ଆବାସ ତାଲିକାରେ ନାହିଁ ନର୍ମଦା ଙ୍କ ନାମ
ଭଞ୍ଜନଗର, : ଦୀର୍ଘ ବର୍ଷ ପରେ ଆବାସ ଯୋଜନାର ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀ ଙ୍କ ତାଲିକା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ସାମିଲ ହେବା ପାଇଁ ଅନେକ ଆଶାୟୀ ବିଭିନ୍ନ ଉପାୟ ଅବଲମ୍ବନ କରି ନିଜକୁ ଯୋଗ୍ୟ ତାଲିକାରେ ସାମିଲ କରାଇ ନେଉଛନ୍ତି। ତେବେ ଏହି ତାଲିକା କୁ ନେଇ ଅନେକ ଯୋଗ୍ୟ ଆଶାୟୀ ନିରାଶ ହୋଇଛନ୍ତି। କାହାକୁ ବ୍ଳକ ପ୍ରଶାସନ ତ ଆଉ କାହାକୁ ନିର୍ବାଚିତ ଜନ ପ୍ରତିନିଧି ପ୍ରତିଶୃତି ଦେଇଥିଲେ ମୁଣ୍ଡ ଗୁଞ୍ଜିବା ପାଇଁ ମିଳିବ ଆବାସ ଘର୍ ଖଣ୍ଡିଏ। ହେଲେ ତାଲିକା ପ୍ରକାଶ ପାଇବା ପରେ ଏ ସବୁ ମିଥ୍ୟା ପ୍ରମାଣିତ ହୋଇଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଭଞ୍ଜନଗର ବ୍ଳକ ସାନକୋଦଣ୍ଡା ପଞ୍ଚାୟତ ଯୋଗୀମାରି ଗ୍ରାମର ନର୍ମଦା ସେଠୀ କ୍ଷେତ୍ରରେ। ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ନର୍ମଦା ଙ୍କ ନାମ ନଥିବା ରୁ ଏହା ପ୍ରଶାସନିକ ଅବହେଳା ନା ଭାଗ୍ୟର ବିଡମ୍ବନା ବୋଲି ପ୍ରଶ୍ନ ଉଠୁଛି। ଗରିବ ଅସହାୟ ଲୋକଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସରକାରୀ କର୍ମଚାରୀ ଙ୍କ ଖାମଖିଆଲି ମନୋଭାବ ଓ ଜନ ପ୍ରତିନିଧି ଙ୍କ ଆକ୍ରୋଶର ଶିକାର ଯୋଗୁଁ ଆଜି ବି ପ୍ରକୃତ ହିତାଧିକାରୀ ଯୋଜନା ରୁ ବାଦ ପଡିଛନ୍ତି। ସାନକୋଦଣ୍ଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରରେ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। କେନ୍ଦ୍ର ସରକାରଙ୍କ ଆବାସ ଯୋଜନାର ପୋର୍ଟାଲ ରେ ପଞ୍ଚାୟତ ରୁ ୧୩୭ ଜଣ ଆବାସ ହିତାଧିକାରୀଙ୍କ ନାମ ରହିଥିଲେ ମଧ୍ୟ ଯୋଗ୍ୟତାର ସମସ୍ତ ମାପଦଣ୍ଡ ରହିଥିଲେ ବି ଯୋଗୀମାରି ଗ୍ରାମର ନର୍ମଦା ସେଠୀ ଓ ଲୋଚନ ସେଠୀ ଦମ୍ପତି ଙ୍କୁ ତାଲିକାରେ ସାମିଲ କରାଯାଇନାହିଁ। ଆବାସ ଘର୍ ଖଣ୍ଡିଏ ପାଇବା ନିମନ୍ତେ ବହୁବାର ନର୍ମଦା ସରକାରୀ ବାବୁ ଓ ଜନ ପ୍ରତିନିଧି ଙ୍କୁ ନେହୁରା ହୋଇ କାଗଜପତ୍ର ବଢାଇଛନ୍ତି। ହେଲେ ଆଜି ସୁଦ୍ଧା ଘର୍ ଖଣ୍ଡିଏ ନ ମିଳିବାରୁ ଆମ୍ବ ତୋଟା ନିକଟରେ ଏକ ଚାଳ ଛପର କଚ୍ଚା ଘରେ ଭେଣ୍ଡିଆ ପୁଅକୁ ଧରି ଜୀବନ କାଟୁଛନ୍ତି। ବର୍ଷା ଦିନେ ଘରେ ପାଣି ପସୁଥିବା ବେଳେ ଖରା ଦିନେ ଘର୍ ପୋଡିର ଭୟ ତାଙ୍କୁ ଘାରିଛି । ଦିନ ମଜୁରିଆ ଭାବେ ଉଭୟ ସ୍ୱାମୀ ସ୍ତ୍ରୀ ଭୁବନେଶ୍ୱର ଓ ଗ୍ରାମରେ ରହି ପରିବାର ପ୍ରତିପୋଷଣ କରୁଥିବା ବେଳେ ଭାଗ୍ୟ କୁ ଆଦରୀ ସେମିତି କଚ୍ଚା ଘରେ ରହୁଛନ୍ତି। ଘର୍ ଖଣ୍ଡିଏ ପାଇଁ ନର୍ମଦା କେବଳ ପ୍ରତିଶ୍ରୁତି ପାଉଥିବା ବେଳେ ଅନେକ ଅଯୋଗ୍ୟ ଚଞ୍ଚକତା କରି ଆବାସ ହାତେଇ ନେଇଥିବା ବେଳେ ପଚାରିଛନ୍ତି ଯୋଗ୍ୟ ହିତାଧିକାରୀ ଙ୍କ ମାନଦଣ୍ତ କଣ ? ତେବେ ଉପଯୁକ୍ତ ତଦନ୍ତ କରାଯାଇ ନଜର ଆଢୁଆଳ ରେ ରହି ଯାଇଥିବା ଏହି ପରିବାର କୁ ଆବାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଖୁବ ଶୀଘ୍ର ତଦନ୍ତ କରାଯାଇ ନର୍ମଦା ଙ୍କୁ ଆଗମୀ ପର୍ଯ୍ୟାୟରେ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ବିଡ଼ିଓ ଶଶୀ ଭୂଷଣ ମହାପାତ୍ର କହିଛନ୍ତି।












