ହେଡଲାଇନସ୍:

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ କନ୍ୟା ଦିବସ ପାଳିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୦୦ରୁ ଉର୍ଦ୍ଧ ଛାତ୍ରୀଙ୍କୁ ନେଇ ଜାତୀୟ କନ୍ୟା ଦିବସ ପାଳନ ହୋଇଯାଇଛି ।
ଏହି ଅବସରରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀ ଓ ଶିଶୁ ସୁରକ୍ଷା ୟୁନିଟ୍ ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତିପାଠୀ ପ୍ରମୂଖ ଯୋଗଦେଇଥିଲେ।
ସର୍ବ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ବେଟି ବଚାଅ ବେଟି ପଢାଅ ବାଲ୍ୟ ବିବାହ ବନ୍ଦ କରିବା ଭୃଣ ହତ୍ୟା ବନ୍ଦ କରିବା ଦିଗରେ ଆଲୋଚନା କରି ସଚେତନ କରାଇଥିଲେ ।
ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଦେବୀ ଜାତୀୟ କନ୍ୟା ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଧାରଣା ଦେଇଥିଲେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପିତୃ ମାତୃ ହୀନ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନା ଯଥା ଗ୍ରିନ ପାସେଜ , ପୃଷ୍ଠ ପୋଷକ ଯୋଜନା ବିଷୟରେ ଆଲୋଚନା କରିଥିଲେ ଓ ଶିଶୁ ଅଧିକାର ଉପରେ ବୁଝାଇଥିଲେ।
ଆଜିକାର କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲା ସମସ୍ତ ଛାତ୍ରୀଙ୍କ ଉଦ୍ଦେଶ୍ୟରେ କେକ କାଟି କନ୍ୟା ଦିବସ ପାଳନ କରାଯାଇଥିଲା ଓ ସମସ୍ତ ଛାତ୍ରୀଙ୍କୁ ମିଠା ବଣ୍ଟନ କରାଯାଇଥିଲା । ଏହି ଅବସରରେ ପୂର୍ବରୁ ବିଭିନ୍ନ ସ୍କୁଲ ଓ ମହାବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଯଥା ଅର୍ଚ୍ଚନା ବଡରଇତ , ଜୁଲି ସିଂ , ରିବିକା ରଇତ , ପୁଷ୍ପାଞ୍ଜଳୀ ସେଠି ଓ ଲିସାରାଣି ପାଢୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ ।

0
0
0
s2sdefault