ହେଡଲାଇନସ୍:

ଛାତ୍ର ଖେଳାଳୀ-ଶାରିରିକ ଶିକ୍ଷକମାନଙ୍କୁ ନେଇ କ୍ରୀଡା ବିଭାଗ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ କ୍ରୀଡା ଓ ଯୁବସେବା ବିଭାଗ , ଓଡିଶା ଭୁବନେଶ୍ୱର ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ କ୍ରୀଡା ପକ୍ଷରୁ ଛାତ୍ର ଖେଳାଳୀ ଓ ଶାରୀରିକ ଶିକ୍ଷକମାନଙ୍କୁ  ନେଇ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ୨୦୧୮ ପାଳିତ ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ମେଜର ହକିଖେଳାଳୀ ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ଭାରତର ଜାତୀୟ କ୍ରୀଡା ହକିର କିମ୍ୱଦନ୍ତି ଖେଳାଳୀ ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରି କହିଥିଲେଯେ ନବପିଢୀଙ୍କୁ ଗଢିବା ପାଇଁ ଶିକ୍ଷା ଭଳି କ୍ରୀଡାର ଆବଶ୍ୟକତା ରହିଛି । ପ୍ରତ୍ୟେକ ଖେଳାଳୀ ନିଜର ସମସ୍ତ ସାମର୍ଥ୍ୟ ଖଟାଇ ଦୃଢମନବଳ ଅଧ୍ୟବସାୟ,କଠିନ ପରିଶ୍ରମ ଓ ସର୍ବୋପରି କ୍ରୀଡାକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଦେଖାଇ ଦେଶ ପାଇଁ ଗୌରବ ଆଣିବା ମନଭାବ ପ୍ରତିଯୋଗିତାରେ ଭାଗ ନେବା ଉଚିତ । ଯାହା ଫଳରେ ଜିଲ୍ଲା, ରାଜ୍ୟ ଓ ଦେଶର ସମ୍ମାନ ରକ୍ଷା ହୋଇପାରିବ । ଏହି ଦିଗରେ ଛାତ୍ର ଓ ଯୁବ ଖେଳାଳୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ମାସ୨୯ ତାରିଖ ଦିନ ହକି ଖେଳର କିମ୍ୱଦନ୍ତି ପୁରୁଷ ସ୍ୱର୍ଗତ ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସରେ ଭାବେ ପାଳନ କରାଯାଏ ବୋଲି କହିଥିଲେ । ୧୯୨୮,୧୯୩୨ ଓ ୧୯୩୬ରେ ଧ୍ୟାନଚାନ୍ଦ ଭାରତକୁ ଅଲମ୍ପିକ,ହକି ବିଜେତା କରାଇଥିଲେ । ସେ ୧୯୦୫ ଅଗଷ୍ଟ ମାସ ୨୯ ତାରିଖରେ ଆହ୍ଲାବାଦ ଠାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୩ ଡିସେମ୍ୱର ୧୯୭୯ରେ ତାଙ୍କର ଦେହାନ୍ତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶାରିରିକ ଶିକ୍ଷା,ଶିକ୍ଷକ ଏସ ଲକ୍ଷ୍ମଣ ରାଓ, ଧରେନ୍ଦ୍ର ସାମଲ, ରେଖାରାଣି ଦେଓ ଏବଂ ଲିଙ୍ଗରାଜ ସାହୁ ସମେତ ଶତାଧିକ ସଂଖ୍ୟାରେ ଛାତ୍ର ଖେଳାଳୀ ଯୋଗଦେଇଥିଲେ । ଶେଷରେ ଏକ ବିରାଟ ସାଇକେଲ ଶୋଭାଯାତ୍ରା ବାହାରିଖେଳ ଉପରେ ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।

 

0
0
0
s2sdefault