ହେଡଲାଇନସ୍:

ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ରାଉରକେଲା ଓ ବ୍ରହ୍ମପୁର ସହରରେ ଟ୍ରୁ-୫ଜି ସେବା ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • - ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ

  • - ଆମନ୍ତ୍ରିତ ଜିଓ ୱେଲକମ୍ ଅଫର ବ୍ୟବହାରକାରୀମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଅସୀମିତ ୫ଜି ଡାଟା ସହ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପାଇପାରିବେ

 ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ଓଡ଼ିଶାର ଆଉ ଦୁଇଟି ସହର ଇସ୍ପାତ ସହର ରାଉରକେଲା ଓ ରେଶମ ସହର ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏହା ପୂର୍ବରୁ ଜାନୁଆରି ୫ ତାରିଖରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ଓ ରୁପାର ସହର କଟକରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା ।

 ଜାତୀୟ ସ୍ତରରେ ଜିଓ ପକ୍ଷରୁ ଆଜି ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରାଯିବା ସହ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଜିଓ ଟ୍ରୁ-୫ଜି ସେବା ଆଜିଠାରୁ ଉପଲବ୍ଧ ହୋଇଛି । ଓଡ଼ିଶାର ରାଉରକେଲା ଓ ବ୍ରହ୍ମପୁର ସହର ସମେତ ଛତିଶଗଡ଼ର ରାୟପୁର, ଦୁର୍ଗ ଓ ଭିଲାଇ, ବିହାରର ପାଟ୍‌ନା ଓ ମୁଜାଫରପୁର, ଝାଡ଼ଖଣ୍ଡର ରାଂଚି ଓ ଜାମସେଦପୁର, କର୍ଣ୍ଣାଟକର ବିଜାପୁର, ଉଡୁପି, କଲବୁର୍ଗି ଓ ବେଲାରି, କେରଳର କୋଲାମ, ଆନ୍ଧ୍ରପ୍ରଦେଶର ଇଲୁରୁ ଏବଂ ମହାରାଷ୍ଟ୍ରର ଅମରାବତୀ ସହରରେ ଆଜିଠାରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି ।

ରାଉରକେଲା ଓ ବ୍ରହ୍ମପୁର ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯିବା ସହିତ ଏବେ ଓଡ଼ିଶାର ଚାରିଟି ସହରରେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହୋଇଛି । ରାଜ୍ୟର ଏକ ପ୍ରମୁଖ ବ୍ୟବସାୟ ଏବଂ ଶିକ୍ଷା ହବ୍ ଭାବେ ପରିଚିତ ଇସ୍ପାତ ସହର ରାଉରକେଲା ପାଇଁ ଜିଓ ଟ୍ରୁ-୫ଜି ପରିବର୍ତନର ବାର୍ତାବହ ସାବ୍ୟସ୍ତ ହେବ ଏବଂ ଉଭୟ ନାଗରିକ ଓ ପରିଦର୍ଶକମାନଙ୍କୁ ଏହା ବ୍ୟାପକ ସୁଯୋଗ ଓ ସମୃଦ୍ଧ ଅନୁଭୂତି ପ୍ରଦାନ କରିବ । ରାଉରକେଲାରେ ଜିଓ ଟ୍ରୁ-୫ଜି ଡାଟା ଏଭଳି ଏକ ସମୟରେ ଆରମ୍ଭ ହୋଇଛି ଯେତେବେଳେ ଚଳିତ ସପ୍ତାହରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍‌କୁ ଏହା ଭୁବନେଶ୍ୱରର ସହ ମିଳିତ ଭାବେ ଆୟୋଜନ କରୁଛି । ସେହିଳି ଦକ୍ଷିଣ ଓଡ଼ିଶାର ପ୍ରବେଶ ପଥ ଭାବେ ପରିଚିତ ବ୍ରହ୍ମପୁର ସହରରେ ଜିଓ ବ୍ୟବହାରକାରୀମାନେ ମଧ୍ୟ ଆଗାମୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟା ବ୍ୟବହାର କରିପାରିବେ । ଏଠାରେ ଉଲ୍ଳେଖଯୋଗ୍ୟ ଯେ ରାଜ୍ୟର ଦୁଇ ତୃତୀୟାଂଶ ଡାଟା ବଜାର ଅଂଶ ଜିଓ ପାଖରେ ରହିଥିବା ବେଳେ ଓଡ଼ିଶାରେ ପ୍ରତିି ତିନି ଜଣ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଦୁଇ ଜଣ ଜିଓ ବ୍ୟବହାର କରୁଛନ୍ତି ।

 ଜାନୁଆରି ୧୪ ତାରିଖରୁ ରାଉରକେଲା ଓ ବ୍ରହ୍ମପୁର ସହରର ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ, ଯାହା ଦ୍ୱାରା ସେମାନେ ବିନା ଅତିିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ୫ଜି ଡାଟା ହାସଲ କରିପାରିବେ ।

ସେବାର ଶୁଭାରମ୍ଭ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ପ୍ର୍ରଯୁକ୍ତି ହେଉଛି ଶ୍ରେଷ୍ଠ ଏକତା ସୃଷ୍ଟିକାରୀ । ମକର ସଂକ୍ରାନ୍ତି, ଲୋହରି, ପୋଙ୍ଗଲ ଓ ବିହୁ ଭଳି ପବିତ୍ର ଉତ୍ସବ ସମୟରେ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରିବା ଏବଂ ଓଡ଼ିଶା, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଭଳି ପାଂଚଟି ରାଜ୍ୟରେ ଏହି ସେବାକୁ ଆହୁରି ଅଧିକ ସହରକୁ ସମ୍ପ୍ରସାରଣ କରିଥିବାରୁ ଜିଓ ଗର୍ବିତ ମନେ କରୁଛି ।

 ସାରା ଦେଶରେ ଟ୍ରୁ-୫ଜିର ଶୁଭାରମ୍ଭର ଗତି ଆହୁରି ତ୍ୱରାନ୍ୱିତ କରାଯାଇଥିବା ବେଳେ ଆମେ ଏହା ଘୋଷଣା କରି ଅତ୍ୟନ୍ତ ଆନନ୍ଦିତ ଯେ ଆଜି ଜିଓ ଟ୍ରୁ-୫ଜି ସେବାକୁ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଶୁଭାରମ୍ଭ କରାଯାଇଛି । ଆମେ ଚାହୁଛୁ ଯେ ୨୦୨୩ରେ ପ୍ରତି ଜିଓ ଗ୍ରାହକ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଯୁଗାନ୍ତକାରୀ ଲାଭକୁ ଉପଭୋଗ କରନ୍ତୁ ।’’

  ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ିହୋଇଥିବା ଏହି ନୂଆ ସହରଗୁଡ଼ିକ ହେଉଛି ଦେଶର ପ୍ରମୁଖ ପର୍ଯ୍ୟଟନ, ବାଣିଜ୍ୟ ଓ ଶିଳ୍ପ ସ୍ଥଳ । ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହ ଏହି ଅଂଚଳର ଗ୍ରାହକମାନେ ଶ୍ରେଷ୍ଠ ଟେଲିକମ୍ ଯୋଗାଯୋଗ ସେବା ପାଇବା ସହ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ ଆଦି କ୍ଷେତ୍ରରେ ବ୍ୟାପକ ସୁଯୋଗ ପାଇପାରିବେ ।

 ଜିଓ ଟ୍ରୁ-୫ଜିକୁ ବ୍ୟାପକ କରିବା ଏବଂ ସାରା ଦେଶର ଗ୍ରାହକମାନଙ୍କ ପାଖରେ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭକୁ ପହଂଚାଇବା ସୁନିଶ୍ଚିତ କରିବା ଲାଗି ଆମ ଉଦ୍ୟମରେ ଆମେ ସବୁ ରାଜ୍ୟର ସରକାରଙ୍କ ସହ ମିଶି କାର୍ଯ୍ୟ ଜାରି ରଖିଛୁ ।’’

0
0
0
s2sdefault