ବରଗଡ : - ପାଇକମାଳ ବ୍ଲକ୍ ଛେତେଗାଁ ପଞ୍ଚାୟତ ଘୁଚାପାଲି ସ୍ଥିତ ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳ ରେ ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସାମବେଦ ପାରାୟଣ ଓ ହୋମଯଜ୍ଞ କରାଯାଇଥିଲା । ପ୍ରଥମଦିନ କନ୍ୟା ଗୁରୁକୁଳ ଘୁଚାପାଲିର ଛାତ୍ରୀ ଓ ପାଇକମାଳ ମହର୍ଷି ଦୟାନନ୍ଦ ଗୁରୁକୁଳର ଯୋଗାଶ୍ରମରୁ ଆସିଥିବା ଛାତ୍ରମାନଙ୍କୁ ଯଜ୍ଞ ପବିତ ଧାରଣ ଓ ବେଦାରମ୍ଭ ସଂସ୍କାର କରାଯାଇଥିଲା । ଏହି ଅବସର ରେ ନାରୀ ଉତ୍ ଥାନ, ରାଷ୍ଟ୍ର ନିର୍ମାଣ ଓ ସଂସ୍କୃତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରବିବାର ଉଦଯାପନୀ ଉତ୍ସବରେ କୁଳପତି ଗୁରୁକୁଳ ବେଦାର୍ଷ ମହାବିଦ୍ୟାଳୟ ନୁଆଁ ଦିଲ୍ଲୀ ସ୍ବାମୀ ପ୍ରଣାବନନ୍ଦ ସରସ୍ବତୀ ସଭାପତି କରିଥିଲେ । ଅତିଥି ଭାବରେ ଗୁରୁକୁଳ ଆମସେନାର ପ୍ରତିଷ୍ଠାତା ସ୍ବାମୀ ବ୍ରତାନନ୍ଦ ସରସ୍ବତୀ, ଗୁରୁକୁଳ ନବପ୍ରଭାତ ର ଆଚାର୍ଯ୍ୟ ବୃହସ୍ପତି , କନ୍ୟା ଗୁରୁକୁଳ ଆମସେନାର ପୁଷ୍ପା ବେଦଶ୍ରୀ, ପ୍ରମ ପ୍ରକାଶ ଶାସ୍ତ୍ରୀ, କନ୍ୟା ଗୁରୁକୁଳ ଆଚାର୍ଯ୍ୟ ଶାରାଦା ବିଦ୍ୟାଲଂକାର, କମିଟି ସଭାପତି ବଡ ଶତପଥୀ, ପ୍ରେମାନନ୍ଦ ବାରିକ ବାରିକ ଯୋଗ ଦେଇ ଗୁରୁକୁଳର ପାଠ ପଢା ଓ ଆଧୁନିକ ଯୁଗର ପାଠ ପଢିବାର ତାରତମ୍ୟ ଉପରେ ଗୁରୁତାରୋପ କରିଥିଲେ । ନରଦେବ ଯଜୁର୍ବେଦୀ ସଭା ପରିଚାଳନା କରିଥିବା ବେଳେ ଅନନ୍ତ କୁମାର ଧନ୍ୟବାଦ ଦେଇଥିଲେ । ସୁନିଲ ପ୍ରଧାନ, ଭୁବନେଶ୍ବର ସାହୁ, ହରି ସାହା, ସୁଶାନ୍ତ ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ କାମରେ ସହଯୋଗ କରିଥିଲେ । ଶେଷରେ ଗୁରୁକୁଳର ଛାତ୍ରଛାତ୍ରୀମାମେ ବିଭିନ୍ନ ପ୍ରକାର ବ୍ୟାମ ପ୍ରର୍ଦଶନ କରିଥିଲେ ।
ରାଜ୍ୟ
କନ୍ୟା ଗୁରୁକୁଳ ର ୧୪ତମ ବାର୍ଷିକୋତ୍ସବ ପାଳିତ
- Hits: 235