ପଦ୍ମପୁର :- ପଦ୍ମପୁର ସବ୍ ଡିଭିଜନ ଭେଁଉରିଆ ପଞ୍ଚାୟତ ଅନ୍ତର୍ଗତ ବୁଧାପାଲି ଗ୍ରାମରେ ଆଜି ସନ୍ଧ୍ୟାରେ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସିରଜିନାର ୨୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ତଥା ବିଜେଡି ରାଜ୍ୟ ସମ୍ପାଦକ ରାଜୁ ଘିବେଲାଙ୍କ ସଭାପତିତ୍ଵ ଓ ରାଜେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ସିରଜିନା ବାର୍ଷିକ ପତ୍ରିକା ଉନ୍ମୋଚନ କରିଥିଲେ l ଏହି ଅବସରରେ ମୁଖ୍ୟବକ୍ତା ରାଜେନ୍ଦ୍ର ପ୍ରସାଦ ପାଢୀ ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରି ଆନୁଷ୍ଠାନର ଉନ୍ନତି କାମନା କରିଥିଲେ l ପଦ୍ମପୁର ଏନଏସି ଉପ-ନଗରପାଲ ଭାରତୀ ପଟ୍ଟନାୟକ ଓ ବରିଷ୍ଠ ନାଗରିକ ଡିଗ୍ରୀଲାଲ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l
ରାଜ୍ୟ
ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସିରଜିନାର ବାର୍ଷିକୋତ୍ସବ ଅନୁଷ୍ଠିତ l
- Hits: 712