ଭୁବନେଶ୍ୱର : ଆମର ଏବେ ରାଜ୍ୟସଭାରେ ନ ଜଣ ଅଛନ୍ତି । ସେଇଟା 24 ରେ 10 ହେଇଯିବ ବୋଲି ଦୃଢୋକ୍ତି ବାଢିଛନ୍ତି ବିଜେଡି ସାଂସଦ ତଥା ଜାତୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର ।
ଗତକାଲି ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମାଜିକ ଗଣମାଧ୍ୟମ ବନ୍ଧୁମିଳନୀ କାର୍ଯ୍ୟକ୍ରମ ଅବସରରେ ଉଦ୍ବୋଧନ ଦେବା ଅବସରରେ ଡ଼ ପାତ୍ର ଉପସ୍ଥିତ ସମସ୍ତ କର୍ମୀଙ୍କୁ ବିଧାନସଭା ଓ ଲୋକସଭାରେ ବିଜେଡିର କେତେଜଣ ସଭ୍ୟ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ତା ଭିତରେ କର୍ମୀଙ୍କ ଭିତରୁ ଉତ୍ତର ଆସିଲା ଯେ ଆମର ରାଜ୍ୟ ସଭାରେ ନ ଜଣ ଅଛନ୍ତି । ଏଇ ଏପ୍ରିଲରେ 10 ଜଣ ହେଇଯିବେ । ତାର ଉତ୍ତରରେ ଡ଼ ପାତ୍ର କହିଥିଲେ ଯେ ଆମର ରାଜ୍ୟସଭାରେ 9 ଜଣ ସଦସ୍ୟ ଅଛନ୍ତି । 2024ରେ 10 ହେଇଯିବ । ଯୋଉଟା ଯାଇଛି ସେଇଟା ଫେରିଆସିବ । ।
ସୂଚନାଯୋଗ୍ୟ ଯେ , ବର୍ତ୍ତମାନ ବିଜେଡିର 9 ଜଣ ରାଜ୍ୟସଭା ସଦସ୍ୟ ଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ରାଜ୍ୟସଭାକୁ ବିଜେପି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।
ରାଜ୍ୟ
"ଆମର ରାଜ୍ୟସଭାରେ ୯ ଅଛନ୍ତି, ୨୪ରେ ୧୦ ହେଇଯିବେ"
- Hits: 477