ହେଡଲାଇନସ୍:

75ତମ ସ୍ଥଳସେନା ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାମାକ୍ଷାନଗର/ରିତେଶ ବ୍ରହ୍ମା: -କାମାକ୍ଷାନଗର ଅବସର ପ୍ରାପ୍ତ ସ୍ଥଳସେନା ସୈନିକ ସଙ୍ଘ ତରଫରୁ ଆଜି ସେନା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଜିରିଡାମାଳି ସ୍ଥିତ ସୈନିକ ସଙ୍ଘ କାର୍ଯ୍ୟାଳୟ ଠାରୁ ଏକ ବାଇକ ରାଲି ବାହାରି କାମାକ୍ଷାନଗର ସହର ପରିକ୍ରମା କରିଥିଲା l ପରେ ସୈନିକ ସଙ୍ଘ କାର୍ଯ୍ୟାଳୟ ଠାରେ ଆୟୋଜିତ ସଭା ରେ କାମାକ୍ଷାନଗର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳ ରୁ ସୈନିକ ମାନେ ଯୋଗ ଦେଇ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ l କାମାକ୍ଷାନଗର ସୈନିକ ସଙ୍ଘ ତରଫରୁ ରବିନାରାୟଣ ସାହୁ, ଡମ୍ବରୁଧର ରାଉତ, ଅଶ୍ୱିନୀ ମହାପାତ୍ର, ବିକାଶ ସେଠି, ଶଶୀକାନ୍ତ ରାଉତ, ଦିତିକୃଷ୍ଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

0
0
0
s2sdefault