ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା ଏକ ପାହାଡ଼ ପର୍ବତ ଜିଲ୍ଲା ହୋଇଥିବା ବେଳେ ଅନେକ ସ୍ଥାନରେ ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ଘଟୁଛି । ପାନୀୟ ଜଳ ସମସ୍ୟାକୁ ଦୂରିଭୂତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କରିଥିଲେ । ନୟାଗଡ଼ ଜିଲ୍ଲାରେ ପ୍ରଥମେ ନୟାଗଡ଼, ଖଣ୍ଡପଡ଼ା, ଭାପୁର ଓ ନୂଆଗାଁ ବ୍ଲକର କିଛି ଅଂଶକୁ ସାମିଲ କରାଯାଇ ୬୦୩ କୋଟି ୪୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ରଣପୁର ବ୍ଲକ ୬ଟି ପଞ୍ଚାୟତ ଓ ଓଡ଼ଗାଁ ବ୍ଲକ ପାଇଁ ୨୩୬ କୋଟି ୬୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ରଣପୁର ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୨୫୧ କୋଟି ୮୭ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକର ବଳକା ଅଂଶ, ଦଶପଲ୍ଲା ବ୍ଲକ ଓ ଗଣିଆ ବ୍ଲକକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁର ମିଳିଛି । ମୋଟ ୪୨ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ୩ଟି ବ୍ଲକର ୬୧୯ ଗ୍ରାମର ୨ ଲକ୍ଷ ଲୋକ ଉପକୃତ୍ତ ହେବେ ବୋଲି ସୂଚାନା ମିଳିଛି । ଏଥିପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ୩୯୪ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହା ଦ୍ୱାରା ୩ଟି ବ୍ଲକ ପାଇଁ ୩ଟି ପ୍ରକଳ୍ପ ମାଧ୍ୟମରେ ୬୧୯ ଗ୍ରାମର ୨ ଲକ୍ଷ ଲୋକ ଉପକୃତ୍ତ ହେବେ ବୋଲି ସୂଚାନା ମିଳିଛି । ଫଳରେ ନୟାଗଡ଼ ଜିଲ୍ଲାର ସମସ୍ତ ଅଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିଶ୍ଚିତ ହୋଇଥିବା ଜଣାଯାଇଛି । ଜିଲ୍ଲାରେ ରହିଥିବା ଜଳକ୍ଲିଷ୍ଟର ପରିସମାପ୍ତି ଘଟିବ ବୋଲି ଆଶା କରାଯାଉଛି । ରାଜ୍ୟ କ୍ୟାବିନେଟରେ ୩୯୪ କୋଟି ଟଙ୍କା ମଞ୍ଜୁର କରାଯିବା ପରେ ଦଶପଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦଶପଲ୍ଲା ଗାନ୍ଧୀ ମଇଦାନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଉକ୍ତ ସମ୍ମିଳନୀରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ,। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଦଶପଲ୍ଲା ପାଇଁ ଐତିହାସିକ ଦିନ। ନୟାଗଡ଼ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଭଲପାଇବା ଥିବା କହିଥିବା ବେଳେ କୃତଜ୍ଞତା ଜଣାଇଛନ୍ତି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଦଶପଲ୍ଲାର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଯେଉଁ ବ୍ୟବସ୍ଥା କରାଯାଇଛି , ସେଥିପ୍ରତି ଦଶପଲ୍ଲା ବାସୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିରରୁଣୀ ରହିବେ ବୋଲି କହିଛନ୍ତି । ସାଂସଦ ଶ୍ରୀଯୁକ୍ତ ସାମନ୍ତ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ବଦାନ୍ୟତା ବୋଲି କହିବା ସହ କୃତଜ୍ଞତା ଜଣାଇଛନ୍ତି।
ରାଜ୍ୟ
ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ୩୯୪ କୋଟି ମଞ୍ଜୁରୀ: ୩ ବିଧାୟକ ଓ ସାଂସଦଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
- Hits: 395











