ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲାରେ ଦୀର୍ଘ ବନ୍ଦ ହୋଇଥିବା ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ପୁନଃ ଉଜ୍ଜୀବିତ କରିବା ପାଇଁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁତ୍ଵ ଦେଇଛନ୍ତି। ଏଥିପାଇଁ ଆଜି ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫ୍ରେବୃୟାରି ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ପାଇଁ ବହୁ ବ୍ୟକ୍ତିଙ୍କୁ ଯୋଡ଼ିବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି। ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ଆକର୍ଷଣୀୟ କରିବା ପାଇଁ ପ୍ରତ୍ୟେକ ଦିନ ସଂଧ୍ୟାରେ କୁଇଜ ପ୍ରତିଯୋଗିତା, ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବୋଲି ଆଲୋଚନା କରାଯାଇଛି। ନୟାଗଡ଼ ଦକ୍ଷିଣକାଳୀ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।ବିଧାୟକ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ରୋଟରିଆନ ଧୀରେନ୍ଦ୍ର ପଟ୍ଟନାୟକ, ଗୋଦାବରୀ ସାହୁ, ଅମୁଲ୍ୟ ମହାନ୍ତି, ଶ୍ରୀଧର ସାହୁ, ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର, ବାଘୁଆବାର୍ତ୍ତା ସମ୍ପାଦକ ସଞ୍ଜୟ କୁମାର ସ୍ବାଇଁ, ଗାଳ୍ପିକ ଓ ସାମ୍ବାଦିକ ଅନୀଲ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ରାଜ୍ୟ
ଫେବୃୟାରୀ ୧୫ରୁ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା
- Hits: 293