ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଫେବୃଆରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ନୟାଗଡ଼ ମଣ୍ଡାବାଗନ(ଦକ୍ଷିଣକାଳୀ) ପଡ଼ିଆରେ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିଅର ମେଳା ଆୟୋଜନ ହେବାକୁଯାଉଛି । ଚଳିତ ବର୍ଷ ନିଆରା ଭାବରେ ପୁସ୍ତକ ମହୋତ୍ସବ ଓ କ୍ୟାରିଅର ମେଳା କରାଯିବା ପାଇଁ ନିଷ୍ପତ୍ତି ସରିଛି । ବହି ସାଙ୍ଗକୁ ଚଳିତ ବର୍ଷ ଚଟପଟି ଖାଦ୍ୟ ଷ୍ଟଲର ମଜା ମେଳାକୁ ଆସୁଥିବା ବହି ପ୍ରେମୀ ନେଇ ପାରିବେ ବୋଲି ସୂଚନା ମିଳିଛି । ରୋଟାରୀଆନ୍ ଧିରେନ୍ଦ୍ର ପଟ୍ଟନାୟକ ଏନେଇ ସୂଚନା ଦେଇଥିବା ବେଳେ ପୁସ୍ତକ ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ଏଭଳି ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମଧ୍ୟ ଜଣାଯାଇଛି । ପୁସ୍ତକ ପ୍ରତି ସମସ୍ତଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ନିଆରା କାର୍ଯ୍ୟକ୍ରମ ନୟାଗଡ଼ରେ ଆୟୋଜନ କରାଯାଉଥିବା ନେଇ କଥାକାର ତଥା ସାମ୍ବାଦିକ ଅନୀଲ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ରାଜ୍ୟ
ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପାଇଁ ପ୍ରସ୍ତୁତି ଆରମ୍ଭ
- Hits: 348











