ହେଡଲାଇନସ୍:

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ର ଦ୍ଵିବାର୍ଷିକ ବୈଠକ ଓ ନିର୍ବାଚନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରବି ପଣ୍ଡା ସଭାପତି , ଯୁଧିଷ୍ଟିର ମହାପାତ୍ର ସାଧାରଣ ସମ୍ପାଦକ।

ବରଗଡ : ଜର୍ଣ୍ଣାଲିଷ୍ଟଏସୋସିଏସନ୍ ଅଫ ବରଗଡ (ଜାବ) ର ଦ୍ଵିବାର୍ଷିକ ବୈଠକ ଓ ନିର୍ବାଚନ ଆଜି ବରପାଲି ବ୍ଲକ୍ ସଂଲଗ୍ନ ଲିଙ୍ଗମାର୍ଣ୍ଣି ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଙ୍ଘ ର ସଭାପତି ରବି ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ସଙ୍ଘ ର ସାଂଗଠାନିକ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ସଂଘ ପକ୍ଷରୁ ସଦସ୍ୟ ମାନଙ୍କ ର ୱେଲ ଫେୟାର ପାଇଁ ଗୁରୁତ୍ବ ଦେବା ସହ ସଂଘ ର ଏକ ଅଫିସ ଗୃହ ନିର୍ମାଣ ଉପରେ ଆଲୋଚନା ହୋଇଥିଲା।
ସଭା ପ୍ରଥମ ରେ ବରପାଲି ୟୁନିଟ ର ବରିଷ୍ଠ ସଦସ୍ୟ ପ୍ରଭୁ ଚରଣ ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଦ୍ୟୁମ୍ନ ତ୍ରିପାଠୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ସଂଘ ର ବିବରଣୀ ଉପସ୍ଥାପନା କରିଥିଲେ। ପରେ ସଂଘ ର ଦ୍ଵିବର୍ଷିକ ନିର୍ବାଚନ ସଂଘ ର ନିର୍ବାଚନୀ ଅଧିକାରୀ ହେମନ୍ତ ପ୍ରଧାନ ଙ୍କ ନେତୃତ୍ବ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରବି ପଣ୍ଡା ଷଷ୍ଠ ଥର ପାଇଁ ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ହୋଇଥିବା ବେଳେ ଯୁଧିଷ୍ଟିର ମହାପାତ୍ର ତୃତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭୁ ଚରଣ ମହାନ୍ତି ଓ ବ୍ୟୋମକେଶ କର ଉପ - ସଭାପତି, ରଞ୍ଜିତ ଦାଶ ଓ ଅଶ୍ଵିନୀ ପାତ୍ର - ସମ୍ପାଦକ, ଲଲାଟେନ୍ଦୁ ଦାଶ - କୋଷାଧ୍ୟକ୍ଷ , ବଦ୍ରି ପ୍ରସାଦ ସାହୁ - ଅଫିସ ସମ୍ପାଦକ, ସୁରେଶ ଦାଶ - ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ, ଜୟସିଂ ପ୍ରଧାନ - ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସୁନିଲ ମିଶ୍ର - ଜିଲ୍ଲା ସଂଯୋଜକ, ରମଣୀ ରଂଜନ ବେହେରା - ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ, କ୍ଷମାନିଧି ନାୟକ - ଟ୍ରିବୁନାଲ ଅଧ୍ୟକ୍ଷ,ହେମନ୍ତ ପ୍ରଧାନ - ସାମ୍ବାଦିକ କଲ୍ୟାଣ ବିଭାଗ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ସେହିପରି ବ୍ଲକ୍ ସଂଯୋଜକ ଭାବରେ ଅତାବିରା ବ୍ଲକ୍ ପାଇଁ କୀର୍ତ୍ତନ ବିଶ୍ଵାଳ,ଆମ୍ବଭୋନା ବ୍ଲକ୍ ପାଇଁ ରଞ୍ଜିତ ଦାଶ, ବରଗଡ ବ୍ଲକ୍ ପାଇଁ ନେପାଳ ପ୍ରଧାନ, ବରପାଲି ବ୍ଲକ୍ ପାଇଁ ସୁବ୍ରତ ସାହୁ,ବିଜେପୁର ବ୍ଲକ ପାଇଁ ପାଣ୍ଡବ ପ୍ରଧାନ, ଭଟଲି ବ୍ଲକ୍ ପାଇଁ ଅର୍ଜୁନ ସାହୁ, ଝାରବନ୍ଧ ବ୍ଲକ ପାଇଁ ଦେବେନ୍ଦ୍ର ସାହୁ, ଭେଡେନ ବ୍ଲକ୍ ପାଇଁ ଜ୍ୟୋତି ରଞ୍ଜନ ମହାପାତ୍ର, ଗାଇସିଲେଟ ବ୍ଲକ ପାଇଁ ଝସକେତନ ସାହୁ, ପାଇକମାଳ ପାଇଁ ଧିରେନ ମହାନ୍ତି, ପଦ୍ମପୁର ବ୍ଲକ୍ ପାଇଁ ସୁଦାମ ପ୍ରଧାନ ଓ ସୋହେଲା ବ୍ଲକ୍ ପାଇଁ ସତ୍ୟଜିତ ପ୍ରଧାନ ମନୋନୀତ ହୋଇଛନ୍ତି।ଏହି ବୈଠକରେ ସଂଘ ର ଜିଲ୍ଲା ର ସମସ୍ତ ୧୨ ଟି ବ୍ଲକ ୟୁନିଟ ରୁ ପ୍ରାୟ ୭୦ ଜଣ ସଦସ୍ୟ ଯୋଗଦାନ କରିଥିଲେ।

0
0
0
s2sdefault