ଜଗତସିଂହପୁର,/ସୁମନ୍ତକୁମାରଦାସ: ଜଗତସିଂହପୁର ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲା ମହୋତ୍ସବ କଲ୍ଲୋଳ -୨୦୨୩ଓ ଜଗତସିଂହପୁର ସଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୨୪ ତମ ଜଗତସିଂହପୁର ପୁସ୍ତକ ମେଳା -୨୦୨୩ଉଦଘାଟିତ ହୋଇଛି l ଏହି ପୁସ୍ତକ ମେଳା କୁ ଓଡିଶା ବିଧାନସଭା ଉପବାଚସ୍ପତି ରଜନୀ କାନ୍ତ ସିଂହ ଉଦଘାଟନ କରିଥିଲେ l ଜଗତସିଂହପୁର କଳା, ସାହିତ୍ୟ ଓ ସଂସ୍କୃତିକ ମାଟି l ଏହା ମାଟିରେ ଜନ୍ମ ନେଇଥିବା ମହାପୁରୁଷ ମାନେ ଦେଶର ସ୍ୱାଧୀନତା ଆନ୍ଦୋଳନ ନୂଆ ଦିଶା ଦେଖାଇବା ସହିତ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିଲେ ବୋଲି ସେ କହିଛନ୍ତି l ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ -୨୦୨୩ର ପ୍ରଥମ ସନ୍ଧ୍ୟା ରେ ଆୟୋଜିତ ଉତ୍ସବ ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ ଅଧକ୍ଷତା କରିଥିଲେ l ଏଥିରେ ସରକାର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗଦେଇ ଜଗତସିଂହପୁର ମା ଶାରଳା ଓ ଆଦିକବି ଶୁଦ୍ରମୁନି ଶାରଳା ଦାସ ଙ୍କ ମାଟି ବୋଲି କହିଛନ୍ତି l ଓଡିଆ ଭାଷା ସାହିତ୍ୟ ଓ ଐତିହ୍ୟକୁ ସୃଦୃଡ଼ କରିବାରେ ଆଦିକବି ଶାରଳା ଦାସଙ୍କ ଠାରୁ ଆରମ୍ଭ କରି ଜାତୀୟ କବି ବୀରକିଶୋର ଙ୍କ ପର୍ଯ୍ୟନ୍ତ ଜଗତସିଂହପୁର ଦାନ ଓଡିଶା ଇତିହାସ ରେ ସର୍ବାଗ୍ରେ ରହିଛି ବୋଲି ସେ କହିଥିଲେ l
ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଯୋଗ ଦେଇ ଜଗତସିଂହପୁର ଜିଲ୍ଲାର ସନ୍ତାନ ହିସାବରେ ସମସ୍ତେ ନିଜକୁ ଗର୍ବ କରନ୍ତି l ଏହି ଉତ୍ସବ ରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେଇ ସଂସ୍କୃତିକ ଐକ୍ୟ ସମାଜକୁ ବାନ୍ଧି ରଖିଥିବା ପ୍ରକାଶ କରିଥିଲେ l ଏଥିରେ ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଉପଜିଲ୍ଲାପାଳ ଧମେନ୍ଦ୍ର ମଲ୍ଲିକ ଓ ଚିନ୍ମୟୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଜିଲ୍ଲାର ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଆଲୋକପାତି କରିଥିଲେ l କଲ୍ଲୋଳ -୨୦୨୩ସହିତ ପୁସ୍ତକ ମେଳା ମଧ୍ୟ ଏକା ସାଙ୍ଗରେ ଆୟୋଜିତ ହେଉଛି l ଉଦଘାଟନ ଉତ୍ସବ ଅବସରରେ ସକାଳେ ମା ଶାରଳା ଙ୍କ ମନ୍ଦିରରୁ ଜୋତି ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପର୍ଯ୍ୟନ୍ତ ସମସ୍ତ ସଂସ୍କୃତି କ କାର୍ଯ୍ୟକ୍ରମ ଦ୍ଵାରା ନିଅ ଯାଇ ପୁସ୍ତକ ମେଳା ପରିସରରେ ସ୍ଥାପନ କରାଯାଇଥିଲା l ଏହି ସ୍ୱଭା ଯାତ୍ରାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ସଂସ୍କୃତି କ ପରିଷଦ ର କାର୍ଯ୍ୟକାରୀ ଅଧକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ପରିଷଦ ଅଧକ୍ଷ ମନୋଜ ଭୋଇ, ଜିଲ୍ଲା ସୂଚନା ଓ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲା ମହୋତ୍ସବ ରେ ପାଲିଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ସୁସ୍ୱାଦୁ ଖାଦ୍ୟ ମେଳା ଆୟୋଜନ ହୋଇଛି l