ହେଡଲାଇନସ୍:

ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା : ମୁଖ୍ୟ ଆକର୍ଷଣ ଥିଲେ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କଳା , ସଂସ୍କୃତି , ଐତିହ୍ୟ ଓ ସମୃଦ୍ଧ ପରମ୍ପରର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୨ର ଚତୁର୍ଥ ରଜନୀରେ ଝଲସି ଉଠୁଛି । ଏହା ସହ ପ୍ରବଳ ଜନସମାଗମ ହୋଇଥିବାର ଲକ୍ଷ୍ୟକରାଯାଇଛି । ପ୍ରଥମେ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ ଯୋଗଦେଇ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ରଞ୍ଜୀବ ଶବର , ଅଧ୍ୟକ୍ଷ ପଞ୍ଚାୟତ ସମିତି , ମୋହନା , ଲକ୍ଷ୍ମୀନାରାୟଣ ଶବର , ଅଧ୍ୟକ୍ଷ ପଞ୍ଚାୟତ ସମିତି , ରା.ଉଦୟଗିରି , ମାଳତୀ ପ୍ରଧାନ ଅଧ୍ୟକ୍ଷା ପଞ୍ଚାୟତ ସମିତି , ନୂଆଗଡ , ପୂର୍ଣ୍ଣବାସୀ ନାୟକ , ଅଧ୍ୟକ୍ଷା ପଞ୍ଚାୟତ ସମିତି , ରାୟଗଡ , ଏନ୍.ବୀରାରାଜୁ ଅଧ୍ୟକ୍ଷ ପଞ୍ଚାୟତ ସମିତି , ଗୋଷାଣୀ , ସୁନେମୀ ମଣ୍ଡଳ , ଅଧ୍ୟକ୍ଷା ପଞ୍ଚାୟତ ସମିତି , ଗୁମ୍ମା , ବି.ସାୟାମ୍ମା , ଅଧ୍ୟକ୍ଷା ପଞ୍ଚାୟତ ସମିତି , କାଶୀନଗର , ଏମ୍.ସୁଧାରାଣୀ , ଅଧ୍ୟକ୍ଷା ବିଜ୍ଞାପିତ ପରିଷଦ ଅଞ୍ଚଳ ପରିଷଦ , କାଶୀନଗର ପ୍ରମୁଖ ମଞ୍ଚାସୀନ ଥିଲେ।ଅତିଥିମାନେ ଏପରି ବର୍ଣ୍ଣାଢ୍ୟ ଉତ୍ସବ ପାଳନକୁ ନେଇ ଭୂୟସୀ ପ୍ରଶଂସା କରିବା ସହ ଏହି ଉତ୍ସବ କଳା ସଂସ୍କୃତିର ମହାପର୍ବ ତଥା ସମାଗମ ବୋଲି ଅବିହିତ କରିଥିଲେ। ସଭା କାର୍ଯ୍ୟକ୍ରମ ସମାପନ ପରେ ରାଜ୍ୟର ଓ ଜିଲ୍ଲାର କଳାକାରମାନଙ୍କ ଦ୍ୱାରା ଆକର୍ଷିତ ଲୋକନୃତ୍ୟ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲା। ଉକ୍ତ ଉତ୍ସବ ମୁଖ୍ୟ ଆକର୍ଷଣ ଥିଲେ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚନା ।
ସବ୍ୟସାଚୀ ଓ ଅର୍ଚ୍ଚନାଙ୍କ ସଂଗୀତ ଓ ନୃତ୍ୟ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲା।
ଚତୁର୍ଥ ରଜନୀରେ ୧୪ ଗୋଟି ଦଳ ଯଥା ନଟରାଜ ନୃତ୍ୟ କଳା କ୍ଷେତ୍ର , ଗଞ୍ଜାମ ଜିଲ୍ଲାର ରଣପା ଲୋକନୃତ୍ୟ , ଚନ୍ଦ୍ରଗିରିର ତିବତ୍ତିଅନ୍ ଗ୍ରୁପ୍ , ସୁରଭୀ ଗଜପତି , ଶ୍ରୀ ଅରବିନ୍ଦ ବିଦ୍ୟାଳୟ , ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲ ପାରଳାଖେମୁଣ୍ଡି , କୋରାପୁଟ ଜିଲ୍ଲାର ଢେମସା ଲୋକନୃତ୍ୟ , କେନ୍ଦ୍ରୀୟ ବିଦ୍ୟାଳୟ , ପାରଳାଖେମୁଣ୍ଡି , ନୂଆଗଡ ବ୍ଲକର ଲୋକନୃତ୍ୟ , ମହିଳା ସ୍ନାତକ ମହାବିଦ୍ୟାଳୟର , ପାରଳାଖେମୁଣ୍ଡି , ବନ୍ଦେ ମାତରାମ୍ ପାରଳାଖେମୁଣ୍ଡି , ଗୋଷାଣୀ ବ୍ଲକ ଲୋକନୃତ୍ୟ , କାଶୀନଗର ବ୍ଲକର ଲୋକନୃତ୍ୟ , ସମ୍ବଲପୁର ଜିଲ୍ଲାର ଲୋକନୃତ୍ୟ ବେସ ଉଚ୍ଚକୋଟୀର ହୋଇଥିଲା।

0
0
0
s2sdefault