ହେଡଲାଇନସ୍:

ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିଢୈଷିଣୀ ସମାଜ ସଭା ଗୃହ ଠାରେ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଉପଦେଷ୍ଟା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଉପଦେଷ୍ଟା ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା , ଉପ ସଭାପତି ହରିମୋହନ ପଟ୍ଟନାୟକ , ସମ୍ପାଦକ ମୁରଲିଧର ପରିଚ୍ଛା , ସହ ସଂପାଦକ ବିଷ୍ଣୁ ମୋହନ ଅଧିକାରୀ , କୋଷାଧ୍ୟକ୍ଷ ନିତ୍ୟାନନ୍ଦ ଚୌଧୁରୀ ପ୍ରଭୃତି ମନୋନୀତ ହେଲେ।
ଆଗାମୀ ତା୧୬.୦୨.୨୦୨୩ରିଖ ଦିନ ପୁଣ୍ୟଶ୍ଲୋକ ଅମ୍ଳାନ ଆତ୍ମା ପ୍ରାବନ୍ଧିକ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୫ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବ। ପ୍ରମୋଦ ପାଢ଼ୀ , ଭାଗବତ ପାଢ଼ୀ , ଆଶାଲତା ପାଣିଗ୍ରାହୀ , ତ୍ରିପତି ପଣ୍ଡା , କଲ୍ୟାଣୀ ମିଶ୍ର ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଶ୍ୟାମ ସୁନ୍ଦର ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault