ଜଗତସିଂହପୁର :-ରାକେଶ କୁମାର ରାୟ - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ବିଜିପୁର ଗ୍ରାମର ଭଗବତୀ ସରକାରୀ ଉପ୍ରା. ବିଦ୍ୟାଳୟ ପରିସରରେ ସରପଞ୍ଚ ଆରତୀ ମାଝୀ ଓ ସମାଜସେବୀ ସୋନାଲି ମହାନ୍ତିଙ୍କ ଉଦ୍ୟମ କ୍ରମେ କଟକସ୍ଥିତ ଚାଉଳିଆଗଞ୍ଜ ଠାରେ ଥିବା ସିଲଭରସିଟି ହସ୍ପିଟାଲ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରକୁ ପୂର୍ବତନ ଜ଼ିଲ୍ଲାପରିଷଦ କ୍ଷୀରୋଦ କୁମାର ବାରିକ ଓ ଯୁବ ସମାଜସେବୀ ତଥା ପଂଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପ୍ରଭାସ କୁମାର ବେହେରା ଯୋଗଦେଇ ଉଦଘାଟନ କରିଥିଲେ | ସଂଗଠକ ସୁଧୀର ମହାନ୍ତି, ପ୍ରସାଦ ମହାନ୍ତି, ବିଷ୍ଣୁ ପ୍ରସାଦ ଦାଶ, ଅଧ୍ୟାପକ କ୍ଷୀରୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ |ଏହି ଶିବିରରେ ସ୍ଥାନୀୟ ଅଞ୍ଚଳ ର ୨ ସହରୁ ଉର୍ଦ୍ଧ ବ୍ୟକ୍ତି ନିଜର ବିଭିନ୍ନ ସମସ୍ୟା ଉପରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ | ମେଡ଼ିସିନ, ଗାଇନିକ, ଗ୍ୟାଷ୍ଟ୍ରୋ ଓ ଜେନେରାଲ ସର୍ଜରୀ ବିଭାଗ ର ଡାକ୍ତର ମାନେ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ. ଡାକ୍ତର ରଞ୍ଜନ ସିଂହ, ଡାକ୍ତର ସମ୍ବିତ ଲେଙ୍କା, ଡାକ୍ତର ଅଶୋକ ମିଶ୍ର, ସିଲଭର ସିଟି ହସ୍ପିଟାଲ ର ମ୍ୟାନେଜୀଙ୍ଗ ଡାଇରେକ୍ଟର ଚିତ୍ତ ରଞ୍ଜନ ବେଉରା, କଲ୍ୟାଣୀ ଦାସ ଏବଂ ବିଚିତ୍ରନନ୍ଦ କୁମାର, ହସ୍ପିଟାଲର ଅନ୍ୟ କର୍ମଚାରୀ ମାନେ ଯୋଗଦେଇ ଲୋକମାନଙ୍କର ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ କରିଥିଲେ | ସମାଜସେବୀ ସୋନାଲି ମହାନ୍ତି, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ସୋମ୍ୟ ରଞ୍ଜନ ମହାନ୍ତି, ରମେଶ ସ୍ୱାଇଁ, ବିଶ୍ୱଜିତ ମହାନ୍ତି ଓ ମା ବୁଢ଼ୀ ଜାଗୁଳାଇ ୟୁଥ କ୍ଲବ ର ସମସ୍ତ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ |
ରାଜ୍ୟ
ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
- Hits: 278