ବାଲି ହରଚଣ୍ଡିରେ ପୁଣି ଲଜ୍ଜ୍ୟା କ୍ଷୋଭ ପ୍ରକାଶ କଲେ ବିଜେଡି ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା
ଦୁଇ ଦିନ ତଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ବାଲିହରଚଣ୍ଡି ପୀଠରେ ଏକ ଛାତ୍ରୀ କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ଏହି ଘଟଣା ଗଣମାଧ୍ୟମରେ ଖବର ଆସିଲା । ଏହାକୁ ଅନୁସନ୍ଧାନ କଲେ ଜଣାଯାଇଛି ଯେ ରାଜ୍ୟରେ ମହିଳା ଅସୁରକ୍ଷିତ । ସମସ୍ତଙ୍କ ମଧ୍ୟରେ ଏହି ଘଟଣା କମ୍ପନ ସୃଷ୍ଟି କରିଛି । ପୀଡ଼ିତା ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଦୁର୍ବୃତ୍ତଙ୍କୁ ଏବେ ପର୍ଯ୍ୟନ୍ତ ପୋଲିସ ଧରିପାରିନି । ବିଶ୍ଵ ଆଧ୍ୟାତ୍ମିକ କେନ୍ଦ୍ର ଜଗନ୍ନାଥଙ୍କ ଜିଲ୍ଲାରେ ବାଲି ହାରଚଣ୍ଡି ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଏବେ ବି ସୁରକ୍ଷିତ ନୁହେଁ । ବାଲି ହରାଚଣ୍ଡି ରେ ଏକ ପୋଲିସ ଆଉଟ୍ ପୋଷ୍ଟ ବା ଫାଣ୍ଡି ପ୍ରସ୍ତୁତ କରାଯାଉ । ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଦାବି ରହିବ ଯେ କେବଳ ପୁରୀ ଜିଲ୍ଲା ନୁହେଁ ବରଂ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ସୁରକ୍ଷିତ ରଖାଯାଉ । ସବୁଠି ପର୍ଯ୍ୟାପ୍ତ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଉ । ସମ୍ବେଦନଶୀଳ ଆଭିମୁଖ୍ୟ କୁ ନେଇ ଯତ୍ନବାନ ହୁଅନ୍ତୁ ସରକାର । ଗତ ୨ ବର୍ଷ ହେବ ବହୁ ପର୍ଯ୍ୟଟନ ସ୍ଥଳରେ ପୋଲିସ ଫାଣ୍ଡି ପ୍ରସ୍ତୁତ କରିବା ପାଇଁ ଦାବି ଉଠିଛି । ପୂର୍ବରୁ ବାଲି ହରଚଣ୍ଡି ଠାରେ ଏକ ପୋଲିସ ଆଉଟ ପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ଡିଜି ଙ୍କ ପାଖରେ ଦାବି ମଧ୍ୟ କରାଯାଇଥିଲା । ନୂତନ ସରକାର ଆସିବା ପରେ ରାଜ୍ୟରେ ବଢୁଛି ନାରୀ ନିର୍ଯାତନା , ଛାତ୍ରୀ ଓ ଶିକ୍ଷାନୁଷ୍ଠାନ ସବୁ ଅସୁରକ୍ଷିତ ହୋଇପଡିଛି । ଭାରତ ରେ ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ନାହିଁ । ଏଥିପାଇଁ ଆମେରିକା ମଧ୍ୟ ନିଜର ମାର୍ଗଦର୍ଶିକା ଜାରି କରିଛି । ଓଡ଼ିଶାର ପରିଚୟ କୁ ନେଇ ଏବେ ସଙ୍କଟ ସୃଷ୍ଟି ହୋଇଛି । ଗୋପାଳପୁର ଘଟଣା, ସୌମ୍ୟାଶ୍ରୀ, ବଲଙ୍ଗା ପୀଡ଼ିତଙ୍କ ନିଆଁ ନଲିଭୁଣୁ ଏବେ ପୁଣି ବ୍ରହ୍ମଗିରି ର ଏହି ଘଟଣା ସାଧାରଣରେ ଆଲୋଡ଼ନା ସୃଷ୍ଟି କରିଛି । ଏଥିପାଇଁ କେବଳ ପୁରୀ ନୁହେଁ ବରଂ ସମ୍ପୂର୍ଣ୍ଣ ରାଜ୍ୟ ନିନ୍ଦିତ ।