ନବରଙ୍ଗପୁର/ ଅଶୋକ ସାହୁ: ନାଳ ଭିତରେ ନଳକୂଅ, ଲୋକଙ୍କୁ ଆଚମ୍ଭିତ କରିଲା ଭଳି ଦୃଶ୍ୟ ! ପୁଣି ସେହି ନଳକୂଅ ରୁ ପାଣି ନେଇ ଗ୍ରାମବାସୀ ପିଇବା, ଗାଧୋଇବା, କପଡା କାଚିବା ଇତ୍ୟାଦି କାମରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ! ଉକ୍ତ ନାଳଟି ଗ୍ରାମରେ ଥିବା ବିଦ୍ୟାଳୟ ର ପାଚେରୀ ନିକଟରେ ଥିବାବେଳେ ସେହି ନଳକୂଅ ରୁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପାଣି ଆଣି ପିଇବା ସହ ଅନ୍ୟ କାମରେ ବ୍ୟବହାର କରୁଛନ୍ତି ! ନାଳରେ ବିଭିନ୍ନ ପ୍ରକାର ଗନ୍ଧିଆ ପାଣି ଜମା ହୋଇ ରହିଛି ଏବଂ ସେହି ଗନ୍ଧିଆ ପାଣିରେ ଥିବା ଜୀବାଣୁ ଲୋକଙ୍କ ଶରୀର ମଧ୍ୟରେ ଗଲେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ ! ଏଭଳି କାର୍ଯ୍ୟ କୁ ଅନୁମତି ଦେଲା କିଏ? ଏହି କାର୍ଯ୍ୟ ନିମନ୍ତେ ଠିକାଦାର ଓ କାର୍ଯ୍ୟକୁ ସ୍ୱୀକୃତି ଦେଇଥିବା ଜେଇ କୁ ପୁରସ୍କାର ଦେବା ଉଚିତ ! ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲପଦର ପଂଚାୟତ ଅଧୀନରେ ଥିବା ଛୋଟାଗୁଡା ଗ୍ରାମରେ ! ଗ୍ରାମର ଅନ୍ୟ ଏକ ପାର୍ଶ୍ଵ ରେ ଗୋଟିଏ ନଳକୂଅ ଅଛି ଏବଂ ସେହି ନଳକୂଅ ଉପରେ ପ୍ରାୟ 30ରୁ 35ପରିବାର ନିର୍ଭର କରନ୍ତି ! ଗ୍ରାମରେ ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ପାଣି ପାଇପ ପୋଇଣ୍ଟ ବସାଯାଇଛି କିନ୍ତୁ ସେଥିରୁ ପାଣି ବାହାରୁ ନାହିଁ ! ଏ ବିଷୟରେ ପଂଚାୟତିରାଜ ଓ ଜଳବିଭାଗ ର ଜେଇ ଶରତ ବେହେରା ଙ୍କୁ ପଚାରିବାରୁ ସେ କେମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ! ପ୍ରଶାସନ କୁ ବାରମ୍ବାର ଜଣାଇଲେ ବି କୌଣସି ପ୍ରକାର ସୁଫଳ ମିଳୁ ନ ଥିବା କହିଛନ୍ତି ଗ୍ରାମବାସୀ । ଆଗକୁ ଖରାଦିନ ଆସିଲାଣି ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବେ ! ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି ।
ରାଜ୍ୟ
ନାଳ ଭିତରେ ନଳକୂଅ ,ସ୍ଵଛ ପାଣି ପିଇବେ କିପରି
- Hits: 330