ହେଡଲାଇନସ୍:

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଗଲେ ଅନେକ ଲୋକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । OD03J1313 ନମ୍ବର ବିଶିଷ୍ଟ ଏକ କାର ଓ MP20GB5280 ନମ୍ବର ବିଶିଷ୍ଟ ଏକ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ପରିବା ବୋଝେଇ ଟ୍ରକ ଟି ଓଲଟି ପଡିବା ସହିତ କାର ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭବରେ କ୍ଷତିଗ୍ରସ୍ତ ହୋଇ ପଡିଛି । ଅବଶ୍ୟ ଏହି ଦୁର୍ଘଟଣାରେ ଟ୍ରକ କିମ୍ୱା କାର ରେ ବସିଥିବା କୋଣସି ଯାତ୍ରୀ କ୍ଷତିଗ୍ରସ ହୋଇ ନାହାନ୍ତି । ଘଟଣା ସ୍ଥଳରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢେଇ ପହଂଛି ତଦନ୍ତ ଆରମ୍ବ କରିବା ସହିତ ରାସ୍ତା ସଫା କରେଇ ଯାତାୟାତ କୁ ସ୍ୱାଭାବିକ କରେଇଥିଲେ ।

0
0
0
s2sdefault