ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ରୟାଲ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆମ ଦେଶର ଜାତୀୟ ଖେଳ ହକି । ରାଷ୍ଟ୍ରୀୟ ଖେଳ ଭାବରେ କେନ୍ଦ୍ର ସରକାର ଙ୍କର ଦ୍ୱାରା ହକି ଖେଳ କୁ ଯେଉଁ ମର୍ଯ୍ୟାଦା ଓ ପ୍ରୋତ୍ସାହନ ମିଳିବା କଥା ତାହା ଆଜି ପର୍ୟ୍ଯନ୍ତ ମିଳି ପାରି ନାହିଁ । ହକିର ପ୍ରଚାର ପ୍ରସାର ପ୍ରତି ସରକାରୀ ସ୍ତରରେ ପ୍ରୟାସ ନାମ ମାତ୍ର । ଗତ କିଛି ବର୍ଷ ପୂର୍ବେ ହକି ଓ ହକି ଖେଳାଳୀ ମାନଙ୍କ ଅବସ୍ଥା ଶୋଚନୀୟ ଥିଲା । ସତେ ଯେମିତି ଜାତୀୟ ଖେଳ ହକି କୁ ସରକାର ପାଶୋରି ଦେଇ ଥିଲେ । ଅବସ୍ଥା ଏମିତି ଥିଲା ଯେ କ୍ରିକେଟ ଓ ଅନ୍ୟ କିଛି ବିଦେଶୀ ଖେଳ ପାଇଁ ଶହ ଶହ ସଂଖ୍ୟାରେ ସ୍ପଂସର ଥିବା ବେଳେ ଜାତୀୟ ଖେଳ ହକି କୁ କୋଣସି ସ୍ପଂସର ମିଳୁ ନଥିଲା । ଯାହା ଫଳରେ ହକି ଗଣମାଧ୍ୟମ ତଥା ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ପାରୁନଥିଲା ।
ଗତ କିଛି ବର୍ଷ ତଳେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ପ୍ରୟାସ କ୍ରମରେ ଓ ଓଡିଶା ସରକାର ଭାରତୀୟ ହକି ଦଳର ସ୍ପଂସରସିପ ନେବା ପରେ ହକି ପୁଣି ଥରେ ନିଜର ଗୌରବ ଫେରାଇ ଆଣିବା ପଥ ରେ ଆଗେଇ ପଡିଛି । ଭାରତୀୟ ହକି ଓ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ରାଜ୍ୟ ସରକାର ଙ୍କର ଭୂମିକା ଅତୁଳନୀୟ ଏଥିରେ ସନ୍ଦେହ ନାହି । କ୍ରମାଗତ ଭାବରେ ଦୁଇ ଗୋଟି ହକି ବିଶ୍ୱକପ ର ଆୟୋଜନ କରିବାରେ ଓଡିଶା ବିଶ୍ୱର ଏକମାତ୍ର ଓ ପ୍ରଥମ ରାଜ୍ୟ । ବର୍ତ୍ତମାନ କିଛି ଦିନ ମଧ୍ୟରେ ହକି ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିବାରେ ଲାଗିଥିବା ଦ୍ଵଖିବାକୁ ମିଳୁଛି ।
ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଉର୍ଦୁନା ଠାରେ ପ୍ରଥମ ଥର ପାଇଁ ଆୟୋଜିତ ଜିଲ୍ଲା ସ୍ତରୀୟ ରୟାଲ କପ୍ ପୁରୁଷ ହକି ଟୁର୍ନାମେଣ୍ଟ ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ନେତା , ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଦୁଇ ଦିନ ଧରି ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ର ଉଦ୍ଘାଟନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଓଡିଶା କୁ ହକି ର ଏନ୍ତୁଡ଼ିଶାଳ ବୋଲି କୁହାଯାଏ । ଭଟଲି ବ୍ଲକ କମଗାଁ ପଞ୍ଚାୟତ ର ମୁଣ୍ଡାପଡା ର ଆଦିବାସୀ ଯୁବକ ମାନେ ବହୁ ବର୍ଷ ହେଲା ହକି ଖେଳି ଆସୁଛନ୍ତି । ମାନ୍ୟବର ବିଧାୟକ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଓ ଉର୍ଦୁନା ସରପଞ୍ଚ ଶ୍ରୀ ଗୋବିନ୍ଦ ପ୍ରଧାନ ଙ୍କର ପ୍ରୟାସ ରେ ଆଜି ଏହିଭଳି ଏକ ଭବ୍ୟ ହକି ଟୁର୍ଣ୍ଣାମେଣ୍ଟ ର ସଫଳ ଆୟୋଜନ ହୋଇ ପାରିଛି । ଯଦିଓ ହକି ଆମର ଜାତୀୟ ଖେଳ କିନ୍ତୁ ଲୋକ ହକି ବାବଦରେ ଅଧିକ କିଛି ଜାଣି ନାହାନ୍ତି । ଏଣୁ ପ୍ରଥମ ଥର ହକି ଟୁର୍ଣ୍ଣାମେଣ୍ଟ ବରଗଡ଼ ଜିଲ୍ଲାର ର ଛୋଟିଆ ଗ୍ରାମରେ ହେଉଥିବାରୁ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ରହି ଆଜି ଅୟୋଜିତ ଚାରିଗୋଟି ମେଚ କୁ ଉପଭୋଗ କରିଥିଲେ । ଆସନ୍ତା କାଲି ଦୁଇ ଗୋଟି ସେମି ଫାଇନାଲ ସହିତ ଫାଇନାଲ ଖେଳ ଅନୁଷ୍ଠିତ ହେବ । ମୂଖ୍ୟ ଅତିଥି ବିଧାୟକ ଶ୍ରୀ ସିଂ ହକି ପଡିଆ କୁ ପହଞ୍ଚିବା ପରେ ମୁଣ୍ଡାପଡା ର ଆଦିବାସୀ ମାଁ ଭଉଣୀ ମାନେ ପାରମ୍ପରିକ ନୃତ୍ୟ ଓ ବାଜା ବଜେଇ ତାଙ୍କୁ ସ୍ବାଗତ କରି ପଡିଆ କୁ ନେଇଥିଲେ । ପଡ଼ିଆରେ ବିଧାୟକ ପୂଜାପାଠ କରି ଆନୁଷ୍ଠାନିକ ଭାବରେ ପତାକା ଉତ୍ତୋଳନ କରି ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ କରି ଖେଳାଳି ଓ ଅୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିକାର ଏହି ଟୁର୍ଣ୍ଣାମେଣ୍ଟ ରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବରେ ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ ଓ ବିଡ଼ିଓ ଧୀରେନ୍ଦ୍ର ସେଠୀ ଯୋଗ ଦେଇଥିଲେ । ଏହି ଟୁର୍ନାମେଣ୍ଟ ଉର୍ଦ୍ଧୁନା ପଂଚାୟତ ତରଫରୁ ପ୍ରଯୋଜନା ସରପଂଚ ଶ୍ରୀ ଗୋବିନ୍ଦ ପ୍ରଧାନ, ବିଜୁ ମହିଳା ଜନତା ଦଳ ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ନୀଳ କୁମାରୀ ନାୟକ,ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଈଶ୍ୱର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ କଳ୍ପନା ପ୍ରଧାନ,ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଭାରତୀ ଭୋଇ , ସରପଞ୍ଚ ଶ୍ରୀ ଦୁର୍ବାସା ପ୍ରଧାନ,ପୂର୍ବତନ ସରପଂଚ ଆନନ୍ଦ ଖମାରୀ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଏହି ମହତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ ସହଯୋଗ କରି ଟୁର୍ଣ୍ଣାମେଣ୍ଟ କୁ ପରିଚାଳନା କରୁଥିବା ରାୟଲ ସ୍ପୋର୍ଟସ ଆସୋସିଏସନ ର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

0
0
0
s2sdefault