ହେଡଲାଇନସ୍:

ଜଗଦ୍-ଗୁରୁତ୍ତମ ଦିବସ ଏବଂ ମକର ସଂକ୍ରାନ୍ତି ଉତ୍ସବ ବାଲ୍ ମୁକୁନ୍ଦ କେନ୍ଦ୍ରରେ ପାଳିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭଗବାନ ସୂର୍ଯ୍ୟଙ୍କ ଦକ୍ଷିଣାୟନକୁ ଉତ୍ତରାୟଣ ହେବା ଦ୍ଵାରା ଭାରତବର୍ଷରେ ଉଜ୍ୱଳର ବୃଦ୍ଧିର ପ୍ରତୀକର ପର୍ବ ତଥା ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଥାଏ। ଏହି ତିଥିରେ ୧୯୫୭ ମସିହାରେ ବୈଦିକ ଶାସ୍ତ୍ରମାନଙ୍କରେ ଜଗଦ୍‌ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କର ଆଗାଧ ଦକ୍ଷତା , ସମସ୍ତ ବେଦ ଶାସ୍ତ୍ରର ଅଦ୍ୱିତୀୟ ଓ ଅସାଧାରଣ ଜ୍ଞାନକୁ ଦେଖି କାଶୀ ବିଦ୍ବ୍ୟତ୍ ପରିଷଦ ଦ୍ଵାରା "ଜଗଦ୍-ଗୁରୁତ୍ତମ"ର ଉପାଧିରେ ବିଭୂଷିତ କରାଯାଇଛି। ଏହିପରି ଭାବରେ ସେ ଜଗତ୍-ଗୁରୁ ଶଙ୍କରାଚାର୍ଯ୍ୟ , ନିମ୍ଵାକାଚାର୍ଯ୍ୟ , ରାମାନୁଚାର୍ଯ୍ୟ ଏବଂ ମାଧ୍ଵାଚାର୍ଯ୍ୟଙ୍କ ପରେ ଭାରତ ଇତିହାସର ପଞ୍ଚମ ମୂଳ ଜଗତ୍ ଗୁରୁ ଭାବେ ପରିଗଣିତ ହେଲେ। ଏହି ଅବସରରେ ବାଲ୍ ମୁକୁନ୍ଦ କେନ୍ଦ୍ର ଠାରେ ଜଗଦ୍-ଗୁରୁତ୍ତମ ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ମୁର୍ମୁ ଯୋଗଦେଇ ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମକର ସଂକ୍ରାନ୍ତି କିଭଳି ପାଳନ କରାଯାଏ ବୁଝାଇ ଥିବା ବେଳେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଜଗଦ଼-ଗୁରୁ ଶ୍ରୀକୃପାଳୁ ଜୀ ମହାରାଜାଙ୍କ ସଂକ୍ଷିପ୍ତ ପରିଚୟ ପଠନ କରିଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମ ଅପରାହ୍ନରେ ଶିଶୁମାନଙ୍କ ସହିତ ନଗର ଭ୍ରାମ୍ୟମାଣ କରି ଲୋକେ ଶ୍ରୀ କୃପାଳୁ ଜୀ ମହାରାଜଙ୍କୁ ଜାଣନ୍ତୁ ଏବଂ ତାଙ୍କ ସମ୍ପର୍କରେ ଆସି ତାଙ୍କର ସରଳ , ସରସ ଅନୁଭବାତ୍ମକ ଏବଂ ବିଲକ୍ଷଣ ଉପଦେଶକୁ ଶ୍ରବଣ କରନ୍ତୁ ତଥା ନିଜ ଜୀବନରେ ସେହି ସବୁ କ୍ରିୟାତ୍ମକ ରୂପ ଦେଇ ନିଜର କଲ୍ୟାଣ କରନ୍ତୁ ଏହା କେନ୍ଦ୍ର ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

0
0
0
s2sdefault