୍ଧୁମିଳନ ଉତ୍ସବ ଖୁବ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଯାଇଛି। ସଙ୍ଘର ଡେପୁଟି ଜେନେରାଲ ସେକ୍ରେଟାରୀ ଜ୍ୟୋତିକୃଷ୍ଣ ବେହେରାଙ୍କ ସଭାପତିତ୍ତ୍ବରେ ଆୟୋଜିତ ସଭାରେ ଡିଭିଜନନାଲ ସେକ୍ରେଟାରୀ ଚନ୍ଦନ କୁମାର ମହାନ୍ତି, ଡିଭିଜନାଲ ସଙ୍ଗଠକ ଦେବାଶିଷ ବେହେରା, ଉଦଳା ଅବଜରଭର ଜ୍ଯୋତିଲାଲ ବିଶ୍ବାଳ ପ୍ରମୁଖ ଉପସ୍ଥିତ ହୋଇ ସଙ୍ଘୀୟ ବକ୍ତବ୍ୟ ରଖିଥିବା ବେଳେ ଉପସ୍ଥିତ କର୍ମୀ ମାନେ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସର୍ବ ସମ୍ମତି କ୍ରମେ କୁଳିଆଣା ଉପଖଣ୍ଡ ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଥିଲା।ଉପଖଣ୍ଡ ସମ୍ପାଦକ କେଦାର କୁମାର ସିହ୍ନା, ଉପଖଣ୍ଡ ସଙ୍ଗଠକ ସିଦ୍ଧେଶ୍ବର ମହାପାତ୍ର, ବାଙ୍ଗିରିପୋଷି ସେକ୍ସନ ସଙ୍ଗଠକ ମହେନ୍ଦ୍ର ନାଥ ମହାନ୍ତ, ଝାରପୋଖରିଆ ସେକ୍ସନ ସଙ୍ଗଠକ ପଦ୍ମଲୋଚନ ହେମ୍ବ୍ରମ, ସାରସକଣା ସେକ୍ସନ ସଙ୍ଗଠକ ପ୍ରବିର କୁମାର ମହାପାତ୍ର, କୁଳିଆଣା ସେକ୍ସନ ସଙ୍ଗଠକ ଲକ୍ଷ୍ମୀନାରାୟଣ ବେହେରା, ହିନ୍ଦୁସ୍ଥାନ ବିଏ ମାନଙ୍କ ମଧ୍ୟରେ ଉପଖଣ୍ଡ ମୁଖ୍ୟ କାହ୍ନୁଚରଣ ଦାସ ଓ ସହଯୋଗୀ ଜୟପ୍ରକାଶ ଭଦ୍ରା, କୁଳିଅଣାର ରାମଚନ୍ଦ୍ର ମହାନ୍ତ, ସାରସକଣାର କାର୍ତ୍ତିକ ଚନ୍ଦ୍ର ଦାସ, ବାଙ୍ଗିରିପୋଷିର ବିଶିକେଶନ ମାହାନା ଓ ଝାରପୋଖରିଆର ଗୌତମ କର ପ୍ରମୁଖଙ୍କୁ କର୍ମକର୍ତ୍ତା ଚୟନ କରାଯାଇଛି। ସଙ୍ଘ ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରାଯାଇ ଶପଥ ପାଠ କରା ଯାଇଥିଲା। ମଞ୍ଚାସିନ ନେତୃ ମଣ୍ଡଳୀ ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ ୟୁନିୟନ ର କାର୍ଯ୍ୟ ସମ୍ପର୍କରେ ନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ। ଠିକା କର୍ମଚାରୀଙ୍କ ଦରମା ବୃଦ୍ଧି, ଆନୁସଙ୍ଗିକ ସୁବିଧା ସୁଯୋଗ ତଥା ବୈଠକରେ ଉପସ୍ଥାପିତ ସମସ୍ୟା ଗୁଡିକ ଉପରେ ଦୃଷ୍ଟି ଦିଆଯାଇ ଏହାର ସ୍ଥାୟୀ ସମାଧାନ କରିବା ନିମନ୍ତେ ସଙ୍ଘ ପ୍ରତିଶ୍ରୁତି ବଦ୍ଧ ବୋଲି ନିଜ ବକ୍ତବ୍ୟରେ ଜ୍ୟୋତିକୃଷ୍ଣ ବେହେରା ଦୃଢକ୍ତି ପ୍ରକାଶ କରିଥିଲେ। ଶେଷରେ ଇନ୍ଦ୍ରଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କୃଷ୍ଣପଦ ମହାନ୍ତ (ଛବି), ସତ୍ୟରଞ୍ଜନ ବେହେରା, ଅଶୋକ କୁମାର ମହାନ୍ତ, ସଞ୍ଜିତ ସେଠୀ, ସୀମାଞ୍ଚଳ ବେହେରା, ଜୀବନ ଗିରି, ସୁଭାସିସ ବେହେରା, ବିକାଶ ବେହେରା, ବିକାଶ ସେଠୀ, ସତ୍ୟରଞ୍ଜନ ମାହାନା, ରାଜେଶ ମହାନ୍ତ ପ୍ରମୁଖ ବୈଠକ ଆୟୋଜନରେ ପୂର୍ଣ୍ଣ ସହଯୋଗ କରିଥିଲେ। ବହୁ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ହୋଇ ଆୟୋଜିତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।