ହେଡଲାଇନସ୍:

ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଦଳିତ ବର୍ଗର ଯୁବକଙ୍କୁ ନ୍ୟାୟ ଦାବିରେ ଏସିପିଙ୍କୁ ଦାବିପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତକୁମାରଦାସ:ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଦଳିତ ବର୍ଗର ଯୁବକଙ୍କୁ ନ୍ୟାୟ ଦାବିରେ ଏସିପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଜିଲ୍ଲା ଦଳିତ ବିକାଶ ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ନ୍ୟାୟ ପାଇଁ ଏସିପିଙ୍କୁ ନ୍ୟାୟ ପତ୍ର ପ୍ରଦାନ କରାଯାଇଛି l ସୂଚନା ଅନୁସାରେ ଏରସମା ଥାନା ଅନ୍ତର୍ଭୁକ୍ତ ସାରିଓଗ୍ରାମର ଦଳିତ ବର୍ଗର ଯୁବକ ରଂଜନ କାଣ୍ଡିକୁ ମାଛଧରାକୁ କେନ୍ଦ୍ର କରି ମାରାତ୍ମକ ଆକ୍ରମଣକୁ ନେଇ ଏରସମା ଥାନାରେ ଅଭିଯୋଗ ହେଲାପରେ ମଧ୍ୟ ଏରସମା ପୋଲିସ ଅଭିଯୁକ୍ତଙ୍କ ବିରୁଧରେ କୋଳହ ଦଫା ଲଗାଇ ଗିରଫ ନ କରି ନିରବ ଦ୍ରଷ୍ଟା ସାଜିବା ନେଇ ଆଜି ଏସିପିଙ୍କୁ ଅଭିଯୋଗ ରଂଜନ କାଣ୍ଡି ଜିଲ୍ଲା ଦଳିତ ବିକାଶ ପରିଷଦର ସାହାଯ୍ୟରେ ଏସିପିଙ୍କୁ ଭେଟି ନିଜର ଅଭିଯୋଗ ସଂପର୍କରେ ଅବଗତ କରିଥିଲେ l ଏବେ ଜିଲ୍ଲା ଅଧିକ୍ଷକ ରଂଜନଙ୍କ ଅଭିଯୋଗ ଓ ମାରାତ୍ମକ ଆକ୍ରମଣ ଓ କ୍ଷତ ଚି଼ହ୍ନକୁ ଦେଖିବା ପରେ ସଙ୍ଗେସଙ୍ଗେ ଅଭିଯୁକ୍ତଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏରସମା ପୋଲିସଙ୍କୁ ନିର୍ଦେଶ ଦେଇଥିବା ଜିଲ୍ଲା ଦଳିତ ବିକାଶ ସଭାପତି ଶଙ୍କର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

0
0
0
s2sdefault