ହେଡଲାଇନସ୍:

ପୋଲିସ ଜାଲରେ ଦୁଇ ନିଶା ବ୍ୟବସାୟୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୋଲିସ ଜବତ କଲା କୋରେକ୍ସ , ଇଂଜେକସନ ଓ ଟେବଲେଟ

ବରଗଡ :- ମାତ୍ର କେଇଟା ଟଙ୍କା ପାଇଁ କିଛି ଅପରାଧିକ ପ୍ରବୃତ୍ତି ର ଲୋକ ଅବୈଧ ନିଶା ବ୍ୟବସାୟ ଚଳାଇ ଯୁବ ସମାଜକୁ ପଥଭ୍ରଷ୍ଟ କରିବାରେ ଲାଗି ପଡିଛନ୍ତି । ବାରମ୍ବାର ପୋଲିସ ରେ ଧରା ପଡିବା ସତ୍ୱେ ଏହି ବ୍ୟବସାୟୀ ମାନେ ଲଗାତାର ଭାବରେ ନିଶା କାରବାର ରେ ସମ୍ପୃକ୍ତ ହୋଇ ଯୁବ ସମାଜକୁ ନିଶା ପ୍ରତି ଆକୃଷ୍ଟ ମଧ୍ୟ କରୁଛନ୍ତି । ଏହି ନିଶା କାରବାର ପାଇଁ ନା ତ କୋଣସି ଦୋକାନ ଗୃହ ର ଆବଶ୍ୟକତା ରହିଛି ନାହିଁ କୋଣସି ମୋଟା ଅଙ୍କର ଟଙ୍କା ର ଆବଶ୍ୟକତା ରହିଛି । କେବଳ ଗୋଟିଏ ଛୋଟିଆ ବେଗ ଖଣ୍ଡେ କିମ୍ବା ଜରି ବସ୍ତା ଗୋଟେ ହୋଇଗଲେ ଚାଲିବ । ଏଣୁ କିଛି ଲୋଲୁପ ବ୍ୟକ୍ତି ବାରମ୍ବାର ଧରପଡି ଜେଲ ଯିବା ସତ୍ୱେ ଏହି ଘୃଣ୍ୟ ବ୍ୟବସାୟ କରୁଛନ୍ତି ।
ପାଇକମାଲ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ବଢ଼େଇପଡା ନିକଟ ଦେଇ ପ୍ରବାହିତ ହେଉଥିବା ଝରଣା ନିକଟରୁ ଏହି ଭଳି ଦୁଇ ଜଣ ନିଶା ବ୍ୟବସାୟୀ ଙ୍କୁ ଗିରଫ କରିବାକୁ ସଫଳ ହୋଇଛି । ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଙ୍କର ନିକଟରୁ ମିଳିଥିବା ସୂଚନା ଅନୁସାରେ ପାଇକମାଲ ସଡକପଡା ନିବାସୀ ଚମ୍ପାଲାଲ ସେଠ@ବିଶି (୨୪) ଓ ଦେବବ୍ରତ ସେଠ (22) ନିଶା କାରବାର କରୁଥିଲେ । ସେମାନଙ୍କର ବାବଦରେ ନିର୍ଦିଷ୍ଟ ଖବର ପାଇବା ପରେ ନିଜେ ଥାନା ଅଧିକାରୀ ଏହି ଦୁହି ଜଣଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରି ବାହାରି ଥିଲେ । ଝରଣା କୂଳରେ ଏକ ନିଛାଟିଆ ସ୍ଥାନରେ ଦୁଇ ନିଶା ବ୍ୟବସାୟୀ ମାନଙ୍କୁ ଧରିବାରେ ସଫଳ ହେବା ପରେ ସେମାନଙ୍କ ନିକଟରୁ 49 ଗୋଟି କୋରେକ୍ସ ବୋତଲ , 150 ଗୋଟି ନିଶା ଇଂଜେକସନ , ଓ ନିଶା ବଟିକା ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କ ନିକଟରୁ ଦୁଇ ଗୋଟି ମୋବାଇଲ ଫୋନ ମଧ୍ୟ ଜବତ କରିଥିଲା ।
ଆଜି ପାଇକମାଲ ପୋଲିସ ନିଶା କାରବାର ରେ ଧରା ପଡିଥିବା ଉଭୟ ଯୁବକ ଙ୍କୁ ପାଇକମାଲ ଥାନାରେ କେଶ ନମ୍ବର 14/2022 ଧାରା , 274 / 275/34 IPC ରେ ଗିରଫ କରି କୋର୍ଟ ଚାଲାଣ କରିଛି ।

0
0
0
s2sdefault