ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ମୁଖ୍ୟ ଟ୍ରାଫିକଛକଠାରୁ ଲେଙ୍କୁଡ଼ିପଡ଼ା କୋଏନା ଢାବା ପର୍ଯ୍ୟନ୍ତ ରାସ୍ତା ରୂପାନ୍ତରଣ ପାଇଁ ଆଜି ଶିଳାନ୍ୟାସ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୟାଗଡ଼ ପ୍ରତି ଅନ୍ୟନ ଅବଦାନ ରହିଛି ବୋଲି କହିଛନ୍ତି । ୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା ରୂପାନ୍ତରିକରଣ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟତମ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ପ୍ରମୂଖ ଉପସ୍ଥିତ ରହିଥିଲେ । ନୟାଗଡ଼ର ସମସ୍ତ କାଉନସିଲର ଓ ବିଦ୍ଧିଜୀବୀଙ୍କ ଉପସ୍ଥିତିରେ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଥିଲା । ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ଯନ୍ତ୍ରୀ କିଶୋର ଶତପଥି ପ୍ରମୂଖ ଉପସ୍ଥିତ ଥିଲେ । କିଛିଦିନ ହେବ ଏହି ରାସ୍ତା ଖରାପ ହେଉଥିବା ଦେଖାଯାଇଥିଲା । ଏହାକୁ ମରାମତି ପାଇଁ ବାରମ୍ବାର ଦାବି ହେଉଥିଲା । ଉକ୍ତ ରାସ୍ତା ପୁନଃ ନିର୍ମାଣ କରାଯିବା ସହ ମହାନଦୀ ବନ୍ୟପ୍ରାଣୀ ଡିଭିଜନଠାରେ ଥିବା ଉଠାଣିକୁ କାଟିବାକୁ ଯୋଜନା ହୋଇଛି ।
ରାଜ୍ୟ
ରାସ୍ତା ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ଅରୁଣ
- Hits: 327