ହେଡଲାଇନସ୍:

ଆଧ୍ୟାତ୍ମିକତା ଓ ତ୍ୟାଗର ଭୂମି ଜଗତସିଂହପୁର : ମନ୍ତ୍ରୀ ଅତନୁ ସବ୍ୟସାଚୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୩ ଶେଷ ସପ୍ତାହ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୩ ରେ ସପ୍ତାହ ଓ ଶେଷ ସାନ୍ଧ୍ୟ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଯୋଗଦେଇ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଁଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜ ବକ୍ତବ୍ୟରେ କହିଲେ, ଆଧ୍ୟାତ୍ମିକତା ଓ ତ୍ୟାଗର ଭୂମି ଜଗତସିଂହପୁର l ବିଭିନ୍ନ କ୍ଷେତ୍ରରେ ଏହି ଜିଲ୍ଲା ଅନ୍ୟମାନଙ୍କ ଆଦର୍ଶ ହୋଇଛି l ଏହି ଅବସରରେ ଜିଲ୍ଲାର ପ୍ରତିଷ୍ଠାତା ବିଷ୍ଣୁଦାସ,, ଗୋପବନ୍ଧୁ, ମା ରମାଦେବୀ, ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା, ଆଦିକବି ସାରଳାଦାସଙ୍କୁ ସ୍ମରଣ କରିଥିଲେ l ଓଡ଼ିଶାରେ ହକି ଦ୍ଵିତୀୟ ଥର ପାଇଁ ଆୟୋଜିତ ହୋଇଛି l ଏହା ଆମପାଇଁ ଗର୍ବ ଓ ଗୌରବର କଥା l ଏହି ଖେଳ ଦେଶ ତଥା ସାରା ବିଶ୍ୱରେ ଓଡିଶାକୁ ପରିଚିତ କରାଇଛି l ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ l

ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ନିଜ ବକ୍ତବ୍ୟରେ କହିଲେ, କଲ୍ଲୋଳ ସାତ ଦିନଧରି ଏକ ନୂତନ ଉନ୍ମାଦନା ଓ ନୂତନ ଭାଇଚାରା ସୃଷ୍ଟି କରିଛି l ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ନିଜ ବକ୍ତବ୍ୟରେ ଜଗତସିଂହପୁର ଜିଲ୍ଲାରେ ଏକତା, ବନ୍ଧୁତା ଓ ଭାଇଚାରା ରହିଛି l ବିକାଶ କାର୍ଯ୍ୟରେ ଲୋକମାନେ ଦଳମତ ଭୁଲିକାମ କରନ୍ତି l କଲ୍ଲୋଳର ସଫଳତା ପାଇଁ ସେ ଧନ୍ୟବାଦ ଦେଇଥିଲେ l ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ କହିଲେ, କଳା, ସାହିତ୍ୟ ସଂସ୍କୃତିରେ ଜଗତସିଂହପୁର ଜିଲ୍ଲା ଆଗୁଆ l ମହୋତ୍ସବ ଦ୍ୱାରା ଆମ ଚିନ୍ତା ଚେତନା ସୁଦୂର ପ୍ରସାର ହୋଇପାରିଛି ବୋଲି କହିଥିଲେ l ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀ, ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର ଯୋଗଦେଇଥିଲେ l ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ l ସେହିପରି ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ବିବରଣୀ ପାଠ କରିଥିଲେ l ଜିଲ୍ଲା ମହୋତ୍ସବର ସ୍ମରଣିକା ଆଦିପର୍ବ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ସେହିପରି ପୁସ୍ତକମେଳାର ସ୍ମରଣିକା ସୂଚୀପତ୍ର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l

0
0
0
s2sdefault