ହେଡଲାଇନସ୍:

ସ୍କୃତି ଉଦ୍ଦେଶ୍ୟରେ ଚାରା ରୋପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ପାଇକମାଲ ବ୍ଳଖ ଅର୍ନ୍ତଗତ ମହୁଲପାଲି ଗ୍ରାମରେ ଅବସର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ମାର୍କଣ୍ଡ ଦେବତାଙ୍କ ଗଙ୍ଗାଶ୍ରଦ୍ଧ ଅବସରରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ମାର୍ଗଦର୍ଶନରେ ସ୍ୱର୍ଗତ ଦେବତାଙ୍କ ପୁଅ ଅଭୟ ଦେବତାଙ୍କ ପ୍ରତକ୍ଷ ତତ୍ୱାବଧାନରେ ଚାରାରୋପଣ କରାଯାଇଥିଲା । ଗ୍ରାମର ଶିବ ମନ୍ଦିର ପରିସରରେ ପିତାଙ୍କ ସ୍କୃତି ଉଦେଶ୍ୟରେ ଚାରା ସବୁ ରୋପଣ କରିବା ସହ ଚାରା ଗୁଡିକୁ ଆଗକୁ ବିରାଟ ଦୃମରେ ପରିଣତ ପାଇଁ ଅଭୟ ସଂକଳ୍ପ ନେଇଥିଲେ । ପିତାଙ୍କ ସ୍କୃତି ଉଦେଶ୍ୟରେ ଚାରା ରୋପଣ ପରି ନିଆରା କାର୍ଯ୍ୟକ୍ରମ ଗ୍ରାମବାସୀଙ୍କୁ ବେଶ ପ୍ରେରଣା ଦେବା ସହ ଗ୍ରାମବାସୀ ଉତ୍ସାହିତ ଅଛନ୍ତି ବୋଲି ପ୍ରକୃତିବନ୍ଧୁ ମୀନକେତନ ସାହୁ ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ସ୍ୱର୍ଗତ ଦେବତା ଜଣେ ପ୍ରକୃତିପ୍ରେମି ବାବେ ଅଂଚଳରେ ବେଶ ଜଣାଶୁଣା ଥିଲେ ।

0
0
0
s2sdefault