ୟୁ ହିଁ ନହିଁ ମିଲତା ରାହୀ କୋ ମଞ୍ଜିଲ, ଏକ ଜୁନୁନ ସା ଦିଲ ମେ ଜଗାନା ପଡ଼ତା ହୈ | ପୁଛା ଚିଡ଼ିଆ ସେ ଘୋସଲା କୈସେ ବନାଇ ? ତୋ ବୋଲି , ଭରନା ପଡ଼ତା ହୈ ଉଡାନ ବାର ବାର... ତିନକା ଟିନକା ଉଠାନା ପଡ଼ତା ହୈ :- ସୁଶାନ୍ତ ସିଂ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ପାଇକମାଲ ସ୍ଥିତ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟ ର ଆଜି 28ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୀ ଯାଇଛି । ଏହି ସମାରୋହ ରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ , ପଦ୍ମପୁର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ଓ ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ସମ୍ମାନିତ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ତଥା ବରପଲି କଲେଜ ର ପୂର୍ବତନ ପ୍ରିନ୍ସିପାଳ ଡାକ୍ତର ଘନଶ୍ୟାମ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ।
ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ୱାରା ମାଁ ସରସ୍ୱତୀ ଙ୍କର ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଦୀପ ଓ ଧୂପ ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ପରେ , ପ୍ରଥମେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିଂ ଓ ପରେ ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ନିଜର ଅଭିଭାଷଣ ରଖିଥିଲେ । ମହାବିଦ୍ୟାଳୟ ରେ ଅଧ୍ୟୟନ ରତ ସମସ୍ତ ଛାତ୍ରଛାତ୍ରୀ ମାନେ ଏହି ଅନୁଷ୍ଠାନ ରୁ ଉପଯୁକ୍ତ ତାଲିମ ହାସଲ କରି ଭବିଷ୍ୟତ ରେ ଜିଲ୍ଲା, ରାଜ୍ୟ,ଓ ଦେଶ ର ନାମ ଉଚ୍ଚ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିବା ବେଳେ ଅନୁଷ୍ଠାନ ର ଅଧ୍ୟାପକ ମାନେ ପାଠ ପଢା ବ୍ୟତୀତ ଛୁଆ ମାନଙ୍କ ଭିତରେ ରହିଥିବା ଅନ୍ତର୍ନିହିତ ଗୁଣ କୁ ଖୋଜି ବାହାର କରିବା ପାଇଁ କହିଥିଲେ । ଏହାପରେ ମୁଖ୍ୟ ବକ୍ତା ଡାକ୍ତର ପାଣିଗ୍ରାହୀ ଉଦ୍ବୋଧନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ପ୍ରକାର ଉପଦେଶ ଦେଇଥିଲେ ।
ଶେଷରେ ମୁଖ୍ୟ ଅତିଥି ଶ୍ରୀ ସୁଶାନ୍ତ ସିଂହ ନିଜର ଅଭିଭାଷଣ ରଖି କହିଥିଲେ ଯେ ମାଁ ଓ ଶିକ୍ଷକ ଦେଶ ର ନିର୍ମାତା । ପାଠ ପଢା ସମୟରେ ଛୁଆ ମାନେ ମୁଖ୍ୟତଃ ମାଁ ଓ ଶିକ୍ଷକ ଙ୍କର ସହିତ ଅଧିକା ସମୟ ରହିଥାନ୍ତି । ଘରେ ମାଁ ଓ ସ୍କୁଲରେ ବା କଲେଜ ରେ ଶିକ୍ଷକ କିମ୍ବା ଅଧ୍ୟାପକ । ଦେଶ ର ଭବିଷ୍ୟତ ଶ୍ରେଣୀ ଗୃହରେ । ତେଣୁ ଦେଶ ଗଢିବାରେ ଅଧ୍ୟାପକ ମାନଙ୍କର ମୁଖ୍ୟ ଭୂମିକା ରହିଛି । ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରି ଶ୍ରୀ ସିଂ କହିଥିଲେ ଯେ ସଫଳତା ପାଇଁ କଠୋର ପରିଶ୍ରମ ସହିତ ଆତ୍ମବିଶ୍ୱାସର ଆବଶ୍ୟକତା ରହିଛି । ବିଜୁଳି ବତୀ ର ଆବିଷ୍କାରକ ଥୋମାସ ଅଲଭା ଏଡିସନ ଙ୍କର ଉଦାହରଣ ଦେଇ ସେ କହିଥିଲେ ଯେ ବିଜୁଳି ବତୀ ର ଆବିଷ୍କାର ପାଇଁ ତାଙ୍କୁ ବାରମ୍ବାର ଅସଫଳ ହେବାକୁ ପଡିବା ସହିତ ଦୀର୍ଘ ବାର ବର୍ଷ ପର୍ଯ୍ୟନ୍ତ କଠୋର ପରିଶ୍ରମ କରିବାକୁ ପଡିଥିଲା ଯାହା ଫଳରେ ଆଜି ଆମେ ବିଜୁଳି ବତୀ ରେ ଆଲୋକିତ ହେଉଛୁ । ଏହସହିତ ଗୋଟେ ପକ୍ଷୀ ର ବସା ତିଆରି କରିବାର ପରିଶ୍ରମ ଓ ନିଷ୍ଠା କୁ ବର୍ଣ୍ଣନା କରି ସିଂହ କହିଥିଲେ ଯେ ,
"ଏକ ଜୁନୁନ ସା ଦିଲ ମେ ଜଗାନା ପଡ଼ତା ହୈ |
ପୁଛା ଚିଡ଼ିଆ ସେ ଘୋସଲା କୈସେ ବନାଇ ?
ତୋ ବୋଲି.....
ଭରନା ପଡ଼ତା ହୈ ଉଡାନ ବାର ବାର,
ତିନକା ଟିନକା ଉଠାନା ପଡ଼ତା ହୈ |"
ମୁଖ୍ୟ ଅତିଥୀ ଙ୍କର ଅଭିଭାଷଣ ପରେ ମହାବିଦ୍ୟାଳୟ ର ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ନିଜର ଅଭିଭାଷଣ ରଖିବା ସହିତ ମହାବିଦ୍ୟାଳୟ ର କିଛି ଆନୁଷଙ୍ଗିକ ଆବଶ୍ୟକତା ବାବଦରେ ମୁଖ୍ୟ ଅତିଥି ଙ୍କୁ ଅବଗତ କରାଇଥିଲେ । ଏହାପରେ ଅତିଥି ଗଣ ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଲୋହିତ ବାରିକ ପ୍ରମୁଖ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ସମାରୋହରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କର ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।