ହେଡଲାଇନସ୍:

ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା , ଲୋକେ କଲେ ରାସ୍ତା ଅବରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁର୍ଘଟଣା ସ୍ଥଳରେ ବିଧାୟକ ସୁଶାନ୍ତ ସିଂହପହଁଚିବା ପରେ ଖୋଲିଲା ରାସ୍ତା ଅବରୋଧ

ବରଗଡ଼ :- ବରଗଡ଼ ଜିଲ୍ଲା ଜାତୀୟ ରାଜପଥ କଡରେ ଥିବା ଚକରକେନ୍ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ବାଇପାଲି ଗାଁ ର 70 ବର୍ଷ ର ଜଣେ ବୃଦ୍ଧ ଦୁଃର୍ଭାଗ୍ୟ ବଶତଃ ଏକ ଅଜଣା ଗାଡି ର ଧକ୍କା ରେ ମୁତ୍ୟୁ ବରଣ କରିଥିଲେ । ଦୁର୍ଘଟଣାର ଖବର ପାଇବା ପରେ ଗାଁ ଲୋକେ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ରାସ୍ତା ମଝି ରେ ଶବ କୁ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ । ଦୁର୍ଘଟଣା ଖବର ତଥା ରାସ୍ତା ଅବରୋଧ ର ଖବର ଜାଣିବା ପରେ ପୋଲିସ ପ୍ରଶାସନ ଓ ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ । ହେଲେ ଆଲୋଚନା ବିଫଳ ହୋଇଥିଲା । ବରଗଡ଼ ଥାନା ଅନ୍ତର୍ଗତ ଓ ବରଗଡ଼ ନିର୍ବାଚନ ମଣ୍ଡଳୀ ଅଂଚଳ ରେ ଘଟିଥିବା ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ନିଜ ଅଞ୍ଚଳ ର ଜଣେ ବୃଦ୍ଧ ଙ୍କର ମୃତ୍ୟୁ ଖବର ପାଇ ତଥା ଦୁର୍ଘଟଣା ସ୍ଥଳରେ ଲାଗିରହିଥିବା ଉତ୍ତେଜନା ବାବଦରେ ଜାଣିବାକୁ ପାଇ ନିଜର ଅନ୍ୟ ସମସ୍ତ କାର୍ଯକ୍ରମ କୁ ବାତିଲ କରି , ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଯାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ସକାଳୁ ମଧ୍ୟ ରାତ୍ରି ପର୍ଯନ୍ତ ବିଧାୟକଙ୍କର ବିଭିନ୍ନ ଗ୍ରାମରେ ଅନେକ ଗୁଡ଼ାଏ କାର୍ଯ୍ୟକ୍ରମ ରହିଥିଲା । ଦୁର୍ଘଟଣା ସ୍ଥଳ କୁ ଯାଇ ମୃତ ବ୍ୟକ୍ତି ଙ୍କର ସଂପର୍କୀୟ ଓ ଗ୍ରାମର ଲୋକଙ୍କ ସହିତ ଆଲୋଚନା କରି ମୃତ ବ୍ୟକ୍ତି ଙ୍କର ପରିବାରକୁ ସମସ୍ତ ପ୍ରକାର ସରକାରୀ ସୁବିଧା ବ୍ୟବସ୍ଥା ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା ସହିତ ସେଠାରେ ଉପସ୍ଥିତ ମୃତ ବ୍ୟକ୍ତି ର ପୁଅକୁ ଅନ୍ତିମ ସଂସ୍କାର ସକାଶେ ବ୍ୟକ୍ତିଗତ ଭାବେ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଆଗକୁ ସହଯୋଗ କରିବା ପାଇଁ ମଧ୍ୟ ତାକୁ ପ୍ରତିଶୃତି ଦେଇଥିଲେ। ବିଧାୟକ ଙ୍କର ନିକଟରୁ ଭରସା ଯୋଗ୍ୟ ପ୍ରତିଶ୍ରୁତି ପାଇବା ପରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ । ପରେ ବରଗଡ଼ ପୋଲିସ ଶବ କୁ ବ୍ୟବଚ୍ଛେଦ ନିମନ୍ତେ ବରଗଡ଼ ଡାକ୍ତରଖାନା କୁ ପଠେଇ ଥିବା ସୁଚନା ରହିଛି ।

0
0
0
s2sdefault