ହେଡଲାଇନସ୍:

କୁଡୁମି ସମ୍ପ୍ରଦାୟ ଙ୍କ ଟୁସୁ ପର୍ବ ବେଶ ଧୁମଧାମ ରେ ପାଳିତ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକାମାକ୍ଷାନଗର/ରିତେଶ ବ୍ରହ୍ମା:-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧିନସ୍ଥ ପଞ୍ଚୁପଡା ସ୍ଥିତ ମାଣିକ ଘାଗି ଠାରେ କୁଡୁମି ସମ୍ପ୍ରଦାୟ ଙ୍କ ଟୁସୁ ପର୍ବ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି |ଏହି ପର୍ବ କୁଡୁମି ସମ୍ପ୍ରଦାୟ ମାନଙ୍କ ଇଂରାଜି ନବ ବର୍ଷ ର ପ୍ରଥମ ପର୍ବ ହୋଇଥିବା ବେଳେ, ଏହାକୁ ସେମାନେ ବେଶ ଆଡମ୍ବର ଭାବେ ପାଳନ କରିଥାନ୍ତି |ତେବେ ତାଙ୍କ ସମ୍ପ୍ରଦାୟ ର ଟୁସୁ ମୁନି ନାମକ ଏକ କନ୍ୟା ନିଜ ସତୀତ୍ୱ କୁ ବଞ୍ଚାଇବାକୁ ଯାଇ ମକର ସଂକ୍ରାନ୍ତି ଦିନ ଜଳ ସମାଧି ଦେଇଥିଲେ |ତେଣୁ ସେହିଦନ କୁ ମନେ ରଖିବା ପାଇଁ ଏହି ଟୁସୁ ପର୍ବ ପାଳନ କରାଯାଇଥାଏ |ତେବେ ମକର ସଂକ୍ରାନ୍ତିର ୭ ଦିନ ପୂର୍ବରୁ ଟୁସୁ ମୁନି ର ଏକ ମୂର୍ତ୍ତି ଆଖ ପାଖ ଗାଁ ର କୁଡୁମି ସମ୍ପ୍ରଦାୟ ର ମହିଳା ମାନେ ନିର୍ମାଣ କରି, ତାକୁ ବେଶ ସାଜ ସଜା କରି ଗାଁ ଗାଁ ବୁଲି ନିଜର ପାରମ୍ପରିକ ଗୀତ ରେ ମାଗଣ କରି ପଞ୍ଚୁପଡା ସ୍ଥିତ ମାଣିକ ଘାଗି ଠାରେ ଏକତ୍ରିତ ହୋଇଥିଲେ | ସେଠାରେ କ୍ରମାନ୍ୱୟରେ ଚଳିତ ବର୍ଷ ମୋଟ ୧୫ ଟି ଟୁସୁ ମୂର୍ତ୍ତି ଆସିଥିବା ବେଳେ,ଉପସ୍ଥିତ ଅତିଥି ଙ୍କ ସମ୍ମୁଖରେ ଥିବା ମଞ୍ଚ ଉପରେ ନିଜ ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ |ପରିଶେଷରେ ଉକ୍ତ ମୂର୍ତ୍ତି ଗୁଡିକ କ୍ରମାନ୍ୱୟରେ ପାଖରେ ଥିବା ନାଳ ରେ ବିସର୍ଜନ କରିଥିଲେ |

0
0
0
s2sdefault