ହେଡଲାଇନସ୍:

ମହାପ୍ରଭୁଙ୍କୁ ଦର୍ଶନ କରି ନିମନ୍ତ୍ରଣ କଲେ ଅନନ୍ତ ଅମ୍ବାନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ବାହାଘରକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ମୁକେଶ ଅମ୍ୱାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ଶ୍ରୀମନ୍ଦିର ବୁଲିଲେ, ମହାପ୍ରଭୁଙ୍କ ସାନିଧ୍ୟ ଲାଭ କଲେ ଏବଂ ମହାପ୍ରଭୁଙ୍କ କୃପା ସର୍ବଦା ଏମିତି ଥାଉ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କଲେ ।

ମଙ୍ଗଳବାର ଅପରାହ୍ନରେ ଭୂବନେଶ୍ବର ବିମାନ ବନ୍ଦରରୁ ସିଧାସଳଖ ପୁରୀ ଶ୍ରୀମନ୍ଦିରର ଅଭିମୁଖେ ବାହାରିଯାଇଥିଲେ ଅନନ୍ତ। ସେଠାରେ ପହଞ୍ଚି କଡା ସୁରକ୍ଷାରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ପ୍ରକାଶ ଥାଉ କି, ନିକଟରେ ରାଧିକା ମର୍ଚାଣ୍ଟଙ୍କ ସହ ଅନନ୍ତଙ୍କ ନିର୍ବନ୍ଧ ସରିଛି । ତେଣୁ ସେ ବିଭିନ୍ନ ଦେବାଳୟ ବୁଲି ଆଶୀର୍ବାଦ ଭିକ୍ଷା କରୁଥିବା କୁହାଯାଉଛି । ମହାପ୍ରଭୁଙ୍କ ଦର୍ଶନ ପରେ ଭୂବନେଶ୍ବର ଓ ପରେ ମୁମ୍ବାଇ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

0
0
0
s2sdefault