ଓସଡମା କେନ୍ଦ୍ର ସରକାରଙ୍କ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର -2023 ପାଇଁ ଯୋଗ୍ୟ ବିବେଚିତ |
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା) କୁ ମିଳିଛି ଆଉ ଏକ ଜାତୀୟ ସ୍ୱୀକୃତି | ଵିପର୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଉତ୍କର୍ଷତାକୁ ପୁଣି ଲାଗିଛି କେନ୍ଦ୍ରୀୟ ମୋହର | ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା) ଏବଂ ମିଜୋରାମର ଲୁଙ୍ଗଲେଇ ଅଗ୍ନିଶମ କେନ୍ଦ୍ର, ଅନୁଷ୍ଠାନ ବର୍ଗରେ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କର -2023 ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି |
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ବାର୍ଷିକ ପୁରସ୍କାର ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ନାମରେ ପ୍ରତିଷ୍ଠା କରିଛନ୍ତି ଯାହାକି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା ପ୍ରଦାନ କରାଯାଇଥିବା ଅମୂଲ୍ୟ ଅବଦାନ ତଥା ନିସ୍ୱାର୍ଥପର ସେବାକୁ ସମ୍ମାନ ତଥା ସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ | ପ୍ରତିବର୍ଷ 23 ଜାନୁଆରୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ ଏହି ପୁରସ୍କାର ଘୋଷଣା କରାଯାଏ | ଏହି ପୁରସ୍କାର ବାବଦରେ ଅନୁଷ୍ଠାନକୁ 51 ଲକ୍ଷ ଏବଂ ବ୍ୟକ୍ତିଙ୍କୁ 5 ଲକ୍ଷ ସହ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ |
ସୂଚନାଯୋଗ୍ୟ ଯେ ୧୯୯୯ ରେ ମହାବାତ୍ୟା ପରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ((ଓସଡମା) ) ପ୍ରତିଷ୍ଠା କରାଯାଇଥିଲା। ଓସଡମା ଓଡିଶା ବିପର୍ଯ୍ୟୟ ମୁକାବିଲା ଆକ୍ସନ ଫୋର୍ସ (ଓଡ୍ରାଫ), ପ୍ରାରମ୍ଭିକ ଚେତାବନୀ ସେବା (MHEWS) ଏବଂ ସାଟାର୍କ (System for Assessing, Tracking, and Alerting Disaster Risk Information based on Dynamic Risk Knowledge) ନାମକ ଏକ ଅତ୍ୟାଧୁନିକ ଜ୍ଞାନକୌଶଳ-ସକ୍ଷମ ୱେବ୍ / ସ୍ମାର୍ଟଫୋନ୍ ଆଧାରିତ ପ୍ଲାଟଫର୍ମକୁ ବିକଶିତ କରିବା ସହିତ ଏକାଧିକ ପଦକ୍ଷେପ ଆରମ୍ଭ ଆରମ୍ଭ କରିଥଲେ | ବିଭିନ୍ନ ଘୂର୍ଣ୍ଣିବଳୟ, ହୁଡହୁଡ (2014), ଫନି (2019), ଆମ୍ଫାନ୍ (2020) ଏବଂ ଓଡିଶା ବନ୍ୟା (2020) ସମୟରେ(ଓସଡମା) ପ୍ରଭାବଶାଳୀ କାର୍ଯ୍ୟ ତଥା ସର୍ବୋତ୍ତମ ପରିଚାଳନା କରିଥିଲା |
ସେହିପରି , ୨୪ ଏପ୍ରିଲ ୨୦୨୧ ରେ ଲୁଙ୍ଗଲେଇ ସହରକୁ ଘେରି ରହି ୧୦ରୁ ଅଧିକ ଗ୍ରାମ ପରିଷଦ ଅଞ୍ଚଳରେ ବ୍ୟାପି ଯାଇଥିବା ଜଙ୍ଗଲ ନିଆଁ ନିୟନ୍ତ୍ରଣ କରି ଅନେକ ଧନଜୀବନ ଓ ପ୍ରାକୃତିକ ସମ୍ୱାଦ ରକ୍ଷା କରିବାରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଯୋଗୁ ଲୁଙ୍ଗଲେ ଫାୟାର ଷ୍ଟେସନ୍, ମିଜୋରାମକୁ ମଧ୍ୟ ଚଳିତବର୍ଷର ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି |