ହେଡଲାଇନସ୍:

ସିିଇଡି ଦ୍ୱାରା ପଂଚାୟତ ଜନ ପ୍ରତିନିଧିମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର-ପଂଚାୟତିରାଜ ପ୍ରତିଷ୍ଠାନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ତରଫରୁ ନିର୍ବାଚିତ ପଚାଂୟତ ଜନ ପ୍ରତିନିଧି ମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ କରାଯାଇଛି । ସେମାନଙ୍କୁ କ୍ଷେତ୍ରସ୍ତରରେ ଅନୁକରଣ ତାଲିମ୍ ଆୟୋଜନ ଓ ପରିଚାଳନା ନିମନ୍ତେ ପାରଦର୍ଶିତା ଓ ଦକ୍ଷତା ଥିବା ସଂସ୍ଥାମାନଙ୍କୁ ଚୟନ କରାଯାଇ ତାଲିକାଭୁକ୍ତ କରାଯିବା ସହ ଦାୟିତ୍ୱ ଦିଆଯାଇଛି । ଏହି କ୍ରମରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା , ନାଉଗାଁ , ଏର୍ସମା ଓ କୁଜଙ୍ଗ , ୪ ଗୋଚି ବ୍ଲକ୍‌ର ନିର୍ବାଚିତ ସରପଂଚ ଓ ସମିତି ସଭ୍ୟମାନଙ୍କୁ ତାଲିମ୍ ପ୍ରଦାନ ପାଇଁ ପରିବେଶ ଓ ବିକାଶ କେନ୍ଦ୍ର (ସି.ଇ.ଡ଼ି.)କୁ ଦାୟିତ୍ୱ ଦିଆଯାଇଛି ।
ଆଜି ଉକ୍ତ ସଂସ୍ଥା ତରଫରୁ ବାଲିକୁଦା ବ୍ଲକ୍‌ର ପୁରଣ ଗ୍ରାମସ୍ଥିତ ସି.ଇ.ଡ଼ି.ର ଗ୍ରାମ୍ୟ ସାଧନ କେନ୍ଦ୍ର “ଭୂମି” ପରିସରରେ ଏରସମା ଓ କୁଜଙ୍ଗ ବ୍ଲକ୍‌ର ନବ ନିର୍ବାଚିତ ଜନପ୍ରତିନିଧିମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ୫ ଦିନିଆ ତାଲିମ୍ କାର୍ଯ୍ୟକ୍ରମକୁ ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପଟୱାରୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ବିଭାଗ ତରଫରୁ ନିର୍ଦ୍ଧାରତ ପ୍ରଶିକ୍ଷଣ ସୂଚୀଅନୁଯାୟି ସେମାନଙ୍କୁ ୫ ଟି , ମୋ ସରକାର , ସଶକ୍ତ ଗ୍ରାମସଭା , ମଧ୍ୟାନଭୋଜନ , ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଓ ଗ୍ରାମପଂଚାୟତ ବିକାଶ ଯୋଜନା , ଆର୍ଥିକ ପରିଚାଳନା , ପାନୀୟଜଳ ଯୋଗାଣ , ସ୍ୱଚ୍ଛଭାରତ ମିଶନ ,ମିଶନ ଶକ୍ତି , ସ୍ୱାସ୍ଥ୍ୟ , ପରିମଳ ,କୃଷି ,ମଛ୍ୟପାଳନ ଅନ୍‌-ଲାଇନ ସେବା ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନାରେ ଗ୍ରାମପଂଚାୟତର ଭୁମିକା ଆଦି ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପରିଷଦ ନିର୍ବାହୀଅଧିକାରୀ ଡାଃ ରୁଦ୍ର ନାରାୟଣ ଦାସ ସହ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ର , , କୁଜଙ୍ଗ ଓ ଏରସମା ବ୍ସକ୍ ବିଡିଓଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପରିବେଶ ଓ ବିକାଶ କେନ୍ଦ୍ର (ସି.ଇ.ଡ଼ି.) ପ୍ରକଳ୍ପ ନିର୍ଦ୍ଦେଶକ ଡ଼କ୍ଟର ପ୍ରଦୀପ ହରିଚନ୍ଦନ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ତାଲିମ୍ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

0
0
0
s2sdefault