ହେଡଲାଇନସ୍:

ନବମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଶେଷ ରଜନୀରେ ଗରୀବ ଅସହାୟଙ୍କ କାହାଣୀ କହିଲା ନାଟକ "ଭୋକ"

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ , ଜିଲ୍ଲା ସଂସ୍କୃତି ପରିଷଦ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ୯ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।
ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ.ନାରାୟଣ ରାଓ , ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମଞ୍ଚାସୀନ ଥିଲେ।
ନାଟକର ଏନ୍ତୁଡ଼ିଶାଳ ପାରଳାରେ ଏକ ଦଶନ୍ଧି ଧରି ଅସ୍ଥାୟୀ ମଞ୍ଚ ନିର୍ମାଣ କରି ନାଟକ ପରମ୍ପରା ବଜାୟ ରଖିବା ପାଇଁ ଅତିଥି ମାନେ ପ୍ରଶଂସା କରିଥିଲେ। ଆୟୋଜକ ମାନଙ୍କ ପକ୍ଷରୁ ସ୍ଥାୟୀ ରଙ୍ଗମଞ୍ଚ ଓ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଦାବୀ ପୁଣି ଉଠିଥିଲା।
ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାକୁ ସଭାପତିତ୍ବ କରିଥିବା ବେଳେ ଯୁଗ୍ମ ସଂପାଦକ ଆଦର୍ଶ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଓ ସଂପାଦକ ମନୋଜ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
ରିକ୍ସା ଆଉ ଚାଲୁନି କିନ୍ତୁ ରିକ୍ସା ଉପରେ ଭରସା କରି ବଞ୍ଚୁଥିବା ମଣିଷ ଅସହାୟ ହାଇପଡୁଚି। ଭୋକ ବିକଳରେ ଅପରାଧ କରି ଜେଲ୍ ଯାଇ ଆରମ୍ ରେ ଦୁଇ ମୁଠା ଖାଇବାର ସ୍ବପ୍ନ ଦେଖୁଚି ରିକ୍ସାବାଲା ନବଘନ। କିନ୍ତୁ ସମୟର ଚକା ଭଉଁରୀ ଖେଳରେ ବାରମ୍ବାର ହାରି ଯାଉଛି। ପୋଲିସ୍ ର ଆଖିରେ ପାଗଳ ସାଜିଛି। ସମସ୍ତେ ଜେଲ୍ ରୁ ମୁକୁଳିବାକୁ ଚାହୁଥିବ ବେଳେ ସେ ଚାହୁଚି ଜେଲ୍ ଯିବା ଲାଗି । କିନ୍ତୁ ଯେତେବେଳେ ସେ ଏ ସବୁ ଭୁଲ୍ ବୋଲି ଜାଣୁଚି , ଭଲ ମଣିଷ ହେବାର ସଂକଳ୍ପ ନେଇ ମେହେନତ କରି ବଞ୍ଚିବାକୁ ଚାହୁଚି ଠିକ୍ ସେହି ସମୟରେ ଏ ସମାଜରେ ଆଇନ ବ୍ୟବସ୍ଥା ତାକୁ ଅପରାଧ ସଜାଇ ଜେଲ୍ ନେଇ ଯାଉଛି।
ଏପରି ଏକ ସୁନ୍ଦର କାହାଣୀ କୁ ନେଇ ଆୟୋଜକ କ୍ରିଏଟିଭ ଆର୍ଟସ୍ ର କଳାକାର ମାନେ ପରିବେଷଣ କରିଥିଲେ ନାଟକ "ଭୋକ"। ନାଟକକୁ ପ୍ରଭାକର ପାତ୍ର ରଚନା କରିଥିବା ବେଳେ ମନୋଜ ପାଢ଼ୀ ନିର୍ଦ୍ଦେଶନା , ଆଦର୍ଶ ଦାସ ସହ ନିର୍ଦ୍ଦେଶନା ଦେଇଥିଲେ। ସବୁ କଳାକାରଙ୍କ ସୁନ୍ଦର ମନ୍ମସ୍ପର୍ଶୀ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଞ୍ଚ ସମ୍ମୁଖରେ ବାନ୍ଧି ରଖିବା ସହ ମନ ଜିଣିଥିଲା।

0
0
0
s2sdefault