ହେଡଲାଇନସ୍:

ନକଲି ସୁନା ଶଙ୍ଖ କାରବାର ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର,. ଅଶୋକ ସାହୁ, ନବରଙ୍ଗପୁର. ଶାସକ ପ୍ରଶାସକ.ନବରଙ୍ଗପୁର ଜିଲ୍ଲାରେ ଥମୁନି କଳା ସାମ୍ରାଜ୍ୟର କାରନାମା । ସୁନା ଇଟା କାରବାର ଘଟଣାର କିଛି ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ନକଲି ସୁନା ଶଙ୍ଖ ଘଟଣା । ଏହି ଘଟଣା ପାପଡ଼ାହାଣ୍ଡି ବ୍ଲକ୍ ମଇଦଲପୁର ନୂତନ ଥାନା ଅଧୀନରେ ଆଜି ଦେଖିବାକୁ ମିଳିଛି।,କ୍ରେତା ଓ ବିକ୍ରେତାକୁ ବାନ୍ଧିଲା ପୋଲିସ । ନକଲି ସୁନା ଶଙ୍ଖ କାରବାର ଓ ଅପହରଣ ଅଭିଯୋଗରେ ୨ ଅଭିଯୁକ୍ତକୁ ଗିରଫ କରି କୌର୍ଟ ଚାଲାଣ କରିଛି ପୋଲିସ । ଉକ୍ତ ଘଟଣାରେ ସଂପୃକ୍ତ ରହି ଅପହୃତ ହୋଇଥିବା ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳର ଜଣେ ଯୁବକଙ୍କୁ ସେଠାରୁ ଉଦ୍ଧାର କରିବା ସହ ମଧ୍ୟପ୍ରଦେଶ ରାଜ୍ୟର ବେତୁଲ୍ ଅଂଚଲର ଜଣେ ଭଣ୍ଡ ବାବାକୁ ଉଠେଇ ଆଣିଲା ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ମୈଦଲପୁର ପୋଲିସ । ଯୁବକଙ୍କୁ ଅପହରଣ କରି ୬ ଲକ୍ଷ ଟଙ୍କା ଦାବି ଅଭିଯୋଗରେ ଛତିଶଗଡ ରାଜ୍ୟ ବେଚଲି ଅଂଚଳରେ ଜଣେ ଭଣ୍ଡ ବାବାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରେ ବନ୍ଧକ ଥିବା ନବରଙ୍ଗପୁର ଜିଲ୍ଲାର ଜଣେ ଯୁବକଙ୍କୁ ଉଦ୍ଧାର କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ସମ୍ପୂର୍ଣ୍ଣ ଘଟଣାର ବାବଦରେ ପ୍ରେସ ମିଟରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସ ଡି ପି ଓ ଆଦିତ୍ୟ ସେନ.

0
0
0
s2sdefault