ହେଡଲାଇନସ୍:

2 କୋଟି 23 ଲକ୍ଷ ଟଙ୍କା ର ବିଜୁ ସେତୁ ପ୍ରକଳ୍ପ କୁ ଶିଳାନ୍ୟାସ ଓ ମହିଳା ମିଶନ ଶକ୍ତି ଗୃହ କୁ ଉଦଘାଟନ କଲେ ବିଧାୟକ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳବାସୀ ମାନଙ୍କ ଉନ୍ନତି ଆମର ଲକ୍ଷ୍ୟ - ବିଧାୟକ ପ୍ରତାପ ଜେନା l 

(ନିଶ୍ଚିନ୍ତକୋଇଲି - ଦେବେନ୍ଦ୍ର ଷଡ଼ଙ୍ଗୀ)- ଗ୍ରାମବାସୀ ମାନଙ୍କ ବହୁ ଦିନର ଦାବି ଏବଂ ସମସ୍ୟାକୁ ଦୂର କଲେ ପୂର୍ବତନ ମନ୍ତ୍ରୀ l ସବୁବେଳେ ସବୁ ସମୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀ ମାନଙ୍କ ଉନ୍ନତି କଥା ଚିନ୍ତା କରି ଆସୁଥିବା ତଥା ଲୋକମାନଙ୍କ ସୁଖ ଦୁଃଖ ରେ ଭାଗିଦାରୀ ସାଜି ଯେତେ ବାଧା ବିଘ୍ନ ଆସିଲେ ବି ଏକମାତ୍ର ବିକାଶର ଲକ୍ଷ୍ୟ ନେଇ ସଦାସର୍ବଦା ଉନ୍ନୟନମୂଳକ କାର୍ଯ୍ୟ କରିଆସୁଥବା  ସେହି ବିଜୟ କର୍ମବୀର ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ଜେନା ସୋମବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚାୟତ ଗ୍ରସ୍ତ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ 2 କୋଟି ୨୩ ଲକ୍ଷ ଟଙ୍କା ବ୍ୟୟରେ କେନ୍ଦ୍ରାପଡ଼ା କେନାଲ ଉପରେ ଖଣ୍ଡସାହି ନତକାଇ ବାଲିଆପଦା ବିଜୁ ସେତୁର ଶୁଭ ଶିଳାନ୍ୟାସ କରିବା ସହିତ ସ୍ୱୟଂ ସହାୟକ ମହିଳା ମାନଙ୍କ ପାଇଁ  ବାଲିଆପଦା ମିଶନ ଶକ୍ତି ଗୃହର ଉଦ୍ଘାଟନ କରିଛନ୍ତି l ଏହି ବିଜୁ ସେତୁ ହେବା ଦ୍ୱାରା ସ୍ଥାନିୟ ଗ୍ରାମର ବହୁ ପଞ୍ଚାୟତ ବାସୀ ଗମନାଗମନ ସୁବିଧା ପାଇପାରିବେ ଏବଂ ମିଶନ ଶକ୍ତି ଗୃହ ରେ ସ୍ୱୟଂ ସହାୟକ ମହିଳାମାନେ ବିଭିନ୍ନ ପ୍ରକାର ସଭାସମିତି କାର୍ଯ୍ୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ସମିତିସଭ୍ୟ ରାଜେଶ ବେହେରା, ସରପଞ୍ଚ ଜୟନ୍ତୀ ଜେନା, ଯୁବ ନେତା ପ୍ରମୋଦ ସ୍ୱାଇଁ, ପୂର୍ବତନ ସରପଞ୍ଚ କୈଳାସ ସାମନ୍ତରାୟ ଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ, ବରିଷ୍ଟ ନାଗରିକ, ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l ତେବେ ଏହିଭଳି ବିକାଶମୂଳକ କାର୍ଯ୍ୟ ପାଇଁ ଗ୍ରାମବାସୀ ମାନେ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି l

0
0
0
s2sdefault