ଜଗତସିଂହପୁର/ସୁମନ୍ତକୁମାରଦାସ: ରାଜନୀତି ନେତାଙ୍କ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି l କେଉଁଠି ଗଣ ଧର୍ଷଣ ତ କେଉଁଠି ମାଡପିଟ ଦିନ ଦ୍ବିପ୍ରହରରେ ରାସ୍ତା ମଝିରେ ହେଉଛି ମରଣାତ୍ମକ ଆକ୍ରମଣ ଆଉ ମର୍ଡର l ପ୍ରଥମତ ଏଥିରେ ଶିକାର ହେଉଛନ୍ତି ଦଳିତ ଯୁବକ ଓ ଅସହାୟ ପରିବାର ସଦସ୍ୟ l ଏହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି -ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଶାଳୀଓ ଗ୍ରାମରେ l ଏହି ଗ୍ରାମରେ ରଂଜନ କାଣ୍ଡି ନାମକ ଏକ ଦଳିତ ବ୍ୟକ୍ତି ନିଜ ସପରିବାରରେ ବାସ କରନ୍ତି l ଗାଁ ପାଖ ନଦୀରୁ ମାଛ ଧରି ନିଜ ପରିବାରର ଜୀବିକା ନିର୍ବାହ କରିଥାନ୍ତି l ଗତ ଜାନୁୟାରୀ ୧ ତାରିଖରେ ରଂଜନ ନଦୀରୁ ମାଛ ଧରି ଫେରୁଥିବା ସମୟରେ ସେହି ଶାଳୀଓ ଗ୍ରାମର କିଛି ଯୁବକ ତଥା ଗୋଲାଈ ଜେନାଙ୍କ ପୁଅ ପ୍ରତାପ ଜେନା, ପ୍ରଦୀପ ଜେନାଙ୍କ ପୁଅ ସମ୍ବିତ ଜେନା ଓ ଗୋକୁଳ ମଣ୍ଡଳଙ୍କ ପୁଅ ଚୌଧୁରୀ ମଣ୍ଡଳ ସମେତ ଘେରି ମାଛ ଚୋରିର ମିଥ୍ୟା ଆରୋପ କରି ଦିନ ଦ୍ବିପହରରେ ରାସ୍ତା ମଝିରେ ନିସ୍ତୁକ ମାଡ଼ ମାରିଥିଲେ l ଏମିତି ମାଡ଼ ମାରିଥିଲେ ଯେ ରଂଜନ ବେହୋସ ହୋଇଯାଇଥିଲେ l ରଂଜନଙ୍କ ସ୍ତ୍ରୀ କଲ୍ୟାଣୀ କାଣ୍ଡି ଖବର ପାଇ ଘଟଣାସ୍ତଳକୁ ଯାଇ ନିଜ ସ୍ୱାମୀଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ l ପ୍ରଥମେ ବାଲିକୁଦା ମେଡିକାଲ ଓ ପରେ କଟକ ବଡ଼ ମେଡିକାଲ ରେ ପ୍ରାୟ ୬ ଦିନ ରହିଲାପରେ ସେ ଭଲ ହୋଇ ଘରକୁ ଫେରିଥିଲେ l ମରଣାତ୍ମକ ଘଟଣା ବିଷୟରେ କଲ୍ୟାଣୀ ସରପଞ୍ଚକୁ ଜଣାଇବା ପରେ ସରପଞ୍ଚ କିଛି ବୁଝିନଥିଲେ କାରଣ ଆକ୍ରମଣକାରୀ ମାନେ ସରପଞ୍ଚଙ୍କ ନିଜ ପିଲା ବୋଲି କିଛି ସମାଧାନ କଲେ ନାହିଁ l ସେ ଏରସମା ପୋଲିସ ଷ୍ଟେସନରେ ମଧ୍ୟ ଜଣାଇଥିଲେ ହେଲେ ରାଜନୀତି ଚାପରେ ଦଳିତ ସ୍ୱାମୀ ସ୍ତ୍ରୀଙ୍କ କଥା କେହି ଶୁଣିନଥିଲେ l ଶେଷରେ ରଞ୍ଜନ କାଣ୍ଡି ଏବଂ ତାଙ୍କ ସ୍ତ୍ରୀ କଲ୍ୟାଣୀ କାଣ୍ଡି ଦଳିତ ବିକାଶ ସଭାପତି ଶ୍ରୀଯୁକ୍ତ ଶଙ୍କର ଦାସଙ୍କ ସହାୟତାରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିଜର ନ୍ୟାୟ ପାଇଁ ଏକ ଦାବିପତ୍ର ଦେଇଥିଲେ l ବାକି ରହିଲା ରଂଜନଙ୍କୁ ପ୍ରଶାସନ ପକ୍ଷରୁ କିପରି ନ୍ୟାୟ ମିଳୁଛି l
ରାଜ୍ୟ
ମାଛ ଚୋରୀର ମିଥ୍ୟା ଆରୋପରେ ଯୁବକଙ୍କୁ ନିସ୍ତୁକ ମାଡ଼
- Hits: 311











