ବରଗଡ : - ସପ୍ତମ ରାଜେଶ ମେମୋରିଆର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପଦ୍ମପୁର ରାଜବୋଡାସମ୍ବର୍ ହାଇସ୍କୁଲ ଖେଲ ପଡିଆରେ ଉଦ୍ ଘଟିତ ହୋଇଜାଇଛି| ଦିର୍ଘ ଚାରିଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ବୋଡାସମ୍ବର୍ ସ୍ପୋଟିନ୍ସ୍ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଛି| ଏହି ଟୁର୍ଣ୍ଣାମେଣ୍ଟରେ ପଦ୍ମପୁର ,ଦୁର୍ଗହିରୋ,ରାଉରକେଲା ରୋଡ୍, ରାସିନ୍ହା(ବଲାଙ୍ଗୀର), ରାୟପୁର ସେରା, ବରଗଡ୍ ୟୁନାଇଟେଡ଼, ସୋନପୁର ରାମଧୁନ୍, ବିଶାଖାପାଟନମ୍ ପ୍ରମୁଖ ଆଠଟି ଦଳ ଅଂଶଗ୍ରହଣ କରିଛନ୍ତି| ଆଜିର ଖେଳରେ ଶ୍ରୀଯୁକ୍ତ ପ୍ରମୋଦ କାଲସାଏ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦୀପପ୍ରଜ୍ଜ୍ଵଳନ ତଥା ପଷ୍ପମଲ୍ୟ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିଥିଲେ| ଉଦଘାଟନୀ ଉତ୍ସବରେ ଶ୍ରୀ ଗୌରଚନ୍ଦ୍ର ମେହେର , ସମାଜସେବୀ ନିରୋଜ ଦୋରା , ପୂର୍ବତନ ଖେଳପ୍ରସିକ୍ଷକ ନବୀନ ଚନ୍ଦ୍ର ସାହୁ, ବାସୁଦେବ ସାହୁ, ଦ୍ଵାଦଶ କୁମାର ପ୍ରଧାନ ପ୍ରମୁଖ ସମ୍ମାନନୀତ ଅତିଥି ଭାବେ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସହିତ କରିଥିଲେ| ଆଜି ପଡିଆରେ ପୁର୍ବତନମନ୍ତ୍ରୀ ସ୍ଵର୍ଗତ ବିଜୟ ରଞ୍ଜନ ସିଂହ ବରିହା, ଫୁଟବଲ ଖେଳାଳୀ ଝୁଲୁ ବହିଦାର୍ ଙ୍କ ଅମର ସଦ୍ ଗତି ପାଇଁ ଗୋଟାଏ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା | ଆଜିକାର ପ୍ରଥମ ମ୍ୟାଚ୍ ଦୁର୍ଗହିରୋ ୨-୦ ଗୋଲ୍ରେ ଏବଂ ଦ୍ଵିତୀୟ ମ୍ୟାଚ୍ ରେ ଜରାସିଂହା ୧-୦ ଗୋଲ୍ରେ ବିଜୟ ଲାଭ କରି ସେମିଫାଇନାଲ କୁ ଉନ୍ନିତ ହୋଇଛନ୍ତି | ଆଜିର ଖେଳ ପରିଚଳନା କରିଥିଲେ ପ୍ରଶନ୍ତ , ଅଶ୍ଵିନୀ ,ସ୍ଵଧାଂଶୁ, ଭବାନୀ, ପଞ୍ଚା, ଅଶ୍ୱିନୀ ବେରିଆ, ଓ ମଣ୍ଟୁ | ଏହି ଟୁର୍ନାମେଣ୍ଟରେ ଅଶୋକ କଲସାଏ, କୁନାଲ ସିଂ ବରିହା, ପ୍ରଦୀପ ଜାଲ, ନରେଶ ବାରିକ, ରିତେଶ ସାହୁ, ଲକ୍ଷ୍ମଣ ତାଣ୍ଡି, ନରୋତ୍ତମ ପ୍ରଧାନ, ଭବାନୀ, ଏମ. ଡି. ମାହାଜନ, ଫିରୋଜ଼ ଖାନ ପ୍ରଦୀପ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା |
ରାଜ୍ୟ
ସପ୍ତମ ରାଜେଶ ମେମୋରିଆର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
- Hits: 429