ପଦ୍ମପୁର/ସ୍ୱତନ୍ତ୍ର ପ୍ରତିନିଧି :- ଉପନିର୍ବାଚନ ରେ ରେକର୍ଡ଼ ବ୍ୟବଧାନ ରେ ବିଜୟ ଲାଭ କରିବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ବର୍ତ୍ତମାନ ସିଧାସଳଖ ଅଞ୍ଚଳବାସୀ ଙ୍କର ପାଖକୁ ପହଞ୍ଚି ଯାଉଛନ୍ତି । ପ୍ରତ୍ୟେକ ଜିତିବାର ପରଠାରୁ ପ୍ରତ୍ୟେକ ଦିନ ସକାଳ ନଅ ଘଣ୍ଟା ସମୟରେ ଘରୁ ବାହାରି ପଡ଼ୁଛନ୍ତି ବିଭିନ୍ନ ଗ୍ରାମ ଗସ୍ତରେ । ଏହସହିତ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯର ତଦାରଖ ମଧ୍ୟ କରୁଛନ୍ତି । ଏହି କ୍ରମରେ ଆଜି ସକାଳୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ଝେଙ୍ଗନାଡିହି ଗ୍ରାମ ର କବି ଖଗେଶ୍ବର ସେଠ୍ ଉଚ୍ଚ ବିଦ୍ୟାଳୟ କୁ ବିଧାୟିକା ବର୍ଷା ସିଂ ବରିହା ପରିଦର୍ଶନ କରିଛନ୍ତି ।
ଏହି ପରିଦର୍ଶନ ସମୟରେ ସେ ଛାତ୍ର ଓ ଛାତ୍ରୀଙ୍କ ସହିତ ମିଶି ସେମାନଙ୍କ ସୁବିଧା ଓ ଅସୁବିଧା ବୁଝି ଥିଲେ । ଏହା ସହିତ ସେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହିତ ଆଲୋଚନା କରି ବିଦ୍ୟାଳୟ ର ସମସ୍ତ ସମସ୍ୟା ର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ପାଇଁ ପରାମର୍ଶ ଦେଲେ । ଆଲୋଚନା ପରେ ବିଦ୍ୟାଳୟ ରେ ଚାଲୁଥିବା 5T ଅନ୍ତର୍ଗତ ରୂପାନ୍ତରୀକରଣ କାମ କୁ ମଧ୍ୟ ତଦାରଖ କରିଥିଲେ । ଏହାପରେ ବିଧାୟିକା ନିଜର ଭାଇ ଶ୍ରୀ ଭୋଜରାଜ ସିଂ ବରିହା ଙ୍କର ସହିତ ଭେଙ୍ଗରାଜପୁର ଠାରେ ଆଦିବାସୀ ବିଂଝାଲ ସମାଜ ର ବାର୍ଷିକ ଉତ୍ସବ ରେ ଯୋଗ ଦେଇଥିଲେ । ଉତ୍ସବସ୍ଥଳକୁ ବିଧାୟିକା ପହଞ୍ଚିବା ପରେ ସମାଜର ବରିଷ୍ଠ କର୍ମକର୍ତ୍ତା ଓ ମାଁ ଭଉଣୀ ମାନେ ନିଜର ଝିଅ ( ବିଧାୟିକା ) ଙ୍କୁ ସଭାସ୍ଥଳକୁ ପାଛୋଟି ନେଇ ଥିଲେ । ସଭା ସ୍ଥଳରେ ପ୍ରଥମେ ନିଜର ପିତା ଙ୍କର ଫୋଟୋ ରେ ପୁଷ୍ପ ଅର୍ପଣ ସମୟରେ ବିଧାୟିକା ଅତ୍ୟନ୍ତ ଭାବୁକ ହୋଇ ପଡ଼ିଥିଲେ ଓ ତାଙ୍କର ଆଖିରୁ ଲୁହ ଗଡି ପଡିଥିଲା । ଯାହାକୁ ଦେଖି ଉପସ୍ଥିତ ସମସ୍ତ ମାଁ ଭଉଣୀ ମାନେ ମଧ୍ୟ ଭାବୁକ ହୋଇ ପଡ଼ିଥିଲେ । ଏହାପରେ ବିଧାୟିକା ସମାଜର କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ପରେ ବିଧାୟିକା ଅଞ୍ଚଳ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ ସମସ୍ତ ଛାତ୍ର ଓ ଛାତ୍ରୀ ବିଧାୟିକା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଧାୟିକା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ସଭାପତି ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ ଙ୍କର ସହିତ ମହାବିଦ୍ୟାଳୟ ସମ୍ପର୍କରେ ର ଆଲୋଚନା କରିଥିଲେ।
ଏହାପରେ ବିଧାୟିକା ପଦ୍ମପୁର ବ୍ଲକ ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ପଦ୍ମପୁର ବିଡ଼ିଓ , ବ୍ଲକ ଅଧ୍ୟକ୍ଷ ଙ୍କର ସମେତ ସମସ୍ତ ସରପଞ୍ଚ , ସମିତି ସଭ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ଯ ଉପରେ ଆଲୋଚନା କରିଥିଲେ ।।