ହେଡଲାଇନସ୍:

ପୂର୍ବତଟ ରେଳପଥ  ୱାଲଟିଅର ଡିଭିଜନର ଡିଆରଏମଙ୍କ  ପାରଳା ରେଳଷ୍ଟେସନ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Paralakhemundi/Balakrushna Panigrahi 

ପୂର୍ବତଟ ରେଳପଥ ୱାଲଟିଅର ଡିଭିଜନର ଡିଆରଏମ ତଥା ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ମୁକୁଲ ସରଣ ମାଥୁର  ପାରଳାଖେମୁଣ୍ଡି ରେଳ ଷ୍ଟେସନର ବିଭିନ୍ନ ମୌଳିକ ସମସ୍ୟା ଓ ଭିତ୍ତିଭୂମି ପରିଦର୍ଶନ ଓ ଅନୁଧ୍ୟାନ କରି ଫେରିଯାଇଛନ୍ତି । ପ୍ରବନ୍ଧକ ମାଥୁର ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ବିଶାଖାପାଟଣାରୁ ଆସି ପାରଳା ଷ୍ଟେସନରେ ପହଞ୍ଚିଥିଲେ । ପାରଳା ରେଳଷ୍ଟେସନର ଉଚ୍ଚତା , ପାନୀୟଜଳ ବ୍ୟବସ୍ଥା, ଶୌଚାଳୟ ଓ ନାଳ ପୁରି ଗନ୍ଧମୟ ସ୍ଥିତି ପରିମଳ, ବିଦ୍ୟୁତ ସେବା କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥିତି ଦେଖି ଅନୁଧ୍ୟାନ କରିଥିଲେ । ଏହି ରେଳପଥରେ ପୂର୍ବରୁ ଵାନ ଟ୍ରେନ ପ୍ରକ୍ରିୟା ଥିଲା । ଗତ ୧ ବର୍ଷ ପୂର୍ବେ ଅତ୍ୟନ୍ତ ଅବହେଳିତ ହୋଇ ରହିଥିଲା । ନୌପଡାରୁ ସବୁ ଷ୍ଟେସନ ଓ ରେଳପଥ ଦେଖି ଅନୁଧ୍ୟାନ କରି ଆସିଛି । ପର୍ଯ୍ୟାୟ କ୍ରମେ ସେ ସବୁର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି । ଏହି ରେଳ ପଥରେ ମୁଖ୍ୟ ହେଉଛି ଯେ ଟ୍ରେନର ବେଗ ବଢାଇବା ବିଭିନ୍ନ କ୍ଷେତ୍ରରେ ରେଳ ପଥର ଅଧିକ ବିକାଶ ପାଇଁ କେତେକ ସ୍ଥାନରେ କିଛି ଜମିର ଆବଶ୍ୟକତା ରହିଛି । ଏହା ହୋଇପାରିଲେ ରେଳପଥର ବିକାଶ ହୋଇପାରିବ । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଓ ଅଞ୍ଚଳବାସୀଙ୍କ ବିଶେଷ ସହଯୋଗର ଆବଶ୍ୟକତା ରହିଛି । ରେଳପଥରେ ଟ୍ରେନ ଚଳାଚଳ ବେଳେ କ୍ରସିଂ ଦିଗରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଅଛି । ଏହା ହୋଇପାରିଲେ ସମୟ ବିଳମ୍ୱରୁ ସମାଧାନ ହୋଇପାରିବ ବୋଲି କହିଥିଲେ । ଲେବଲ କ୍ରସିଂ ଜଗୁଆଳି ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଅଛି । ଏହି ଅବସରରେ ପ୍ରବନ୍ଧକ ମାଥୁରଙ୍କୁ ଗଜପତି ସାମ୍ୱାଦିକ ସଂଘ , ଓକିଲ ସଂଘ ଏବଂ ରେଳ  ବ୍ୟବାହାରକାରୀ  ସଂଘ ପକ୍ଷରୁ ଗଣେଶରାଜୁ, ପ୍ରଶାନ୍ତ ପାତ୍ର ଏବଂ ମଖଲିଂ ପାଢୀ ପ୍ରମୁଖ ଷ୍ଟେସନର  ମୌଳିକ ସମସ୍ୟା ଗୁଡିକର ସମାଧାନ ଉପରେ ଭିନ୍ନ ଭିନ୍ନ ଭାବେ ଦାବୀ ପତ୍ର ପ୍ରଦାନ କରିଥିଲେ । ଦାବୀ ଗୁଡିକ ହେଲା, ପ୍ଲାଟଫର୍ମ ଉଚ୍ଚତା ବୃଦ୍ଧି, ଦୁଇ ନଂମ୍ୱର ପ୍ଲାଟଫର୍ମର ମାଟି ଉଚ୍ଚତା କାମ, ଟିକଟ ସଂରକ୍ଷଣ କକ୍ଷକୁ ପାରଳା ରେଳଷ୍ଟେସନ ପରିସରକୁ ଆଣିବା, ପାନୀୟ ଜଳ , ପରିମଳ, ଶୌଚାଳୟ, ବିଦ୍ୟୁତ  , ଯାତ୍ରୀ ବିଶ୍ରାମାଗାର, ପ୍ରଭୃତି ବ୍ୟବସ୍ତା ସହ ଷ୍ଟେସନର ଆଧୁନିକରଣ କରାଯିବା ରେଳର ବେଗ ବଢାଇବା ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନ ୩ଦିନ ପରିବର୍ତ୍ତେ ୬ଦିନ ଚଳାଚଳ, ଟ୍ରେନରେ ଚଳାଚଲ ବେଳେ ଟିଟି ଯାଞ୍ଚ ବ୍ୟବସ୍ଥା କରିବା ପ୍ରଭୃତି ଉପରେ ଦାବୀ ପତ୍ର ଦିଆଯାଇଥିଲା । 

0
0
0
s2sdefault