ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସ୍ୱର୍ଗୀୟ ମାଁ ପ୍ରେମଳତା ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ତାଙ୍କ ସ୍ମୃତି କୁ ଉଦଜିବିତ କରିବା ଓ ସାମାଜିକ ସେବା ଉଦେଶ୍ୟ ରେ ପାଳ ପରିବାର ତରଫରୁ ଭଞ୍ଜନଗର ବିଡେକା କୁ ଜନ କଲ୍ୟାଣ ନିମନ୍ତେ ଏକ ଉପହାର ଦେଇ ଦାୟିତ୍ଵ ପ୍ରଦାନ କରାଯାଇଛି।
ଭଞ୍ଜନଗର ଅଞ୍ଚଳ ର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ଶ୍ରୀରାମ ପ୍ରସାଦ ପାଳ ଓ କୃଷ୍ଣ ପ୍ରସାଦ ପାଳ ଙ୍କ ମାତା ସ୍ବର୍ଗୀୟ ପ୍ରେମ ଲତା ପାଳଙ୍କ ଆଜି ଅର୍ଥାତ୍ ଅଗଷ୍ଟ ମାସ ୧ ତାରିଖ ୨୦୨୫ ଶୁକ୍ରବାର ଦିନ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଆର. ଏମ. ସି ନିକଟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।ସୂଚନାଯୋଗ୍ୟ ଯେ ଗତ ବର୍ଷ ସ୍ବର୍ଗୀୟ ପ୍ରେମଲତା ପାଳ ଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁ ୮୦ ବର୍ଷ ବୟସରେ ନିଜ ବାସ ଭବନ ରେ ଦେହାନ୍ତ ହୋଇଥିଲା। ତାଙ୍କର ଦୁଇ ପୁଅ ଓ ତିନି ଝିଅ ଅଛନ୍ତି।ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁତ୍ର ,ବୋହୁ ନାତି ନାତୁଣୀ ଉପସ୍ଥିତ ଥିଲେ। ଆଜି ଏକବର୍ଷ ବିତି ଯାଇଥିବା ବେଳେ ପରିବାର ବର୍ଗ ମା ଙ୍କ ସ୍ମୃତି ଦିବସରେ ଶବ ସଂରକ୍ଷଣ ପାଇଁ ଶବ ସିତଳିକରଣ ଯନ୍ତ୍ର ବା ଶବ ସଂରକ୍ଷିତ ବାକ୍ସ କୁ ପରିବାର ତରଫରୁ ଭଞ୍ଜନଗର ଜଳ ସମ୍ପଦ ବିଭାଗ ଦ୍ୱାରା ନିୟନ୍ତ୍ରିତ ବିଡେକା ବା ଜଳସମ୍ପଦ ବିଭାଜନ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ କୁ ଦାନ କରିଥିଲେ। ପାଳ ପରିବାର ର ଏହି ମହତ କାର୍ଯ୍ୟ କୁ ବିଡେକା ଅନୁଷ୍ଠାନ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ଏକଦା ଶବ ସରକ୍ଷଣ ଯନ୍ତ୍ର ଆବଶ୍ୟକତା ର ଅସୁବିଧା କୁ ସେମାନେ ଅଙ୍ଗେ ନିଭେଇ ଥିଲେ କାରଣ ଯେତେବେଳେ ଉକ୍ତ ପରିବାର ର ବୟୋଜ୍ୟେଷ୍ଠ ମାଁ ଙ୍କ ଦେହାନ୍ତ ହେଲା ପାଳ ପରିବାର ଅନେକ ସଦସ୍ୟ ବାହାର ଦେଶ ଓ ବାହାର ରାଜ୍ୟରେ ରହୁଥିବା ଯୋଗୁଁ ଶେଷ ସମୟ ଅନ୍ତିମ କାର୍ଯ୍ୟ ରେ ଶିଘ୍ର ପହଞ୍ଚି ପାରି ନ ଥିଲେ । ତେଣୁ ପାଳ ପରିବାର ଶବକୁ ସରକ୍ଷିତ ରଖିବା ପାଇଁ ଶବ ସରକ୍ଷିତ ଯନ୍ତ୍ରକୁ ଭଡା ଆକାରରେ ବ୍ରହ୍ମପୁର ରୁ ବହୁ ସମୟ ସାପେକ୍ଷରେ ଆଣି ଥିଲେ। ଭଞ୍ଜନଗର ଅଞ୍ଚଳରେ ଦରକାର ସମୟରେ କିଛି ଶବ କୁ ସରଂକ୍ଷିତ ରଖିବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ବେଳେ ପାଳ ପରିବାର ତରଫରୁ ନିଆ ଯାଇଥିବା ପଦକ୍ଷେପ କୁ ସବୁ ମହଲରେ ପ୍ରଶଂସା କରାଯାଇଛି।ଆଜିର ଏହି ପୂଣ୍ୟ କାର୍ଯ୍ୟରେ ଭଞ୍ଜନଗର ବି.ଡେ.କା ଅନୁଷ୍ଠାନ ର ଅନେକ ସଦସ୍ୟଙ୍କ ସହିତ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସାଂସଦ ପ୍ରତିନିଧି ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ସନ୍ତୋଷ କୁମାର ତିଆଡି, ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ କର୍ମକର୍ତ୍ତା, ସାମାଜିକ କର୍ମୀ, ନେତା, ବ୍ୟବସାୟୀ ଓ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଏବଂ ଉକ୍ତ ପରିବାର ବର୍ଗ ସ୍ବର୍ଗୀୟ ପ୍ରେମଲତା ପାଳ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରିଶେଷରେ ଦୁଇ ପୁତ୍ର ଓ ସ୍ବର୍ଗୀୟ ପ୍ରେମଲତା ପାଳ ଙ୍କ ସ୍ଵାମୀ ଲିଙ୍ଗରାଜ ପାଳ ଅତିଥି ମାନଙ୍କୁ ଧନ୍ୟବାଦ ଦେବା ସହ ପ୍ରସାଦ ସେବନ ବ୍ୟବସ୍ଥା ଦ୍ଵାରା ସମସ୍ତ ଙ୍କୁ ଆପ୍ୟାୟିତ କରାଇଥିଲେ।