ହେଡଲାଇନସ୍:

ସି ଆର ପି ଏଫ ର ସିଭିକ ଏକ୍ସନ ପ୍ରୋଗ୍ରାମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦେଶ ସେବା ସହିତ ଜନସେବାରେ ସମର୍ପିତ ସି ଅର ପି ଏଫ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ପାଇକମାଲ ରେ ମାଓ ଦମନ ପାଇଁ ମୁତୟନ ରହିଥିବା ସି ଆର ପି ଏଫ 189 ବଟାଲୀୟନ ର ଡ଼ି କମ୍ପାନୀ ଓ ପାଇକମାଲ ବ୍ଲକ ବରତୁଣ୍ଡା ଠାରେ ମୁତୟନ ଥିବା ଇ କମ୍ପାନୀ ଆନୁକୂଲ୍ୟରେ ଆଜି ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ଠାରେ ଓ ବରତୁଣ୍ଡା ପଞ୍ଚାୟତ ର ବରତୁଣ୍ଡା ଗ୍ରାମ ଠାରେ ସି ଆର ପି ଏଫ ର ସିଭିକ ଆକ୍ସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇ ଯାଇଛି । 189 ବଟାଲୀୟନ ର ମୁଖ୍ୟ ଶ୍ରୀ ପବନ କୁମାର ତିବରୀ ଙ୍କର ନିର୍ଦେଶ ଓ ମାର୍ଗଦର୍ଶନ ରେ ଅୟୋଜିତ ଏହି ଦୁଇ ଗୋଟି କାର୍ଯ୍ୟକ୍ରମ ରେ ସି ଆର ପି ଏଫ ର ଏହି ଦୁଇ କମ୍ପାନୀ ମୁତୟନ ଥିବା ଅଂଚଳର ଆଖପାଖ ଗ୍ରାମ ଗୁଡ଼ିକ ର ଅନେକ ଲୋକଙ୍କୁ କମ୍ବଳ ବିତରଣ କରଯାଇଥିଲା । ପ୍ରତେକ ବର୍ଷ ସିଭିକ ଆକ୍ସନ ପ୍ରୋଗ୍ରାମ ମାଧ୍ୟମରେ ସି ଆର ପି ଏଫ ଲୋକଙ୍କ ସହାୟତା ଓ ସେବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ଅଂଚଳରେ ଲୋକଙ୍କୁ ବିଭିନ୍ନ ବିଷୟ ଉପରେ ସଚେତନ କରାଇବା ସହିତ ଏହି ସିଭିକ ଆକ୍ସନ ପ୍ରୋଗ୍ରାମ ଦ୍ୱାରା ଲୋକଙ୍କୁ ସି ଆର ପି ଏଫ ର ନିକଟତର କରିବାର ଏହି ପ୍ରୟାସ କୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି । 189 ବଟାଲୀୟନ ର ମୁଖ୍ୟ ଶ୍ରୀ ତିବାରି ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଅୟୋଜିତ ଏହି ଦୁଇ ଗୋଟି କାର୍ଯ୍ୟକ୍ରମ ରେ କମ୍ପାନୀ କମଣ୍ଡେଣ୍ଟ ଶ୍ରୀ ସୁରେନ୍ଦ୍ର କୁମାର , ନିନା ଶର୍ମା , ଶ୍ରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ବରତୁଣ୍ଡା ଠାରେ ଆୟୋଜିତ ସମାରୋହରେ ସରପଞ୍ଚ ଶ୍ରୀମତୀ ରିତା ସୁନା ଙ୍କର ସମେତ ଗ୍ରାମର ଅନେକ ଗନ୍ୟମାନ ବ୍ୟକ୍ତି ଉପସ୍ଥିତ ଥିଲେ

0
0
0
s2sdefault