ହେଡଲାଇନସ୍:

ସୋନପୁର ଜିଲ୍ଲାରେ "ଭାରତ ଯୋଡ଼ ଯାତ୍ରା - ଓଡ଼ିଶା 'କୁ ବିପୁଳ ଜନସମର୍ଥନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋନପୁର, : ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବରଗଡ ଜିଲ୍ଲା ସୀମାର ଖଇରିପାଲ୍ଲୀ ଠାରୁ "ଭାରତ ଯୋଡ଼ ଯାତ୍ରା - ଓଡ଼ିଶା ' ର ଯାତ୍ରା ଆରମ୍ଭ ହୋଇଥିଲା ।ସୋନପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଡୁଙ୍ଗୁରିପାଲ୍ଲୀ ଦେଇ ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକ ଓ ଅନ୍ୟ ଯାତ୍ରୀମାନେ ଚେରୁପାଲ୍ଲୀ ଠାରେ ପହଞ୍ଚିଥିଲେ । ସୋନପୁର
ଜିଲ୍ଲାର ବିଭିନ୍ନ ବର୍ଗର ଲୋକେ,ଚାଷୀ,ଯୁବ ଛାତ୍ର ମହିଳା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ଜିଲ୍ଳାର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ଡୁଙ୍ଗୁରୁପାଲ୍ଲୀ ଠାରେ ସୋନପୁର ଜିଲ୍ଲା ସଭାପତି ଗୌରୀ ଶ୍ୟାମ ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏକ ବିଶାଳ ସମାବେଶରେ ଶ୍ରୀ ପଟ୍ଟନାୟକ ଯୋଗଦେଇ ଉଦବୋଧନ ଦେଇ କହିଥିଲେ ଯେ, ଏଠାରେ ବେକାରୀ ଉତ୍କଟ । ଶାସକ ଦଳ ଭୋଟ ପାଇବା ପରେ ସାଧାରଣ ଜନତାଙ୍କର ଦାବିକୁ ପାଶୋରି ଯାଇଛନ୍ତି ।ବିଗତ ଦିନରେ କଂଗ୍ରେସ ଦଳର ଅବଦାନ ଫଳରେ ଓଡ଼ିଶାରେ ଘରେଘରେ ବିଜୁଳି ଏବଂ ଚାଷୀର ଜମିକୁ ପାଣି ଯୋଗାଇଛି । ବିଜେଡି ଓ ବିଜେପିର ଏଭଳି କିଛି ଅବଦାନ ଅଛି କି?” ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ ।୨୦୨୪ ରେ ରାଜ୍ୟରେ କଂଗ୍ରେସ ଶାସନକୁ ଆସିଲେ ସମସ୍ତଙ୍କୁ ୨୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ।
"ଭାରତ ଯୋଡ଼ ଯାତ୍ରା - ଓଡ଼ିଶା' ଏକ ନୂତନ ବାର୍ତ୍ତା ଦେଇଛି । ରାଜ୍ୟରେ ବିଶେଷ କରି ଯାହା ବି ବିକାଶ ହୋଇଛି କଂଗ୍ରେସ କରିଛି । କଂଗ୍ରେସ ଶାସନ ପରେ ଏଠିକାର ବିକାଶର ଧାରା ଅବରୋଧ ହୋଇଛି । ଯୁବକମାନେ ବେସାହାରା । ଯୁବକମାନଙ୍କର ସମସ୍ୟାର ସୀମା ନାହିଁ । ସ୍ଥାନୀୟ ଯୁବକ ଯୁବତୀମାନେ ବେକାରୀର ଯନ୍ତ୍ରଣା ଭିତରେ ଛଟପଟ ହେଉଥିବା ବେେଳେ ବିଜେଡି ଓ ବିଜେପି ସରକାରର ସେଥିପ୍ରତି ନିଘା ନାହିଁ ।ଚାଷୀ ଉପେକ୍ଷିତ ,ଚାଷୀ ଆତ୍ମହତ୍ୟା ଏକ ଉତ୍କଟ ପରିସ୍ଥିତିରେ ଗତି କରୁଛି।ରାଜ୍ୟରେ ସ୍ୱାସ୍ଥ୍ୟ କଥା ନ କହିବା ଭଲ,ଡାକ୍ତରଖାନା ଅଛି କିନ୍ତୁ ଡାକ୍ତର ନାହାନ୍ତି।ଏବେ ଭୁ ଏପରି ଅଂଚଳ ଅଛି ମହିଳା ମାନେ ପ୍ରସୂତି କରିବା ପାଇଁ ଖଟରେ ବୁହା ହେଉଛନ୍ତି। ମାତ୍ର ବିଜେଡି ଓ ବିଜେପି କ୍ଷମତାସୀନ । ଲୋକଙ୍କୁ ବାରମ୍ବାର ଭୁଲାଇ, ଭୁତାଇ ଭୋଟ ଲୁଟି ନେଉଛନ୍ତି । ଭୋଟ ପରେ ପ୍ରତିଶ୍ରୁତିକୁ ପାଶୋରି ଯାଉଛନ୍ତି । ଓଡ଼ିଶା ୨୨ ବର୍ଷ ଧରି ସବୁ କ୍ଷେତ୍ରରେ ଏକ ପଛୁଆ ରାଜ୍ୟରେ ପରିଗଣିତ ହେଉଥିବା ବେଳେ ଏଠିକାର ମୁଖ୍ୟମନ୍ତ୍ରୀ ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ନାଁ ନେବାପାଇଁ ବିଭିନ୍ନ ଅନୁଷ୍ଠାନକୁ ଅନୁଗୃହୀତ କରି ପୁରସ୍କାର ପାଉଛନ୍ତି । ବିକାଶ ଓ ସୁଶାସନ ପ୍ରତିଷ୍ଠା ପାଇଁ "ଭାରତ ଯୋଡ଼ ଯାତ୍ରା - ଓଡ଼ିଶା 'ର ସ୍ୱରରେ ସ୍ୱର ମିଳାନ୍ତୁ । ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନର ସୂତ୍ରଧର ହୁଅନ୍ତୁ ।
ଆଜି ପଦଯାତ୍ରା ଆରମ୍ଭ ପୂର୍ବରୁ ପ୍ରତ୍ୟୁଷରେ ଭାରତ ଜୋଡୋ ଯାତ୍ରା-ଓଡ଼ିଶାର ଖଇରିପାଲ୍ଲୀସ୍ଥିତ ଅସ୍ଥାୟୀ କ୍ୟାମ୍ପରେ ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ହୋଇଯାଇଛି।ଏଥିରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ବିର ବରପୁତ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଆଜିର ସମସ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ସମେତ ଜିଲ୍ଲା ସଭାପତି ଗୌରୀ ଶ୍ୟାମ ପଣ୍ଡା,ପୂର୍ବତନ ବିଧାୟକ ବିନୋଦ ପାତ୍ର,ବରିଷ୍ଠ କଂଗ୍ରେସ ନେତା ତଥା କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ,ରବି ପଣ୍ଡା,ରାଜ ଗୋପାଳ ପାଣିଗ୍ରାହୀ,ଚିତ ରଞ୍ଜନ ମିଶ୍ର,ଜିତେନ୍ଦ୍ର ପଟ୍ଟନାୟକ, ପ୍ରଦୀପ ସେଠି,ପ୍ରିୟବ୍ରତ ସାହୁ,ସୁକାନ୍ତି ବାଗ, ମଞ୍ଜୁଲତା ମହାନନ୍ଦ,ଆକାଶ ମିଶ୍ର,ଶୁଭେନ୍ଦୁ ମହାନ୍ତି,ବାଙ୍କନିଧି ବେହେରା,କୈଳାଶ ସାହୁ,ଦୀପକ ମହାପାତ୍ର,ପ୍ରଦୀପ ମହାପାତ୍ର,ସାଗର ପରିଡା,କୁଳମଣି ସାହୁ,ଏମ ଡି ସାହାଦୁଲ୍ଲା ପ୍ରମୁଖ ବହୁ ସଂଖ୍ୟାରେ ଛାତ୍ର,ଯୁବ,ମହିଳା,ସେବାଦଳର କର୍ମୀ ଏବଂ ସହସ୍ରାଧିକ ସଂଖ୍ୟାରେ କଂଗ୍ରେସ ଶୁଭେଛୁମାନେ ଯୋଗ ଦେଇଥିଲେ।

0
0
0
s2sdefault