ଫାଇନାଲ୍ ମ୍ୟାଚରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କଲେ ଦୁଇ ବିଧାୟକ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ସହରରେ ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ପଶ୍ଚିମ ଓଡିଶାର ପ୍ରତିଷ୍ଠିତ ବୋଡାସମ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ର 27 ତମ ବର୍ଷ ର ଆଜି ଥିଲା ଅନ୍ତିମ ଦିନ । ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଉତ୍ତରପ୍ରଦେଶ ଏଲ୍ଲାହାବାଦର ଏନ ଏନ ଏସ କ୍ରିକେଟ ଏକାଡେମୀ କୁ 132 ରନର ବିରାଟ ମାର୍ଜିନ ରେ ପରାଜିତ କରି ଛତିଶଗଡ଼ର ଫରେଷ୍ଟ କ୍ରିକେଟ ବିଜୟ ଲାଭ କରିଥିଲା । ପ୍ରଥମେ ବେଟିଙ୍ଗ କରି ଫରେଷ୍ଟ କ୍ରିକେଟ ଛତିଶଗଡ଼ ସମୁଦାୟ 32.2 ଓଭର ସମସ୍ତ ଉଇକେଟ ହରାଇ 214 ରନ ସଂଗ୍ରହ କରିଥିବା ବେଳେ ମାତ୍ର 22.2 ଓଭର ଖେଳି ଉତ୍ତରପ୍ରଦେଶ ଦଳ ମାତ୍ର 82 ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।
ଆଜି ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ଫାଇନାଲ ମ୍ୟାଚକୁ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ଫାଇନାଲ ମ୍ୟାଚକୁ ଦେଖିବା ପାଇଁ ଷ୍ଟାଡିୟମ ରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।












