ହେଡଲାଇନସ୍:

ସେପ୍ଟେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର(ଜୟଶଙ୍କର ଦାଶ)

ଗଣତନ୍ତ୍ରରେ ମତଦାନ କରିବା ଏକ ସାଂବିଧାନିକ ପ୍ରକ୍ରିୟା । ଏଥିପାଇଁ ପ୍ରତ୍ୟେକ ସାବାଳକ ମାନଙ୍କୁ ଭାରତର ନିର୍ବାାଚନ ଆୟୁକ୍ତ ଭୋଟର ପରିଚୟପତ୍ର ଯୋଗାଇ ଦେଇଥାନ୍ତି ବୋଲି ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ମତବ୍ୟକ୍ତ କରିଛନ୍ତି । ଶୁକ୍ରବାର ଅପରାହ୍ନରେ ଅତିରିକ୍ତ ଜିଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଭୋଟର ତାଲିକା ସଂଶୋଧନ ନିମିତ ଗଣମାଧ୍ୟମ ପ୍ରତିନିଧି ଓ ସ୍ୱିକୃତୀପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲାପାଳ ଶ୍ରୀମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହ ଭୋଟରମାନଙ୍କୁ ସଚେତନ କରାଇବାକ୍ଷେତ୍ରରେଗଣମାଧ୍ୟମରଭୂମିକାସର୍ବଦା ଗୁରୁତ୍ୱପୂର୍ଣ୍ଣବୋଲିକହିଥିଲେ । ଏହିସଂଶୋଧନ ପ୍ରକ୍ରିୟାସମ୍ପର୍କରେସର୍ବସାଧାରଣଙ୍କୁସଚେତନ କରାଇବାକୁଶ୍ରୀମହାନ୍ତିଗଣମାଧ୍ୟମ ପ୍ରତିନିଧି  ମାନଙ୍କୁ ଅନୁରୋଧ କରିଥିଲେ ।୨୦୧୯ଜାନୁୟାରୀ ୧ତାରିଖକୁ ଯୋଗ୍ୟତାତାରିଖ ଧରାଯାଇସେହିସମୟକୁଯେଉଁଭୋଟରମାନଙ୍କରବୟସ ୧୮ବା ତଦ୍ଧୁର୍ଦ୍ଧ ହୋଇଥିବ ସେମାନେ ଭୋଟର ତାଲିକାରେ ନାମ ଦରଜ ପାଇଁ ଆବେଦନ କରିପାରିବେ । ସେହିପରି ମୃତ, ବିବାହ, ସ୍ଥାନାନ୍ତର ଇତ୍ୟାଦି କ୍ଷେତ୍ରରେ ବାଦ, ଭୋଟର ତାଲିକା ଓ କାର୍ଡରେ  ତ୍ରୁଟିକ୍ଷେତ୍ରରେସଂଶୋଧନ ପାଇଁ ଆବଶ୍ୟକୀୟ ଫର୍ମମାଧ୍ୟମରେ ଆବେଦନ କରାଯାଇ ପାରିବ ବୋଲି ସେ ସୂଚନା ଦେଇଥିଲେ । ସେପ୍ଟେମ୍ବର ୧ତାରିଖ ଠାରୁ ଅକ୍ଟୋବର ୩୧ତାରିଖ ପର୍ୟ୍ୟନ୍ତ ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲୁରହିବ । ଆବେଦନକାରୀଙ୍କର ଦାବି ଓ ଆପତ୍ତିର ଫଏସଲା ନଭେମ୍ବର ୩୦ ତାରିଖ ମଧ୍ୟରେ କରାଯାଇ ଚୂଡ଼ାନ୍ତ ଭୋଟର ତାଲିକା ୨୦୧୯ ଜାନୁୟାରୀ ୪ତାରିଖରେ ପ୍ରକାଶ ପାଇବ । ଭୋଟର ତାଲିକାରେ ଶତପ୍ରତିଶତ ଫଟୋ ବ୍ୟବସ୍ଥାର ଲକ୍ଷ୍ୟ ଥିବାରୁ ଯେଉଁମାନଙ୍କର ଭୋଟର ତାଲିକାରେ ଫଟୋ ଲାଗି ନାହିଁ ବିଏଲ୍ଓମାନଙ୍କ ଦ୍ୱାରା ସେମାନଙ୍କଠାରୁ ଫଟୋ ସଂଗ୍ରହ କରାଯାଇବା ସେମାନେ ସ୍ୱତଃପୁତଃ ଭାବେ ବିଏଲ୍ଓମାନଙ୍କୁ ଫଟୋ ପ୍ରଦାନ କଲେଏହା ସହଜହୋଇ ପାରିବ । ଏହି ସମସ୍ତ କାର୍ୟ୍ୟରେ ବିଏଲ୍ଓ ସମ୍ପୃକ୍ତ ବୁଥରେ  ନୋଡ଼ାଲ ଅଧିକାରୀ ଭାବେ କାର୍ୟ୍ୟ କରିବେ । ଭୋଟରମାନେ ବ୍ଲକ ଓ ଉପଜିଲାପାଳଙ୍କ କାର୍ୟ୍ୟାଳୟରେ ଖୋଲାଯାଇଥିବା ଭୋଟର ସହାୟତା କେନ୍ଦ୍ରର ସହାୟତା ନେବା ସହ ଅନ୍ଲାଇନ୍ଡ଼ବ୍ଲଡ଼ବ୍ଲଡ଼ବ୍ଲୁ.ସିଇଓଓରିଶା.ଇନ୍କିମ୍ବାଡ଼ବ୍ଲୁଡ଼ବ୍ଲଡ଼ବ୍ଲୁ.ଏନ୍ଭିଏସ୍ପି.ମଧ୍ୟମରେ ମଧ୍ୟ ଆବେଦନ କରିପାରିବେ । ଅପର ପକ୍ଷରେ ଲୋକ ପ୍ରତିନିଧି ଅଧିନିୟମ୍ ୧୯୫୦ଧାରା ୧୭ଅନୁଯାୟୀକୈାଣସିଭୋଟରଏକାଧିକବିଧାନସଭା ନିର୍ବାଚନ ମଣ୍ନଳିରେ ନାମ ଅନ୍ତର୍ଭୁକ୍ତ କରିବା ବେଆଇନ୍ ଅଟେ । ଏଭଳି କ୍ଷେତ୍ରରେ ଲୋକ ପ୍ରତିନିଧି ଅଧିନିୟମ୍ ଧାରା ୩୧ ଅନୁଯାୟୀ ୧ବର୍ଷ ପର୍ୟ୍ୟନ୍ତ ଜେଲ୍ ଓ ଜୋରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ । ସେହିପରି ପ୍ରତ୍ୟେକ ବୁଥ ସ୍ୱିକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡ଼ିକତାଙ୍କଏଜେଂଟ ନିଯୁକ୍ତ କରିପାରିବେ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ । ଜିଲ୍ଲାରରେ ପୂର୍ବରୁ ୧୬୪୯ଟି ବୁଥ୍ ଥିବା ବେଳେ ବର୍ତମାନ ତାହାର ସଂଶୋଧନ କରାଯାଇ ୧୬୧୯ଟି ବୁଥ୍ କରାଯିବାକୁ ପ୍ରସ୍ଥାବ ରହିଛି । ଏ ସମସ୍ତବୁଥ୍ ଗୁଡିକ ଭିଭିପାଟ୍ଉପଯୋଗୀ ହେବ ଅର୍ଥାତ ସର୍ବାଧିକ ୧୪୦୦ଭୋଟର ଗୋଟିଏ ବୁଥରେ  ମତଦାନ କରି ପାରିବେ । ଜିଲ୍ଲାରେ ବର୍ତମାନ ୧୪୧୩୩୨୩ ଭୋଟ ଥିବାବେଳେସେମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୪୪୬୨୭, ମହିଳା ଭୋଟର ଙ୍କସଂଖ୍ୟା ୬୬୮୬୪୫ ଓ ଅନ୍ୟାନ୍ୟ ୫୧ଜଣ ଭୋଟର ରହିଛନ୍ତି । ସେପ୍ଟେମ୍ବର  ୩ତାରିଖ ଠାରୁ ୨୨ତାରିଖ ପର୍ୟ୍ୟନ୍ତ ଇଭିଏମମେସିନିଗୁଡିକୁ ଏଫ.ଏଲ.ସିମାଧ୍ୟମରେବିଶେଷଜ୍ଞମାନଙ୍କ ଦ୍ୱାରା ଯାଂଚ କରାଯିବ । ଏଥିରେ ବିଭିନ୍ନ ରାଜନୈତିକ ଦଳ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଡେ଼ପୁଟି କଲେକ୍ଟର କାଜଲ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିବା ସହ ସୂଚନା ପ୍ରଦାନ କରିଥିଲେ । ନିର୍ବାଚନ ବିଭାଗରମୁଖ୍ୟକିରାଣୀ ଅଲେଖ ମହାରଣା, ସୁବାଷ ପଣ୍ଡା ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ ।

 

 

0
0
0
s2sdefault