ହେଡଲାଇନସ୍:

ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସମାଜସେବୀ ପାର୍ବତୀ ଗିରି ଙ୍କୁ ଜନ୍ମଦିନରେ ଅବହେଳା !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବାଦିକ ବନ୍ଧୁ ମାନେ ଜଣାଇଲେ ଶ୍ରଦ୍ଧାଞ୍ଜଳି , ଭୁଲିଗଲା ଜିଲ୍ଲା ପ୍ରଶାସନ

ବରଗଡ :- ଦୁଃଖ ଓ ଲଜ୍ଜା ଜନକ ବିଷୟ , ଯେଉଁ ମାନଙ୍କ ପାଇଁ ଆମେ ନିଜକୁ ଗର୍ବିତ ବୋଲି ମନେ କରୁଛୁ , ସେମାନଙ୍କ ପ୍ରତି ଆମର କେତେ ଶ୍ରଦ୍ଧା ଓ ସମ୍ମାନ ରହିଛି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ଆଜି ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସମାଜ ସେବୀ ପାର୍ବତୀ ଗିରି ( ବଡ ମାଁ ) ଙ୍କର ପବିତ୍ର ଜନ୍ମଦିନ ଅବସରରେ । ବରଗଡ ଜିଲ୍ଲା ପ୍ରଶାସନ ଦ୍ୱାର ବରଗଡ଼ ରେ ବଡ଼ ମାଁ ଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଆଜି ବଡ ମାଁ ଙ୍କର ଜନ୍ମଦିନ ଥିଲା କିନ୍ତୁ ଅତି ଦୁଖଃ ଓ ଲଜ୍ଜା ଜନକ ବିଷୟ ଯେ ଆଜି ଭଳି ଏକ ମହତ୍ୱପୂର୍ଣ୍ଣ ଦିନରେ ଜିଲ୍ଲା ପ୍ରଶାସନ ବଡ଼ ମାଁ ଙ୍କୁ ପାଶୋରି ଦେଇଛି । ଆଜି ଏହି ପବିତ୍ର ଦିନରେ ଅତି କମରେ ସକାଳୁ ଜିଲ୍ଲା ପ୍ରଶାସନ ତରଫରୁ ବଡ଼ ମାଁ ଙ୍କର ପ୍ରତିମୂର୍ତ୍ତି ରେ ଫୁଲ ଟିଏ ଅର୍ପଣ କରିବା କଥା କିନ୍ତୁ ଫୁଲ ତ ଦୂରର କଥା , ପ୍ରଶାସନ ବଡ଼ ମାଁ ଙ୍କର ପ୍ରତିମୂର୍ତ୍ତି ଓ ପ୍ରତିମୂର୍ତ୍ତି ତଳେ ପଡିଥିବା ଅଳିଆ ମଧ୍ୟ ସଫା କରେଇ ପାରିବାରେ ଅସମର୍ଥ ଥିଲା ବା ଭୁଲି ଯାଇଥିଲା , ଅବଶ୍ୟ ବର୍ତ୍ତମାନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କର ବଡ଼ ମାଁ ଙ୍କର ଉପରେ କେତେ ଜ୍ଞାନ ଅଛି ବା ସେମାନେ ବଡ ମାଁ ଙ୍କର ଅବଦାନ ବାବଦରେ କେତେ ଜାଣନ୍ତି ତାହା କହିବା ମୁସ୍କିଲ । ଦିପହର ସୁଦ୍ଧା କୋଣସି ଜିଲ୍ଲାସତରୀୟ ଅଧିକାରୀ ମାନେ ବଡ ମାଁ ଙ୍କୁ ମନେ ନ ପକାଇବାରୁ ବରଗଡ଼ ର ସାମ୍ବାଦିକ ବନ୍ଧୁ ମାନେ ପ୍ରତିମୂର୍ତ୍ତି କୁ ସଫା କରିବା ସହିତ ପ୍ରତିମୂର୍ତ୍ତି ର ଆଖପାଖ ସଫାକରି , ବଡ ମାଁ ଙ୍କୁ ତାଙ୍କର ପବିତ୍ର ଜନ୍ମଦିନ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାମ୍ବାଦିକ ଶ୍ରୀ ବିରେନ୍ଦ୍ର ପ୍ରଧାନ , ଉମେଶ ବିଶ୍ୱାଳ , ଶ୍ରୀ ଦୀପକ ଶର୍ମା , ଶ୍ରୀ ସୁଦାମ ଭୋଇ , ଶ୍ରୀ ଲାଲାଟେନ୍ଦୁ ଦାସ , ଶ୍ରୀ ବଦ୍ରୀ ପ୍ରସାଦ ସାହୁ , ଶ୍ରୀ ଅଞ୍ଜନ କୁମାର ପ୍ରଦାନ ଓ ସୁନାମଧନ୍ୟ ହସ୍ୟ ଅଭିନେତା ଶ୍ରୀ ବିନ୍ଦୁ ମଲ୍ଲିକ ପ୍ରମୁଖ ବଡ ମାଁ ଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି , ଧୂପ ଓ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

0
0
0
s2sdefault