ହେଡଲାଇନସ୍:

ପୁରୀରେ ଏୟାରଟେଲ ୫ଜି ପ୍ଲସ ସେବାର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଚଳିତ ମାସ ଆରମ୍ଭରେ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଶୁଭାରମ୍ଭ ପରେ ଏବେ ପୁରୀରେ ଅଲ୍‌ଟ୍ରାଫାଷ୍ଟ୍ ଏୟାରଟେଲ୍ ୫ଜି ପ୍ଲସ୍ ସେବା ଉପଲବ୍ଧ ହୋଇଛି । କମ୍ପାନୀ ଏହାର ନେଟ୍‌ୱର୍କ ସ୍ଥାପନ ଓ ରୋଲ୍‌ଆଉଟ୍ ସମ୍ପୂର୍ଣ୍ଣ କରିବା କାର୍ଯ୍ୟ ଜାରି ରଖିଥିବାରୁ ଏୟାରଟେଲ୍ ୫ଜି ପ୍ଲସ୍ ସେବାଗୁଡିକ ଗ୍ରାହକଙ୍କ ପାଇଁ ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ । ଏହି ସେବା ଅଧିକ ବ୍ୟାପକ ନହେବା ପର୍ଯ୍ୟନ୍ତ ୫ଜି ସକ୍ଷମ ଡିଭାଇସ୍ ଥିବା ଗ୍ରାହକମାନେ କୌଣସି ଅତିରିକ୍ତ ଖର୍ଚ୍ଚ ବିନା ହାଇସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କ ଉପଭୋଗ କରିପାରିବେ । ବର୍ତମାନ ପୁରୀର ବାଲିସାହି, ଦୋଳମଣ୍ଡପ ସାହି, ମନ୍ଦିର ଚାରି ପାଶ୍ୱର୍, ମଙ୍ଗଳା ଲେନ୍‌, ପୁରୀ ବେଳାଭୂମି, ଗୁଣ୍ଡିଚା ମନ୍ଦିର, କୁମ୍ଭାରପଡା, ପେଂଠକଟା, ନିଳଚକ୍ର ନଗର, ଚକ୍ରତୀର୍ଥ ରୋଡ୍‌ରେ ଏହି ସେବା ଉପଲବ୍ଧ ହୋଇଛି । ଏୟାରଟେଲ୍ ଏହାର ନେଟ୍‌ୱର୍କକୁ ଆହୁରି ସୁଦୃଢ କରିବ ଯାହାଫଳରେ ଧାର୍ଯ୍ୟ ସମୟରେ ରାଜ୍ୟବ୍ୟାପୀ ଏହି ସେବାଗୁଡିକୁ ଉପଲବ୍ଧ ହୋଇପାରିବ ।
ଏହି ଶୁଭାରମ୍ଭ ଅବସରରେ ଭାରତୀ ଏୟାରଟେଲ୍‌,ଓଡିଶା-ସିଓଓ ସୌମେନ୍ଦ୍ର ସାହୁ କହିଛନ୍ତି, ‘ମୁଁ ପୁରୀରେ ଏୟାରଟେଲ୍ ୫ଜି ପ୍ଲସ୍‌ର ଶୁଭାରମ୍ଭ ଘୋଷଣା କରି ଉତ୍ସାହିତ । ବର୍ତମାନ ଓଡିଶାର ୪ଟି ସହରର ଏୟାରଟେଲ୍ ଗ୍ରାହକମାନେ ଅଲ୍‌ଟ୍ରାଫାଷ୍ଟ ନେଟ୍‌ୱର୍କର ଅନୁଭୂତି ପାଇପାରିବେ ଏବଂ ବିଦ୍ୟମାନ ୪ଜି ସ୍ପିଡ ତୁଳନାରେ ୨୦ରୁ ୩୦ ଗୁଣ ଅଧିକ ସ୍ପିଡ ଉପଭୋଗ କରିପାରିବେ । ଆମେ ଏହି ସେବାକୁ ସମଗ୍ର ସହରରେ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛୁ ଯାହା ଗ୍ରାହକଙ୍କୁ ହାଇ-ଡେଫିନିଶନ ଭିଡିଓ ଷ୍ଟ୍ରିମିଙ୍ଗ୍‌, ଗେମିଙ୍ଗ୍‌, ମଲ୍ଟିପୁଲ ଚାଟିଙ୍ଗ୍‌, ଫଟୋ ଓ ଭିଡିଓର ଇନ୍‌ଷ୍ଟାଂଟ୍ ଅପ୍‌ଲୋଡିଙ୍ଗ୍ ପାଇଁ ସୁପର୍‌ଫାଷ୍ଟ ଆକସେସ୍ ପ୍ରଦାନ କରିବ ।’ ଏହି ଶୁଭାରମ୍ଭ ସହିତ ଭାରତ ଅର୍ଥନୈତିକ ଅଭିବୃଦ୍ଧିକୁ ଉତ୍ସାହିତ କରିବ କାରଣ ଏୟାରଟେଲ୍ ୫ଜି ପ୍ଲସ୍ ଶିକ୍ଷା, ସ୍ୱାସ୍ଥ୍ୟସେବା, ନିର୍ମାଣ, କୃଷି, ଯାତାୟତ ଓ ପରିବହନ କ୍ଷେତ୍ରରେ ବିପ୍ଳବ ଆଣିଛି ।
ଗତ ଏକ ବର୍ଷ ମଧ୍ୟରେ ଏୟାରଟେଲ୍ ଏକାଧିକ କ୍ଷେତ୍ରରେ ୫ଜି ଶକ୍ତିକୁ ପ୍ରଦର୍ଶିତ କରିଛି ଯାହା ଆମକୁ ଜୀବନରେ ଆଗକୁ ବଢିବା ଓ ବ୍ୟବସାୟ କରିବାର ଶୈଳୀକୁ ପରିବର୍ତନ କରିବ । ହାଇଦ୍ରାବାଦରେ ଭାରତର ପ୍ରଥମ ଲାଇଭ୍ ୫ଜି ନେଟ୍‌ୱର୍କଠାରୁ ଆରମ୍ଭ କରି ଭାରତର ପ୍ରଥମ ୫ଜି ପରିଚାଳିତ ହୋଲୋଗ୍ରାମ, ଟିଭି କଭରେଜ ଉପଲବ୍ଧ ନଥିବା ସମୟରେ ଖେଳାଯାଇଥିବା ଭାରତର ଏକ ଗେମ୍ ଚେଞ୍ଜିଙ୍ଗ୍ ୱାର୍ଲ୍ଡକପ୍ ମ୍ୟାଚ୍‌ର ପୁନଃନିର୍ମାଣ, ଭାରତର ପ୍ରଥମ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଏବଂ ଉତ୍ପାଦନ ବୃଦ୍ଧି କରିବା ପାଇଁ ବଶ୍ ସହିତ ଭାରତର ପ୍ରଥମ ଘରୋଇ ୫ଜି ନେଟ୍‌ୱର୍କ ପର୍ଯ୍ୟନ୍ତ ଏୟାରଟେଲ୍ ୫ଜି ଉଦ୍ଭାବନର ଆଗଧାଡିରେ ରହିଆସିଛି ।

 

0
0
0
s2sdefault