ହେଡଲାଇନସ୍:

ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିଲେ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ/ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧୋଡ୍ରା ଠାରେ ଶନିବାର ରାତିରେ ଦୁର୍ବୃତ ମାନେ SBI ଶାଖା ର ATM ତାଡି ଟଙ୍କା ଲୁଟ କରିଛନ୍ତି। କେତେ ଟଙ୍କା ଲୁଟ ହୋଇଛି ତାହାର ସଠିକ ତଥ୍ୟ ନଥିଲେ ମଧ୍ୟ ଲକ୍ଷାଧିକ ଲୁଟ୍ ହୋଇଥିବା ଅନୁମାନ କରାଯାଉଛି। ଉମରକୋଟ ପୋଲିସ୍ ସାଇନଟିଫିକ ଟିମ୍ ସନ୍ଧାନି କୁକୁର ସହ ପ୍ରାଥମିକ ତଦନ୍ତ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟେରା ଙ୍କ ପତା ମିଳିନାହିଁ। ନବରଙ୍ଗପୁର ଜିଲ୍ଲାରେ ଏହି ଭଳି ATM ତାଡି ଟଙ୍କା ଲୁଟ୍ କରିବ ରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଧୋଡ୍ରା ଠାରେ ଥିବା ଧୋଡ୍ରା ମୁଖ୍ୟ ରାସ୍ତା କଡ଼ରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ କୁ ଗତ ରାତିରେ କେହି ଦୂର୍ବୁତ୍ତ ଗ୍ୟାସ କଟରେ କାଟି ଏଟିଏମ୍ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି।ପୂର୍ବରୁ ଏଟିଏମ୍ ରେ ୨ ଲକ୍ଷ ଟଙ୍କା ରହିଥିବା ବେଳେ ଗତକାଲି ପୁଣି ୩୦ ଲକ୍ଷ ଟଙ୍କା ପକା ଯାଇଥିଲା । ତେବେ ଏଟିଏମ୍ ରେ କେତେ ଟଙ୍କା ଲୁଟ୍ ହୋଇଛି ତାହା ସଠିକ ଜଣା ପଡିନାହିଁ‌। CCTV କ୍ୟାମେରା ଭାଙ୍ଗିବା ସହ ହାର୍ଡ ଡିସ୍କ କୁ ମଧ୍ୟ ଚୋର ସାଙ୍ଗରେ ନେଇ ଯାଇଛନ୍ତି ଏଣୁ ଏହି ଲୁଟ୍ ଘଟଣା ରେ ନିୟମିତ ଚୋରି କରୁଥିବା ଲୁଟେରା ଙ୍କ କାମ ଓ ଏକ ରୁ ଅଧିକା ଲୋକ ସାମିଲ ହେବା ସହ କିଛି ବଡ ଗାଡି ବ୍ୟବହାର କରିଥିବା ଅନୁମାନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନବରଙ୍ଗପୁର ରୁ ସାଇନଟିଫିକ ଟିମ୍ ଆସି ତଦନ୍ତ କରିବା ସହ କିଛି ନମୁନା ସଂଗ୍ରହ କରି ଥିବା ଜଣା ପଡିଛି , ଏହି ସଂପର୍କରେ ଉମରକୋଟ ଥାନା ରେ ବ୍ୟାଙ୍କ ତରଫରୁ ଏକ ଏତଲା ଦାଏର କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି। ଏହା ଏକ ସମ୍ବେଦନଶିଳ ଘଟଣା ହୋଇଥିବା ଯୋଗୁଁ ତଦନ୍ତ ରେ ବାଧା ସୃଷ୍ଟି ହେବ ବୋଲି ପୁଲିସ ବିଶେଷ କିଛି ସୂଚନା ଦେଇ ନାହାଁନ୍ତି।

0
0
0
s2sdefault