ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କଳା , ସଂସ୍କୃତି , ଐତିହ୍ୟ ଓ ସମୃଦ୍ଧ ପରମ୍ପରର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୨ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ବହୁ ଆଡମ୍ବର ସହକାରେ ତଥା ପ୍ରବଳ ଜନସମାଗମ ତଥା ଉତ୍ସାହ ଉଦ୍ଦୀପନାରେ ବୁଧବାର ଦିନ ଆରମ୍ଭ ହୋଇଯାଛି । ପ୍ରଥମେ ସହରର ଜଗନ୍ନାଥ ମନ୍ଦିର ଠାରେ ପୂର୍ବରୁ ରଖାଯାଇଥିବା ମଶାଲକୁ ଜ୍ୟୋତିକୁ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଅପରାହ୍ନ ସମୟରେ ଉତ୍ସବ ସ୍ଥଳ ତଥା ଗଜପତି ଷ୍ଟାଡିୟମକୁ ନିଆଯାଇଥିଲା ।
ପ୍ରଥମ ରଜନୀରେ ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ତଥା ଗଜପତି ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶୁଭଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ , ମୋହନା ବିଧାୟକ ଦାଶରଥି ଗମାଙ୍ଗ , ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମୋରିୟମ ରଇତ , ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍. କୁମାର , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତି , ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟଅତିଥି ଗଜପତି ଜିଲ୍ଲା ଏକ ସଂସ୍କୃତି ସମ୍ପର୍ଣ୍ଣ ସ୍ଥଳୀ ରୂପେ ବିବେଚନା କରି ଏଠାକାର ମାଟିର ମହତ୍ୱ ଗୁଣଗାନ କରିଥିଲେ। ଏହି ଅବସରରେ ପଲ୍ଲିଶ୍ରୀ ମେଳା , ଲୋକ କଳା ଉତ୍ସବ , କୃଷିମେଳା ଓ ଖାଦ୍ୟମେଳାର ଆୟୋଜନ କରାଯାଇଛି। ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ନୃତ୍ୟଶିଳ୍ପୀ ଯୋଗଦେଇ ଚିତାକର୍ଷକ ଓଡିଶୀ ନୃତ୍ୟ ସମେତ ଲୋକ ନୃତ୍ୟ , ପାରମ୍ପାରିକ ନାଚ ଗୀତ ପରିବେଷଣ କରିଥିଲେ। ମୁଖ୍ୟଅତିଥିଙ୍କ ସମେତ ମଞ୍ଚାସୀନ ଅତିଥିଗଣ ଏହି ଅବସରରେ ଖୋଲାଯାଇଥିବା ପଲ୍ଲିଶ୍ରୀମେଳା ସମେତ ବିଭିନ୍ନ ବିଭାଗ ପକ୍ଷରୁ ଖୋଲା ଯାଇଥିବା ଷ୍ଟଲ ପରିଦର୍ଶନ କରି ପ୍ରଶଂସା କରିଥିଲେ। ସେହିପରି ସୁସଜ୍ଜିତ ଆଲୋକମାଳାରେ ଝଲସୁଅଛି ମଞ୍ଚ ସମେତ ସମଗ୍ର ଷ୍ଟାଡିୟମ । ସାଂସ୍କୃତିକ ଏବଂ ବିଭିନ୍ନ ନାଚ ଗୀତରେ ଦୁଲୁକୁଛି ଅଞ୍ଚଳ । ପ୍ରବଳ ଉତ୍ସାହ ଉଦ୍ଦୀପନାର ସହ ଏହି ଗଜପତି ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଏହା ଆଉ ପାଞ୍ଚ ଦିନ ଧରି ଚାଲୁ ରହି ।
ଗଜପତି ଉତ୍ସବର ଦ୍ୱିତୀୟ ଦିବସ ରଜନୀରେ
ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁସୂଚୀତ ଜାତି, ଜନଜାତି, ସଂଖ୍ୟାଲଘୁ ପଛୁଆବର୍ଗ ବିକାଶ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଠା ପ୍ରଦୀପ ମାଝୀ , ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍. କୁମାର , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଗଜପତି ଜିଲ୍ଲାପରିଷଦ ସଭାପତି ଜି.ତିରୁପତି ରାଓ , ଉପାଧ୍ୟକ୍ଷା କୁନ୍ତଳା ମଲ୍ଲୀକ , ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ । ଗଜପତି ଜିଲ୍ଲାର କଳା , ସଂସ୍କୃତି , ଶିକ୍ଷା , କୃଷି ଆଦି ଅବଦାନକୁ ସ୍ମରଣ କରିଥିଲେ ଅତିଥିମାନେ।
ଏହି ଅବସରରେ ବିଶିଷ୍ଟ ସଙ୍ଗୀତ ଗୁରୁ ରଘୁନାଥ ପାତ୍ର , ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ କଳାକାର ଆଦର୍ଶ ଦାଶ , କାର୍ଟୁନନିଷ୍ଟ ଏମ୍ ଶେଖର ରାଓ ପ୍ରମୁଖଙ୍କୁ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ଵାରା ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।
ଦ୍ୱିତୀୟ ରଜନୀରେ ଗୀତ ନାଚ ଧୂମ ମଚାଇଛି । ଦ୍ୱିତୀୟ ସଂନ୍ଧ୍ୟାରେ ୧୩ରୁ ଉର୍ଦ୍ଧ ନୃତ୍ୟ ତଥା ଗୀତ ପରିବେଶଣ ହୋଇଥିଲା । ଏଥିରେ ରାଜ୍ୟ , ରାଜ୍ୟ ବାହାର ଏବଂ ଜିଲ୍ଲାର କଳାକାରମାନେ ଅଂଶଗ୍ରହଣ କରିଥିଲେ। ଗୁଜୁରାଟର ଗୌରବ ଲୋକନୃତ୍ୟ , ହରିଆଣାର ଫଗ୍ ଲୋକନୃତ୍ୟ , ପଶ୍ଚିମ ବଙ୍ଗଳାର ବଞ୍ଜାବ କାଗିଧା ଲୋକ ନୃତ୍ୟ , ମଧ୍ୟ ପ୍ରଦେଶର ନୋର୍ଡା ଲୋକନୃତ୍ୟ , ରାଜସ୍ଥାନର ତାଲ୍ ବେଲିଆ ଲୋକନୃତ୍ୟ , ଆସାମର ଥାଳି ବିହୁ ଲୋକନୃତ୍ୟ , ପାରଳାଖେମୁଣ୍ଡି ସହରର ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର ତରଫରୁ ଓଡିଶୀ ନୃତ୍ୟ , ନୂଆଗଡ ବ୍ଲକର ଲୋକନୃତ୍ୟ , ଶ୍ରୀ ଜଗନ୍ନାଥ ନିକତେନ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ତଥା ମାତୃପୀତୃହୀନ ଶିଶୁମାନଙ୍କ ନୃତ୍ୟ , କାଶୀନଗର ଏନ୍ଏସିର ଭକ୍ତି ମୂଳକ ନୃତ୍ୟ , ସମଲେଇ ନୃତ୍ୟକଳା ପରିଷଦ ସମ୍ବଲପୁରୀ ନୃତ୍ୟ ଏବଂ ନବୋଦୟ ବିଦ୍ୟାଳୟର ସମ୍ବଲପୁରୀ ନୃତ୍ୟ , ତେଲୁଗୁ ଗ୍ରୁପ ଡ୍ୟାନ୍ସ ସହ ପ୍ରସିଦ୍ଧ ଗିତୀକାର ତାରିକ ଅଜିଜ୍ ଏବଂ ନଭ୍ୟା ଜ୍ୟୋତିଙ୍କ ସୁମଧୂର ଗୀତ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ଜିଣିଥିଲା । ବିଶେଷ କରି ଗ୍ରୁପ ଡ୍ୟାନ୍ସ ତଥା ଲୋକ ନୃତ୍ୟ ଗୁଡିକ ବେଶ ଆକର୍ଷଣ ଓ ଶବ୍ଦଧ୍ୱନୀରେ ପ୍ରକମ୍ପିତ ହୋଇଥିଲା।
ରାଜ୍ୟ
ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୨
- Hits: 365